Videos
|
Odisha

ଅଗ୍ନିବୀର ଆଶାୟୀଙ୍କୁ ଭେଟିଲେ, ନିଜେ ସ୍କୁଟି ଚଲାଇ ସମ୍ବଲପୁର ସହର ପରିଭ୍ରମଣ କଲେ 

Smruti Parija
Browse all articles by Smruti Parija
·2 years ago·1 min read
ଅଗ୍ନିବୀର ଆଶାୟୀଙ୍କୁ ଭେଟିଲେ, ନିଜେ ସ୍କୁଟି ଚଲାଇ ସମ୍ବଲପୁର ସହର ପରିଭ୍ରମଣ କଲେ 

ସମ୍ବଲପୁର: ସମ୍ବଲପୁରସ୍ଥିତ ଭି.ଏସ.ଏସ ଷ୍ଟାଡିୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳୁ ଭି .ଏସ .ଏସ ଡିଫେନ୍ସ ଟ୍ରେନିଙ୍ଗ ଏକାଡେମୀ ପ୍ରଶିକ୍ଷଣ ନେଉଥିବା ଯୁବ ବର୍ଗଙ୍କୁ ଭେଟିଛନ୍ତି । ଅଗ୍ନିବୀର, ଆର୍ମି, ଏନ୍ .ସି .ସି ଦେଶ ସେବା ପାଇଁ ପ୍ରଶିକ୍ଷଣ ନେଉଥିବା ଯୁବପିଢ଼ିଙ୍କ ସହ ଆଲୋଚନା କଲେ । 

 

ଯୁବକ ଯୁବତୀ ମାନେ କିଭଳି ଭାବରେ ଦେଶ ସେବା କରିବେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପରେ ନିଜେ ସ୍କୁଟି ଚଲାଇ ସମ୍ବଲପୁର ସହର ପରିଭ୍ରମଣ କରିଥିଲେ । ସମ୍ବଲପୁର ସ୍ଥିତ ବୈଦ୍ୟନାଥ ଛକରେ ସ୍ଥାନୀୟ ଲୋକଙ୍କ ସହ ଚା' ପିଇବା ସହିତ ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ନିକଟରେ ଥିବା ଶ୍ରୀ ମହର୍ଷି ଶ୍ରୀ ପର୍ଶୁରାମଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ରାସ୍ତା କଡ଼ରେ ଥିବା ଉଠା ଦୋକାନୀ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ରମନ୍ତ୍ରୀଙ୍କ ଏହି ପ୍ରଚାର ଅନ୍ଦାଜକୁ ସ୍ଥାନୀୟ ଲୋକେ ଖୁବ ପ୍ରଂଶସା କରୁଥିବା ସହ କେନ୍ଦ୍ରମନ୍ତ୍ରୀଙ୍କୁ ପାଖରେ ପାଇ ବେଶ ଖୁସି ହେୁଥିବା ଦେକିବାକୁ ମିଳିଛି । 

ଆହୁରି ପଢନ୍ତୁ ଓଡିଶା ଖବର...