Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭାଙ୍ଗିଲା ରତ୍ନଭଣ୍ଡାର ଭିତର ଓ ବାହାର ତାଲା: ନୂଆ ତାଲା ପକାଇଲେ କମିଟି ସଦସ୍ୟ

Ritu Das
Browse all articles by Ritu Das
·2 years ago·1 min read
ଭାଙ୍ଗିଲା ରତ୍ନଭଣ୍ଡାର ଭିତର ଓ ବାହାର ତାଲା: ନୂଆ ତାଲା ପକାଇଲେ କମିଟି ସଦସ୍ୟ

ଅର୍ଗସ ବ୍ୟୁରୋ: ବହୁ ପ୍ରତିକ୍ଷୀତ ରତ୍ନଭଣ୍ଡାର ଆଜି ଖୋଲାଯାଇଛି । ରାଜ୍ୟ ସରକାରଙ୍କ ଏସଓପି ମୁତାବକ ରତ୍ନଭଣ୍ଡାର ଖୋଲି ଭିତରକୁ ପ୍ରବେଶ କରିଥିଲେ ଅଧିକୃତ ସଦସ୍ୟମାନେ । ସେଠାରେ କିଛି ସମୟ ଅତିବାହିତ କରି ସଦସ୍ୟମାନେ ବାହାରିବା ପରେ ଯାହା କହିଛନ୍ତି, ସେ ମୁତାବକ ପୁରୀ ଜିଲ୍ଲାପାଳ ଦେଇଥିବା ଚାବିଗୁଡିକରେ ରତ୍ନଭଣ୍ଡାରର କୌଣସି ତାଲା ଖୋଲି ନଥିଲା । ତେଣୁ ପୁରୁଣା ତାଲାଗୁଡିକୁ କାଟି ସଦସ୍ୟମାନେ ଭିତରକୁ ପ୍ରବେଶ କରିଥିଲେ । 

ବାହାର ରତ୍ନଭଣ୍ଡାରରେ ଥିବା ସମସ୍ତ ସାମଗ୍ରୀ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଉପସ୍ଥିତିରେ ଚାଙ୍ଗଡା ଘରକୁ ସ୍ଥାନାନ୍ତର କରାଯାଇଛି । ଏହାପରେ ଭିତର ରତ୍ନଭଣ୍ଡାରର ତାଲା କାଟି ତା ମଧ୍ୟକୁ ପ୍ରବେଶ କରିଥିଲେ ମଧ୍ୟ ସମୟ ଅଭାବରୁ ସେଠାରେ କ’ଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଭିତର ଓ ବାହାର ରତ୍ନଭଣ୍ଡାର ଭିତରେ ନୂଆ ତାଲା ପକାଯାଇଥିବା କଥା ଜଷ୍ଟିସ ବିଶ୍ୱନାଥ ରଥ ଗଣମାଧ୍ୟମକୁ କହିଛନ୍ତି । ଏହାସହ ବାହୁଡା ଓ ସୁନାବେଶ ସରିବା ପରେ ପୁଣି ଭିତର ରତ୍ନଭଣ୍ଡାର ଖୋଲି ସେଠାରେ ଥିବା ସାମଗ୍ରୀକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Internal and | Argus News