|
logo
Live

Argus News - ପୁଣି ବାରବାଟୀରେ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌, ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା

Odisha

ପୁଣି ବାରବାଟୀରେ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌, ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ପୁଣି ବାରବାଟୀରେ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌, ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା

ପୁଣି ବାରବାଟୀ ଦେଖିବ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ । ପୁଣି ଉଡ଼ିବ ଛକା ଚଉକା । ଦୁଲୁକିବ ଷ୍ଟାଡିୟମ । ଟିକେଟ ପାଇଁ ଷ୍ଟାଡିୟମ ବାହାରେ ଜମିବ ଭିଡ଼ । କାରଣ ଡିସେମ୍ବର ୯ରେ ବାରବାଟୀରେ ଖେଳାଯିବ ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟି ମ୍ୟାଚ୍‌ । ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯିବ ଏହି ଟି ଟ୍ବେଣ୍ଟି ମ୍ୟାଚ୍‌ । ୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବାରବାଟୀରେ ଖେଳାଯିବ ବୋଲି ICC ପକ୍ଷରୁ ସୂଚନା ଦିଆଯାଇଛି । ନାଗପୁର, ଧର୍ମଶାଳା, ଲକ୍ଷ୍ନୌ, ଅହମ୍ମଦାବାଦରେ ଅବଶିଷ୍ଟ ମ୍ୟାଚ୍ ଗୁଡ଼ିକ ଖେଳାଯିବ ।


ଅଶା କରାଯାଉଛି ଏଥର ମଧ୍ୟ ମ୍ୟାଚ୍‌ ସୁରୁଖୁରରେ ହେବ । ଟିକେଟ ବିକ୍ରି ମଧ୍ୟ ସଠିକ ଭାବେ କରାଯିବ। ଗତଥର ଇଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ୍‌ ଖେଳାଯାଉଥିବା ବେଳେ, ଯେଭଳି ଲାଇଟ୍‌ ଲିଭି ଯାଇଥିଲା । ସେଭଳି କୌଣସି ପ୍ରକାର ତ୍ରୁଟି ଆଗକୁ ହେବ ନାହିଁ ବୋଲି ସମସ୍ତଙ୍କ ପ୍ରୟାସ ରହିବ । ଓସିଏ ମଧ୍ୟ ଅଧିକ ଯତ୍ନବାନ ହେବ । କାରଣ ମ୍ୟାଚ୍‌ ଅଧାରୁ ଲାଇଟ୍‌ ଲିଭିବା ଯୋଗୁଁ ଓଡ଼ିଶା ସମେତ ଦେଶ ମଧ୍ୟ ତାତ୍ସଲ୍ୟର ଶିକାର ହୋଇଥିଲା । ସୋସିଆଲ ମିଡିଆରେ ଅନେକ ଟ୍ରୋଲର ଶିକାର ହୋଇଥିଲା ଓଡ଼ିଶା ଓ ଓସିଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପୁଣି ବାରବାଟୀରେ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌, ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା | Argus News