ଆନ୍ତଃରାଜ୍ୟ ଫେକ୍ ସିମ କାର୍ଡ ରାକେଟ ହେଲା ପର୍ଦ୍ଦାଫାଶ, ୪ ଅପରାଧୀ ଗିରଫ
·2 years ago·1 min read

କେନ୍ଦୁଝର : କେନ୍ଦୁଝର ପୋଲିସକୁ ବଡ଼ ସଫଳତା । ଆନ୍ତଃରାଜ୍ୟ ଫେକ୍ ସିମ କାର୍ଡ ରାକେଟ୍ ର ହେଲା ପର୍ଦ୍ଦାଫାଶ । ଘଟଣାରେ ୪ ଜଣ ଅପରାଧୀଙ୍କୁ ଗିରଫ କରିଛି କେନ୍ଦୁଝର ଜିଲ୍ଲା ପୋଲିସ । ସାଇବର କ୍ରାଇମରେ ବ୍ୟବହାର ହେଉଥିବା ୪ ହଜାର ନକଲି ସିମକାର୍ଡ଼ ବିକ୍ରି କରିଥିଲେ ଏହି ୪ ଅଭିଯୁକ୍ତ । ଝାଡଖଣ୍ଡ, ବିହାର, ରାଜସ୍ଥାନ ଭଳି ରାଜ୍ୟର ସାଇବର୍ ଠକଙ୍କୁ ସିମ୍ ବିକ୍ରି କରାଯାଉଥିଲା । ଗୋଟିଏ ସିମ୍ କୁ ୪ରୁ ୫ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା ।
ଅଭିଯୁକ୍ତଙ୍କଠାରୁ ୫୩୮ଟି ସିମ୍, ୧୮ଟି ମୋବାଇଲ, ୫ଟି ବୟୋମେଟ୍ରିକ ସ୍କାନର, ୨୫ଟି ଏଟିଏମ୍ କାର୍ଡ, ୨୫ଟି ଆଇଡି କାର୍ଡ, ଗୋଟିଏ ଲାପଟପ, ୭ଟି ପାସବୁକ୍, ୧୮୫ଟି ଫଟୋ ଏବଂ ୫ ହଜାର ୭୧ ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ରାଜକିଶୋର ଜେନା ନାଁରେ ବିଭିନ୍ନ ରାଜ୍ୟରେ ରହିଛି ୩ଶହରୁ ଅଧିକ ମାମଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: