Videos
|
Odisha

କୁଡିଆ ଘରେ ବନ୍ଧାପଡିଛି ସମନ୍ୱିତ ଶିଶୁ ବିକାଶ ଯୋଜନା

Banajyotshna Ray
Browse all articles by Banajyotshna Ray
·2 years ago·1 min read
କୁଡିଆ ଘରେ ବନ୍ଧାପଡିଛି ସମନ୍ୱିତ ଶିଶୁ ବିକାଶ ଯୋଜନା

Key Points

  • ବାଃ ବାଃରେ ସର୍ବଶିକ୍ଷା ଅଭିଯାନ
  • ଦଦରା ଚାଳ ଛପର ଘରେ ଚାଲିଛି ଭବିଷ୍ୟତ ଗଢା
  • କୁଡିଆ ଘରେ ବନ୍ଧାପଡିଛି ସମନ୍ବିତ ଶିଶୁ ବିକାଶ ଯୋଜନା

ଅର୍ଗସ ବ୍ୟୁରୋ:  ଝାଟିମାଟିର ଚାଳ ଖପର ଘର । ନା ଅଛି ଝରକା ନା ଅଛି କବାଟ । ଯେଉଁଠି ଦିନରେ ଖରା ଆଉ ରାତିରେ ତାରା ଦିଶେ । ଏହା କୌଣସି ଗରୀବ ପରିବାରର ଘର ନୁହେଁ । ବଲାଙ୍ଗିର ପାଟଣାଗଡ ସବଡିଭିଜନ ବେଲପଡା ବ୍ଲକ ବାଗ ଡୋର ପଞ୍ଚାୟତ ଥୁଡ଼ିବାହାଲ୍ ଗାଁର ଅଙ୍ଗନବାଡି କେନ୍ଦ୍ର।ଥୁଡ଼ିବାହାଲରେ ନିଜସ୍ବ ଅଙ୍ଗନବାଡି ଗୃହ ନଥିବାରୁ ୫ ବର୍ଷ ହେବ ଅଙ୍ଗନବାଡି କର୍ମୀଙ୍କ ଘରେ ପାଠପଢା ଚାଲିଛି । ଯାଗା ନ ହେବାରୁ ବାଧ୍ୟ ହୋଇ ଅଙ୍ଗନବାଡି କର୍ମୀ ଜଣକ ପିଲାଙ୍କ ଭବିଶ୍ୟତକୁ ଆଖିରେ ରଖି ନଜ ଘର ପାଖରେ ଥିବା ଏହି ଜାଟିମାଟି ଘରେ ଏମିତି ପାଠପଢା ଚଳାଇଛନ୍ତି। ଯାଗା ଅଭାବରୁ ଝାଟିାମଟିର ଏହି ଭଙ୍ଗାଘରେ ବିପଦପୂର୍ଣ୍ଣ ଅବସ୍ଥାରେ ଚାଲିଛି  ଶିଶୁଙ୍କ ଭବିଷ୍ୟତ ଗଢା।

ଥୁଡିବାହାଲ ଗାଁରେ ଅଙ୍ଗନବାଡି କୋଠା ନିର୍ମାଣ ପାଇଁ ପାଞ୍ଚ ବର୍ଷ ତଳେ କାମ ଆରମ୍ଭ ହୋଇଥିଲା। ମାତ୍ର ଏଯାଏଁ କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି । ଏପଟେ ଏହି ଅଧାନିର୍ମିତ କୋଠା ଏବେ ଅନାବନା ଘାସ ଲାଗି ଜଙ୍ଗଲର ଭ୍ରମ ଶ୍ରୁଷ୍ଟି କରୁଛି।  ତେବେ ଏନେଇ ପ୍ରଶାସନ କିଛି ପଦକ୍ଷେପ ନେଉ ନଥିବାରୁ ଜନ ଅସନ୍ତୋଷ ଦେଖା ଦେଇଛି। ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ, ଶିଶୁର ସ୍ବାସ୍ଥ୍ୟ ଏବଂ ଶିଶୁଙ୍କୁ ପୁଷ୍ଟି ଖାଦ୍ୟ, ଶିଶୁ ଶିକ୍ଷା ତଥା ଶିଶୁଙ୍କୁ ଅଧିକାର ଦେବା ପାଇଁ କାର୍ଯକାରୀ ହେଉଛି ସମନ୍ବିତ ଶିଶୁ ବିକାଶ ଯୋଜନା । ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତି ଗାଁରେ ଅଙ୍ଗନଓ୍ବାଡି କେନ୍ଦ୍ରମାନ ଖୋଲା ଯାଇଛି। ମାତ୍ର ରାଜ୍ୟର ଏମିତି ଅନେକ ସ୍ଥାନ ଅଛି ଯେଉଁଠି ଭିତ୍ତିଭୂମି ଅଭାବରୁ ଏହି ଯୋଜନା ଜଟିଳତରସ୍ଥିତି ନେଇ ଗତି କରୁଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: