ସଡକ ଦୁର୍ଘଟଣାରେ ଚାଲିଗଲା IRB ଯବାନଙ୍କର ଜୀବନ
·2 years ago

କୋରାପୁଟ: ସଡକ ଦୁର୍ଘଟଣାରେ ଚାଲିଗଲା IRB ଯବାନଙ୍କର ଜୀବନ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅଧିନସ୍ଥ ତେନ୍ତୁଳିପଦର କନକା IRB କ୍ୟାମ୍ପସର ଯବାନ । ନାରାୟଣପାଟଣା ATMକୁ ଟଙ୍କା ଉଠାଇବାକୁ ଯାଇ ମୋଟର ସାଇକେଲ ଯୋଗେ ଫେରିଥିବାବେଳେ ଓଭର୍ ଟେକ କରିବା ସମୟରେ ଉଭୟ ପାର୍ଶ୍ଵରେ ଆସୁଥିବା କାର୍ ରେ ପିଟିହୋଇ ଯବାନ ଜଣଙ୍କ ଛିଟକି ପଡ଼ିଥିଲେ । ଘଟଣାସ୍ଥଳରେ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ପାଇ ନାରାୟଣପାଟଣା ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଆରମ୍ଭ କରୁଥିବା ସୂଚନା ମିଳିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: