Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Shree Mandira / ଓଡ଼ିଶା ଉପରକୁ ମାଡ଼ି ଆସୁଛିକି ବଡ଼ ବିପଦ ?

Rashmita Mishra
Browse all articles by Rashmita Mishra
·7 months ago·2 min read
ଓଡ଼ିଶା ଉପରକୁ ମାଡ଼ି ଆସୁଛିକି ବଡ଼ ବିପଦ ?
Shree Mandira

Key Points

ଓଡ଼ିଶା ଉପରକୁ ମାଡ଼ି ଆସୁଛିକି ବଡ଼ ବିପଦ ?
ରାବ ଛାଡ଼ି ଶ୍ରୀମନ୍ଦିର ଉପରେ ଉଡ଼ିଲେ ଶହ ଶହ ଚିଲ ।
ଭକ୍ତ ମାନେ ଏମିତି ଦୃଶ୍ୟକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

୨୦୨୫ରେ ଅନେକ ଦୁର୍ଘଟଣା ଘଟିଗଲା । ଆଉ ୨୦୨୬ରେ ସେମିତି କିଛି ହେବାକୁ ଯାଉଛି କି ? କାରଣ ଶ୍ରୀମନ୍ଦିର ଉପରକୁ ହଠାର ମାଡ଼ି ଆସିଲେ ଶହ ଶହ ଚିଲ । ରାବ ଛାଡ଼ି ଶ୍ରୀମନ୍ଦିର ଉପରେ ଉଡ଼ିବାକୁ ଲାଗିଲେ । ନୀଳଚକ୍ର ପୁରା ଚିଲ ମାନଙ୍କ ଗହଳିରେ ପୋତି ହୋଇଗଲା । ମନ୍ଦିର ଉପରେ କେହି ବଶିଲେ ନାହିଁ ।

କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ଘାଉଁରେଇ ଉଡ଼ିବାକୁ ଲାଗିଲେ । ଏହାକୁ ଦେଖି ଲୋକେ କହୁଛନ୍ତି ପୁଣିଥରେ ବିପଦ ମାଡ଼ି ଆସୁଛି ବୋଲି । ଲୋକ ମାନଙ୍କର ବିଶ୍ଵାସ ହେଉଛନ୍ତି ପ୍ରଭୁ ଜଗନ୍ନାଥ । ଆଉ ବିଶ୍ଵାସ ରହିଛିକି ଶ୍ରୀମନ୍ଦିର ଉପରେ ଚିଲ ଉଡ଼ିଲେ ବିପଦ ମାଡ଼ି ଆସେ ବୋଲି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଶ୍ରୀମନ୍ଦିର ଉପରେ। ଶହ ଶହ ଚିଲ ଶ୍ରୀମନ୍ଦିର ଉପରେ ଉଡ଼ିବାକୁ ଲାଗିଛନ୍ତି।

ଶ୍ରୀମନ୍ଦିର ନିଳଚକ୍ର ଉପରେ ଶହ ଶହ ଚିଲ। ଶହ ଶହ ଚିଲ ଶ୍ରୀମନ୍ଦିର ଉପରେ ଉଡ଼ିବାକୁ ଲାଗୁଛନ୍ତି । ପୂର୍ବରୁ ଏତେ ମାତ୍ରାରେ ଚିଲ ମାନଙ୍କୁ ଏମିତି କେବେ ହେଲେ ଦେଖିବାକୁ ମିଳି ନଥିଲା । ଚିଲ ମାନଙ୍କର ଏହି ଦୃଶ୍ୟକୁ ଦେଖି ଭକ୍ତ ମାନେ ପୁରା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବିପଦ ମାଡ଼ି ଆସୁଛି ବୋଲି କହିବାକୁ ଲାଗିଥିଲେ ଭକ୍ତ ମାନେ ।

ଏଥିସହ ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ଖବର... ଆଜିଠୁ ଆବେଦନ ଆରମ୍ଭ 

ସୂଚନା ମୁତାବକ ବିପଦ ଆସିବା ପୂର୍ବରୁ ଶ୍ରୀମନ୍ଦିର ସବୁବେଳେ ସୂଚାଇ ଦିଏ କି ବିପଦ ମାଡ଼ି ଆସୁଛି ବୋଲି । ଆଉ ଏବେ ମଧ୍ୟ ସେମିତି କିଛି ଘଟିଛି । ଶହଶହ ଚିଲ ମାନଙ୍କର ଏମିତି ଉଡ଼ିବା ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଛି । ବହୁତ ବଡ଼ ବିବଦ ମାଡ଼ି ଆସୁଛି ବୋଲି ଲୋକେ କହିବା ଆରମ୍ଭ କଲେଣି । ହେଲେ ଏନେଇ ଶ୍ରୀମନ୍ଦିର ସେବକ କହିଛନ୍ତି ଏହା ଅଶୁଭ ନୁହେଁ ଶୁଭ ।

ଶ୍ରୀମନ୍ଦିର ସେବାୟତ ସରତଚନ୍ଦ୍ର ମହାନ୍ତିଙ୍କ କହିବା ମୁତାବକ ପୂର୍ବରୁ ଶ୍ରୀମନ୍ଦିର ଉପରେ ଏବଂ ଭିତରେ ଅନେକ ପ୍ରକାରର ପକ୍ଷି ବାସ କରୁଥିଲେ । ହେଲେ ଶ୍ରୀମନ୍ଦିର ମରାମତି କାମ ସମୟରେ ସେମାନଙ୍କ ବସାକୁ ଭାଙ୍ଗିଦିଆଯାଇଥିଲା । ଶ୍ରୀମନ୍ଦିର ହେଉଛି ପକ୍ଷୀ ମାନଙ୍କର ବାସସ୍ଥଳୀ । ସେଥିପାଇଁ ଶ୍ରମୀମନ୍ଦିର ଉପରେ ଆସି ବାସ କରନ୍ତି ପକ୍ଷୀ ମାନେ । ଶ୍ରୀମନ୍ଦିର ଉପରେ ଚିଲ ଉଡ଼ିବା ଅଶୁଭ ନୁହେଁ ଶୁଭ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Shree Mandira | Is a Major Threat Approaching Odisha? | Latest Situation & Precaution Update | Argus News