ଧାନର ଏମଏସପି ବୃଦ୍ଧି ଘୋଷଣା ପରେ ଚାଷୀମନରେ ଆଗ୍ରହ

ନୂଆପଡା: ଧାନର ଏମଏସପି ବୃଦ୍ଧି ଘୋଷଣା ପରେ ଚାଷୀମନରେ ଆଗ୍ରହ। କିନ୍ତୁ ବର୍ଷାର ଲୁଚକାଳି ଖେଳ ଆଉ କେନାଲରେ ପାଣି ନଆସିବା, ଚାଷୀ ପାଇଁ ଚିନ୍ତାର ବିଷୟ ହୋଇଛି । ଘଷିପୁରାରେ ଚାଷୀ କିଛି ଏମିତି ସମସ୍ୟା ଦେଇ ଗତି କରୁଛନ୍ତି । ସେପଟେ ନୂଆପଡା ରେ ନିମ୍ନ ମାନର ବିହନ ଯୋଗୁଁ ଜମିରେ ରୋଇବା ପରେ ମଧ୍ୟ ଗଜା ହେଉନଥିବା ଅଭିଯୋଗ ହୋଇଛି । ଧାନର ଏମଏସପି 3100ଟଙ୍କା ରାଜ୍ୟ ସରକାର ଘୋଷଣା କରିବା ପରେ ଧାନ ଚାଷ ପାଇଁ ଚାଷୀମାନଙ୍କର ଆଗ୍ରହ ବଢିଛି । କିନ୍ତୁ ବର୍ଷାର ଲୁଚକାଳି ଖେଳ ସାଙ୍ଗକୁ କେନାଲରେ ପାଣି ନ ଆସିବା ଚାଷୀଙ୍କ ପାଇଁ କାଳ ହୋଇଛି । ଘଷିପୁରା ବ୍ଲକ୍ ଅନ୍ତର୍ଗତ ସେଣ୍ଢେଇ ଡ୍ୟାମ୍ ର ବଳରାମପୁର କେନାଲରେ ଅଳିଆ ଆବର୍ଜନା ପଡ଼ିଛି । ଗଛଲତାରେ କେନାଲ ଲୁଚିଗଲାଣି । କେନାଲର ଅନେକ ଜାଗାରେ ଘାଇ । ସେଗୁଡ଼ିକର ମରାମତି ହୋଇନାହିଁ ।
ଯାହାଫଳରେ କେନାଲ୍ ପାଣିକୁ ଭରସା କରିଥିବା ଚାଷୀ ଏବେ ଚିନ୍ତାରେ। ମୌସୁମୀ ଆସିଥିଲେ ମଧ୍ୟ ବର୍ଷାର ଲୁଚକାଳି ଖେଳ ଯୋଗୁଁ ଏବେ ଚାଷ କାର୍ଯ୍ୟ ପାଇଁ ଉପଯୁକ୍ତ ପାଣିର ଅଭାବ ଯୋଗୁଁ ଚାଷକାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ । ବଳରାମପୁର, ନୂଆପଡା, ଧାଉଡିଡ଼ିହା, ବସନ୍ତପୁର ଏବଂ ଖଳିଆମେଣ୍ଟା ଆଦି ଅଞ୍ଚଳରେ ଶହ ଶହ ଏକର ଚାଷ ଜମି ଏବେ ପଡ଼ିଆ ପଡ଼ିରହିଛି । ଏ ସମ୍ପର୍କରେ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ନୂଆପଡାରେ ଧୋକ୍କା ଦେଲା ସରକାରୀ ବିହନ । ଚାଷୀଙ୍କୁ ଧୋକା ଦେଇଥିଲା ବିଜେଡି ସରକାର । ଓଡ଼ିଶା ରାଜ୍ୟ ବିହନ ନିଗମର ଖାମ୍ ଖିଆଲି ନୀତି ଯୋଗୁଁ ଗଜା ହେଉନି ବିହନ ଧାନ । ନିମ୍ନ ମାନର ବିହନ ଯୋଗାଇଛି ଓଡ଼ିଶା ରାଜ୍ୟ ବିହନ ନିଗମ । ଚାଷୀ ଏବେ ଚିନ୍ତାରେ ।
ଥରେ ଦେଖନ୍ତୁ ଏହି ଦୃଶ୍ୟକୁ । ଇଏ ହେଉଛନ୍ତି ନୂଆପଡ଼ା ସଦର ବ୍ଲକ ସାଖାତୋରା ଗାଁ ର ଦୃଶ୍ୟ । ଠିକ୍ ସମୟରେ ତଳି ପକାଇ ଚାଷ କାମ ଆଗକୁ ନେବାକୁ ଚାଷୀ ନୂଆପଡ଼ା ସମବାୟ ସମିତିରୁ ବିହନ ଆଣିଥିଲା । ସାଖାତୋରା ଗାଁର ଚାଷୀ ମାନେ ନୂଆପଡ଼ା ସମବାୟ ସମିତିରୁ ବିହନ ଆଣିଥିଲେ । ହେଲେ ଠିକ୍ ସମୟରେ ଗଜା ହେଉନଥିବା ଅଭିଯୋଗ ଆଣିଛନ୍ତି ଚାଷୀ ।
ନୂଆପଡ଼ା ଜିଲ୍ଲାରେ ପ୍ରାୟ 80% ଲୋକେ ଚାଷ ଉପରେ ନିର୍ଭର କରନ୍ତି । ହେଲେ ଠିକ୍ ସମୟରେ ଚାଷୀଙ୍କୁ ଉନ୍ନତ ମାନର ବିହନ ନ ମିଳିବାରୁ ଚାଷୀ ଏବେ ଚିନ୍ତାରେ ଅଛନ୍ତି । ଚାଷ କାମ ଆରମ୍ଭ ହୋଇ ସାରିଥିଲେ ସୁଦ୍ଧା ନିମ୍ନ ମାନର ବିହନ ଯୋଗୁଁ ଗଜା ହେଉନି ଧାନ । ଏବେ ପୁଣି ଧାନ ବିହନ ଆଣି ଚାଷ କାମ ଆରମ୍ଭ କରୁଛି ଚାଷୀ ।।ଏପଟେ ନୂଆପଡ଼ା କୃଷି ଉପନିର୍ଦ୍ଦେ ଶକ କହିଛନ୍ତି ଚାଷୀଙ୍କୁ ଅନ୍ୟ ବିହନ ଯୋଗାଇ ଚାଷୀ ଙ୍କ ସମସ୍ୟାର ସମାଧାନ କରାଯିବ । ଯଥା ଶୀଘ୍ର ସମସ୍ୟାର ସମାଧାନ କରି ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ଦାବି ହେଉଛି ।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର