Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚାକିରି ସରକାରୀ, କାର୍ଯ୍ୟ ଦଳୀୟ : ସସ୍‌ପେଣ୍ଡ କଲେ ECI 

Manini Pattanayak
Browse all articles by Manini Pattanayak
·2 years ago·2 min read
ଚାକିରି ସରକାରୀ, କାର୍ଯ୍ୟ ଦଳୀୟ : ସସ୍‌ପେଣ୍ଡ କଲେ ECI 

 ଭୁବନେଶ୍ୱର: ଆଇପିଏସ୍‌  ଡିଏସ୍‌ କୁଟ୍ଟେଙ୍କୁ  ସସପେଣ୍ଡ କଲେ ECI । ଡିଏସ୍‌ କୁଟ୍ଟେ CMOରେ  ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ।  ତେବେ ଏନେଇ CEOଙ୍କୁ ନିର୍ଦ୍ଦେଶ ଜାରି କଲେ ECI। ଚାକିରି କରିଥିଲେ ସରକାରୀ, ହେଲେ ପ୍ରଚାର କରୁଛନ୍ତି ନବୀନ ବାବୁଙ୍କର । ଏ କଥା ଜଣାପଡିବା ପରେ ପୂରା ରାଜ୍ୟରେ ଜୋର ଧରିଥିଲା ଚର୍ଚ୍ଚା । ଖାଲି ପ୍ରଚାର କରୁଥିଲେ  ତାହା ନୁହେଁ ବରଂ ନିର୍ବାଚନ ପରିଚାଳନା କରୁଥିବା ନେଇ ସଙ୍ଗୀନ ଓ ସାଙ୍ଘାତିକ ଅଭିଯୋଗ ହୋଇଥିଲା ଡିଏସ୍‌ କୁଟ୍ଟେଙ୍କ ବିରୋଧରେ।  ଇଏ ପୁଣି ଏମିତି ସେମିତି ଆଇପିଏସ ଅଫିସର ନୁହନ୍ତି  ବରଂ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଡି.ଏସ. କୁଟ୍ଟେଙ୍କ ନାଁରେ ବିଜେପି ଆଣିଥିଲା ସାଙ୍ଘାତିକ ଅଭିଯୋଗ । ଏହାସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି । 

ଡିଏସ କୁଟ୍ଟେ । ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ । ଭାରି ପାୱାରଫୁଲ..ହେଲେ ସେ ଯେମିତି କାମ କରୁଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଥିଲା । କାରଣ କୁଟ୍ଟେ ପୂର୍ବରୁ ସମସ୍ତ ନିର୍ବାଚନ କାର୍ଯ୍ୟରେ ସଂପୃକ୍ତ ଥିଲେ । କିନ୍ତୁ  ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଭାରତୀୟ ନିର୍ବାଚନ ଆୟୋଗ ଦିଲ୍ଲୀରୁ ଚିଠି ଲେଖିଛନ୍ତି ଯେ କୌଣସି ସରକାରୀ ଅଧିକାରୀ ଦଳୀୟ ନିର୍ବାଚନ କାମରେ ସଂପୃକ୍ତ ହୋଇପାରିବେ ନାହିଁ । କିନ୍ତୁ କୁଟ୍ଟେ ନିର୍ବାଚନରେ ବିଜେଡିର ଟଙ୍କା ପରିବହନ କରିବା ଓ ବାଣ୍ଟିବା ପାଇଁ ଆଇଆଇସି ଓ ଏସପି ମାନଙ୍କୁ ଧମକାଉଥିବା ଅଭିଯୋଗ କରିଥିଲା ବିଜେପି । 

ବିରୋଧୀ ଦଳଙ୍କ ଏତଲା ପୋଲିସ ରଖୁନି କିନ୍ତୁ ବିଜେଡି ନେତାଙ୍କ ଅଭିଯୋଗ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ କରିଥିଲା  ବିଜେପି । ଏହାସହ ରାଜନୈତିକ ଲୋକ ମାନଙ୍କୁ ଫୋନ କରି କୁଟ୍ଟେ ଦଳୀୟ ଆଧାରରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲା ଦଳ । ବିଜେପିର ଅଭିଯୋଗ ପରେ ସରକାରୀ ଅଧିକାରୀଙ୍କ ସପକ୍ଷରେ ଓକିଲାତି କରିବାକୁ ସାମ୍ନାକୁ ଆସିଥିଲା ଶାସକ ଦଳ । ନିର୍ବାଚନ ହାରିବା ଭୟରେ ବିଜେପି ସରକାରୀ ଅଧିକାରୀଙ୍କ ଉପରେ ମିଛ ଆରୋପ ଲଗାଉଥିବା କରିଥିଲା ଅଭିଯୋଗ । ବିଭିନ୍ନ ଅଭିଯୋଗ ଆଧାରରେ କିଛି ଦିନ ଭିତରେ ରାଜ୍ୟର ୬ ଜଣ ଆଇପିଏସ ଓ ୨ ଜଣ ଆଇଏଏସ ଅଧିକାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି ନିର୍ବାଚନ କମିଶନ ।  ବିଜେପିର ଏଭଳି ସଙ୍ଗୀନ ଅଭିଯୋଗ ପରେ ଡି.ଏସ. କୁଟ୍ଟେଙ୍କ  ୁପରେ ହୋଇଛି  ଆକ୍ସନ ।  ସସପେଣ୍ଡ ହୋଇଛନ୍ତି ଡିଏସ୍‌ କୁଟ୍ଟେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
IPS DS Kutte Suspend, | Argus News