Videos
|
Odisha

କଟକର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ ଜଗମୋହନ ମୀନା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
କଟକର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ ଜଗମୋହନ ମୀନା

ଅର୍ଗସ ବ୍ୟୁରୋ : କଟକର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ୨୦୧୩ ବ୍ୟାଚର ଆଇପିଏସ ଜଗମୋହନ ମୀନା । ଆଇ ପି ଏସ ପ୍ରକାଶ ଆର୍ ଙ୍କ ବଦଳି ପରେ ଜଗମୋହନ ମୀନା ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ କଟକ ର ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଦାୟିତ୍ବ ଗ୍ରହଣ ପରେ ଡିସିପି ପତିକ୍ରିୟା ଦେଇ କହିଛନ୍ତି ଆଗକୁ ପାର୍ବଣ ଋତୁ ଆରମ୍ଭ ହେଉଛି ତେଣୁ ତାହା ଉପରେ ଆମର ଗୁରୁତ୍ଵ ରହିବ ।

ଅଧିକ ପଢନ୍ତୁ : ହଠାତ୍‌ କାହିଁକି ବଦଳିଲେ ଏତେ ମାତ୍ରାରେ IPS ?

ଆଜି ସମସ୍ତ ବରିଷ୍ଠ ଅଧିକାରୀ ଓ ଆଇଆଇସି ମାନଙ୍କ ସହିତ ଆଲୋଚନା କରିବି । କେମିତି ଥାନାରେ ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର କରାଯିବା ସହ ମହିଳା ମାନଙ୍କ ପାଇଁ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଚେଷ୍ଟା କରାଯିବ । ଆଗାମୀ ଦିନ ଗୁଡ଼ିକ ଆମ ପାଇଁ ବଡ଼ ଆହ୍ୱାନ ରହିବ । କଟକ ର ନାଗରିକ ମାନଙ୍କ ସହଯୋଗ ରେ ଆମେ ଭଲରେ ସବୁ କିଛି କରି ପାରିବୁ । ବଡ଼ ବଡ଼ ଅପରାଧୀ ମାନଙ୍କ ଉପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
IPS Jagmohan Meena took charge as the new DCP of Cuttack | Argus News