Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଖି ବୁଜିଲେଣି ଡ୍ୟାମ୍ ଓ କେନାଲ୍ ପାଇଁ ଜମି ଦେଇଥିବା ଶତାଧିକ ଚାଷୀ

Smruti Parija
Browse all articles by Smruti Parija
·2 years ago·2 min read
ଆଖି ବୁଜିଲେଣି ଡ୍ୟାମ୍ ଓ କେନାଲ୍ ପାଇଁ ଜମି ଦେଇଥିବା ଶତାଧିକ ଚାଷୀ

Key Points

  • ମୟୂରଭଞ୍ଜବାସୀଙ୍କୁ ବିଜେଡି ସରକାରର ଧୋକା
  • ଦଶକ ଦଶକ ଧରି ସରୁନି ସୁବର୍ଣ୍ଣରେଖା ବୃହତ୍ ଜଳସେଚନ ପ୍ରକଳ୍ପ
  • ନବୀନ ସରକାରର 25 ବର୍ଷ ଭିତରେ ଚାରିଥର ହେଲାଣି ଲୋକାର୍ପଣ
  • ବାରିପଦା ଜନସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବେଗ
  • ଆଖି ବୁଜିଲେଣି ଡ୍ୟାମ୍ ଓ କେନାଲ୍ ପାଇଁ ଜମି ଦେଇଥିବା ଶତାଧିକ ଚାଷୀ
  • ମୋଦିଙ୍କ ଗ୍ୟାରେଣ୍ଟି, ଓଡ଼ିଶାରେ ବିଜେପି ସରକାର ହେଲେ ଚାଷୀଙ୍କ ଆଶା, ଆକାଂକ୍ଷାକୁ ଦିଆଯିବ ସମ୍ମାନ

ଅର୍ଗସ ବ୍ୟୁରୋ:  ଆନ୍ତଃରାଜ୍ୟ ସୁବର୍ଣ୍ଣରେଖା ବୃହତ୍ ଜଳସେଚନ ପ୍ରକଳ୍ପ । ବିଶ୍ବ ବ୍ୟାଙ୍କ ସହାୟତାରେ ୧୯୮୨-୮୩ ମସିହାରୁ ଆରମ୍ଭ ହୋଇଥିଲା ପ୍ରାରମ୍ଭିକ କାର୍ଯ୍ୟ। ଏହି ପ୍ରକଳ୍ପ ମାଧ୍ୟମରେ ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାର 1,09, 627 ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ନବୀନ ସରକାରର 25 ବର୍ଷ ଭିତରେ ଏହି ପ୍ରକଳ୍ପର 4-4 ଥର ଲୋକାର୍ପଣ ହେଲାଣି। କିନ୍ତୁ ସରୁନି ପ୍ରକଳ୍ପ କାମ। ଏ ନେଇ ବାରିପଦା ଜନସଭାରେ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

ଅବିଭକ୍ତ ବିହାର (ବର୍ତ୍ତମାନର ଝାଡ଼ଖଣ୍ଡ), ପଶ୍ଚିମବଙ୍ଗ ଏବଂ ଓଡିଶା ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷର କରାଯାଇ ଏହି ପ୍ରକଳ୍ପର ଆରମ୍ଭ କରାଯାଇଥିଲା । ସୁବର୍ଣ୍ଣରେଖା ନଦୀ ଜଳକୁ ତିନିଟି ରାଜ୍ୟ ନିଜର ଅଂଶ ଅନୁସାରେ ଉପଯୋଗ କରିବା ପାଇଁ ଚୁକ୍ତି ହୋଇଥିଲା । ଝାଡ଼ଖଣ୍ଡ ଗାଲୁଡିହ ବନ୍ଧରୁ କେନାଲ ଯୋଗେ ପାଣି ଅଣାଯାଇ ମୟୂରଭଞ୍ଜ ଜିଲ୍ଲାର ହଳଦିଆ ଜଳଭଣ୍ଡାର, ଜମ୍ଭୀରା ଜଳଭଣ୍ଡାର ଓ ବାଉରା ଜଳଭଣ୍ଡାରରେ ଗଚ୍ଛିତ ରଖାଯାଇ ଶାଖା କେନାଲ ମାଧ୍ୟମରେ ଏହାକୁ ଚାଷକାମରେ ବ୍ୟବହାର ପାଇଁ ଉପଯୋଗର ବ୍ୟବସ୍ଥା ହୋଇଥିଲା ।  

୨୦୧୭-୧୮ ଆର୍ଥିକ ବର୍ଷର ଜୁନ୍ ଶେଷ ସୁଦ୍ଧା ଏହି ପ୍ରକଳ୍ପରେ ରାଜ୍ୟ ସରକାର, ନାବାର୍ଡ ଓ ଏଆଇବିପି ପକ୍ଷରୁ ମୋଟ ୩୯୧୫ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଗୋଟିଏ ପଟେ ପ୍ରକଳ୍ପ ଖର୍ଚ୍ଚ ବଢ଼ିବାରେ ଲାଗିଛି । ଅନ୍ୟପଟେ କେବଳ ଖରିଫ ଋତୁରେ ଅଳ୍ପ କିଛି ସ୍ଥାନରେ ଜମିକୁ ପାଣି ମାଡୁଥିବାବେଳେ ରବି ଋତୁରେ ପାଣି ମିଳେନାହିଁ । ଏବେ ମୋଦି ପ୍ରତିଶ୍ରୁତି ଦେଇଛନ୍ତି ବିଜେପି ସରକାର ଆସିଲେ ଏହି ପ୍ରକଳ୍ପ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ବ୍ୟବସ୍ଥା କରାଯିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭବିଷ୍ୟତକୁ ନଜରରେ ରଖି ଡ୍ୟାମ୍ ଓ କେନାଲ ପାଇଁ ଜମି ଦେଇଥିବା ଶତାଧିକ ଚାଷୀ ଆଖି ବୁଜିଲେଣି । ହେଲେ ଆଜି ପର୍ଯ୍ୟନ୍ତ କେବଳ କାମ ହିଁ ଚାଲିଛି କିନ୍ତୁ କେନାଲରେ ପାଣିର ଦର୍ଶନ ନାହିଁ । ଏବେ ମୋଦିଙ୍କ ପ୍ରତିଶ୍ରୁତି ପରେ ଚାଷୀଙ୍କ ମନରେ ସୃଷ୍ଟି ହୋଇଛି ଆଶା।

ଆହୁରି ପଢନ୍ତୁ ରାଜନୀତି ଖବର...

 

Sponsored
irrigation-project-not-completed-in-subarnarekha-river | Argus News