|
logo
Live

Argus News - ମୋହନ ସରକାରଙ୍କ ଫୋକସରେ ଜଳସେଚନ

Odisha

ମୋହନ ସରକାରଙ୍କ ଫୋକସରେ ଜଳସେଚନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମୋହନ ସରକାରଙ୍କ ଫୋକସରେ ଜଳସେଚନ

ଅର୍ଗସ ବ୍ୟୁରୋ: ମୋହନ ସରକାରଙ୍କ ଫୋକସରେ ଜଳସେଚନ । ବିଲ ମୁଣ୍ଡରେ ପାଣି ପହଞ୍ଚାଇବାକୁ ପ୍ରତିଶୃତିବଦ୍ଧ ବିଜେପି ସରକାର । ମରୁଡି କବଳରୁ ଚାଷୀଙ୍କୁ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦେଶ । ମେଗା ଲିପିଟ, ମାଇନର ଲିପିଟ ଇରିଗେଶନ ଏବଂ ଡିପ ବୋରୟଲ ଗୁଡିକ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ  । ସେହିପରି ଇସ୍ତାହାର ଦିଆଯାଇଥିବା ପ୍ରତିଶ୍ରୁତି ଦିଗରେ ତୁରନ୍ତ କାମ କରିବା ପାଇଁ ବିଭାଗକୁ ଦେଇଛନ୍ତି ନିର୍ଦେଶ ।ସେପଟେ ଜଳ ସମ୍ପଦ ବିଭାଗର ସମୀକ୍ଷା ବେଳେ ବିଭାଗୀୟ କାର୍ଯ୍ୟକୁ ଦେଖି ତାଜୁବ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ବର୍ଷ ବର୍ଷ ଧରି ପ୍ରକଳ୍ପ କାର୍ଯ୍ୟ ଚାଲୁଥିଲେ ସୁଦ୍ଧା ଶେଷ ହେଉନଥିବାରୁ ବରିକ୍ତି ପ୍ରକାଶ କରିଛନ୍ତି ମୋହନ ମାଝୀ ।

ତଥ୍ୟ ଅନୁଯାୟୀ, ଲୋୟର ସୁକେତଲ ପ୍ରକଳ୍ପ ୧୯୯୭ ମସିହା ଆରମ୍ଭ ହୋଇଥିବା ବେଳେ ପ୍ରକଳ୍ପ ଲାଗି ବ୍ୟୟ ବରାଦ ଥିଲା ୨୧୭ କୋଟି । ବର୍ତ୍ତମାନ ପ୍ରକଳ୍ପ ମୂଲ୍ୟ ବଢି ୫୨୫୯ କୋଟି ରେ ପହଁଚିଥିବା ବେଳେ ଉଦଘାଟନ ସରିଥିଲେ ବି କାମ ଶେଷ ହୋଇନି । ଆନନ୍ଦପୁର ସମ୍ୱନିତ ପ୍ରକଳ୍ପ ୨୦୦୫-୦୬ ରେ ଆରମ୍ଭ ହୋଇଥିବା ବେଳେ ପ୍ରକଳ୍ପ ମୂଲ୍ୟ ଥିଲା ୫୮୧ କୋଟି... ବର୍ତ୍ତମାନ ତାହା ବଢି ୨୯୯୦ କୋଟି ରେ ପହଁଛିଛି କିନ୍ତୁ କାମ ସରିନି । ସୁବର୍ଣ୍ଣରେଖା ପ୍ରଥମ ପର୍ଯ୍ୟାୟ ୧୯୮୧-୮୨ ରେ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ପ୍ରକଳ୍ପ ମୂଲ୍ୟ ଥିଲା ୨୮୫ କୋଟି ବର୍ତ୍ତମାନ ତାହା ବଢି ୧୦ ହଜାର ୨୦୯ କୋଟି ରେ ପହଁଛିଛି । ଦେଓ ଜଳ ସେଚନ ପ୍ରକଳ୍ପ ୧୯୯୧-୯୨ ରେ ଆରମ୍ଭ ହୋଇଥିବା ବେଳେ ୮୧ କୋଟିର  ମୂଳ ପ୍ରକଳ୍ପ ଏବେ ବଢି ୯୪୧ କୋଟି ରେ ପହଁଛିଛି ।

ଅଙ୍ଗ ସମ୍ପ୍ରସାରଣ କାର୍ଯ୍ୟ ୧୯୭୪ ରେ ଆରମ୍ଭ ହୋଇଥିଲା.. ସେତେବେଳେ ପ୍ରକଳ୍ପ ମୂଲ୍ୟ ୨୬ କୋଟି ଥିବା ବେଳେ ବର୍ତ୍ତମାନ ତାହା ବଢି ୨୪୨ କୋଟି ରେ ପହଁଛିଛି । ସେହିପରି ମହେନ୍ଦ୍ର ତନୟା, କୁସୁମୀ, ରାଜୁଆ, ଘଟକେଶ୍ୱର, କାନପୁର, ଭଳି ପ୍ରକଳ୍ପର ବି ମୂଲ୍ୟ ବଢ଼ିବା ସହ ସମୟ ଗଡ଼ି ଚାଲିଛି ।  ହେଲେ କାମ ସରୁନି ଏ ସବୁ ସମୀକ୍ଷା ମଧ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ଠୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସମସ୍ତ ଅଧିକାରୀ ପ୍ରସ୍ତୁତ ରହିବା ସହ ବନ୍ୟା ନିୟନ୍ତ୍ରଣ କକ୍ଷ କୁ ୨୪ ଘଣ୍ଟିଆ ଖୋଲିବାକୁ ଜଳ ସମ୍ପଦ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
ମୋହନ ସରକାରଙ୍କ ଫୋକସରେ ଜଳସେଚନ | Argus News