Videos
|
Odisha

ଜଗତସିଂହପୁରରେ ଚୋରା ବାଲି ଚାଲାଣ ରାକେଟରେ ବିଜେଡି ନେତାଙ୍କ ସମ୍ପୃକ୍ତି

Manini Pattanayak
Browse all articles by Manini Pattanayak
·1 year ago·1 min read
ଜଗତସିଂହପୁରରେ ଚୋରା ବାଲି ଚାଲାଣ ରାକେଟରେ ବିଜେଡି ନେତାଙ୍କ ସମ୍ପୃକ୍ତି

ଜଗତସିଂହପୁର:  ଜଗତସିଂହପୁରରେ ଚୋରା ବାଲି ଚାଲାଣ ରାକେଟରେ ବିଜେଡି ନେତାଙ୍କ ସମ୍ପୃକ୍ତି । ଚୋରା ବାଲି ଚାଲାଣରେ ଏକ ବଡ଼ ରାକେଟର ପରଦା ଫାର୍ସ କରିଛି ବିରିଡ଼ି ପୋଲିସ। ଏହି ଚୋରା ଚାଲାଣରେ କିଛି ବିଜେଡି ନେତା ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଲାରୁ ପ୍ରତ୍ୟେକ ଦିନ ଦେବିନଦୀ ଓ ବିଲୁଆ ଖାଇ ନଦିରୁ ମେସିନ ଲଗାଇ ଶହ ଶହ ହାଇୱା ଦ୍ଵାରା ବାଲି ଚୋରା ଚାଲାଣ ହେଉଛି।

ରାଜ୍ୟ ବାହାରକୁ ବାଲି ଚୋରା ଚାଲାଣ ହେଉଥିବା ନେଇ ବିଜେପି କର୍ମୀ ଥାନାରେ ଅଭିଯୋଗ କରିଥିଲେ। ତେବେ ଗୁରୁବାର ବିଳମ୍ବିତ ରାତିରେ ବିରିଡ଼ି ଛକରୁ ପାଖାପାଖି ୮ଟି ହାଇୱାରେ ଆନ୍ଧ୍ର ପ୍ରଦେଶ ଓ କଲିକତାକୁ ବାଲି ଚାଲାଣ ବେଳେ ଧରିଛି ପୋଲିସ। ସମସ୍ତ ଗାଡ଼ିକୁ ଅଟକ ରଖିବା ସହିତ ଗାଡ଼ିର କାଗଜ ପତ୍ର ଯାଞ୍ଚ କରୁଛି ପୋଲିସ। ଆଜି ସକାଳୁ ମଧ୍ୟ ବେଆଇନ ଭାବେ ଧ୍ୟାନ କୁଦ ମନ୍ଦିର ପାଖରୁ ମେସିନ ଲଗାଇ ବାଲି ଚାଲାଣ ବେଳେ ଦୁଇଟି ହାଇୱାକୁ ଜବତ କରିଛି ବିରିଡ଼ି ପୋଲିସ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Involvement of BJD leaders in sand smuggling racket in jagatsinghpur | Argus News