Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମମତାଙ୍କ ଇସ୍ତଫା ବିଜେଡି ଦୁର୍ଗ ପତନର ପ୍ରାରମ୍ଭିକ ସୂଚନା କି ?

Odisha

ମମତାଙ୍କ ଇସ୍ତଫା ବିଜେଡି ଦୁର୍ଗ ପତନର ପ୍ରାରମ୍ଭିକ ସୂଚନା କି ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମମତାଙ୍କ ଇସ୍ତଫା ବିଜେଡି ଦୁର୍ଗ ପତନର ପ୍ରାରମ୍ଭିକ ସୂଚନା କି ?

ଅର୍ଗସ ବ୍ୟୁରୋ:  ସତ ହେଲାଣି ଆଶଙ୍କା । ନବୀନଙ୍କ ନେତୃତ୍ଵ ପ୍ରତି ତୁଟୁଛି ଆସ୍ଥା । ପରାଜୟ ପରେ ପ୍ରାରମ୍ଭ ହେଲା କି ଦୁର୍ଗପତନ ? …ବିଜେଡି ପ୍ରତି ମମତା ତୁଟାଇ ରାଜ୍ୟସଭା ସଦସ୍ୟା ମମତା ମହାନ୍ତଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ବଡ ହଲଚଲ ।  ବିଜେଡି  ଛାଡିବା ପରେ ନୂଆଦିଲ୍ଲୀରେ ପଦ୍ମ ଧରିଛନ୍ତି ମମତା... କହିଛନ୍ତି, ଦଳ ତାଙ୍କୁ ଅଣଦେଖା କରୁଥିଲା, ସେ ଲୋକଙ୍କ ସେବା କରିପାରୁ ନ ଥିଲେ।ବିଜେଡି ପ୍ରତି କାହିଁକି ମମତା ତୁଟାଇଲେ ମମତା ମହାନ୍ତ ?  ବିଜେଡି ପରାଜୟ ଭୋଗିଲେ, ଦଳ ଖଣ୍ଡ ଖଣ୍ଡ ହେବା ନେଇ ଯେଉଁ ଆଶଙ୍କା କରାଯାଉଥିଲା, ଏହା ତାର ପ୍ରାରମ୍ଭିକ ପର୍ବ ବୋଲି ରାଜନୈତିକ ବିଶ୍ଲେଷକ ମାନେ ମତ ବାଢ଼ୁଛନ୍ତି । ଦଳର ଅବସ୍ଥା ଏବେ ସାଙ୍ଘାତିକ ହେଉଥିବା ବେଳେ ନିଜ ଦୋଷ ଘୋଡ଼େଇବା ପାଇଁ ଜାତୀୟ ଦଳ ଉପରକୁ ଦୋଷ ଠେଲିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ତେବେ ବିଜେଡିର ଅଭିଯୋଗ ଉପରେ କଡା ଜବାବ ରଖିଛି ବିଜେପି ।  ବିଜେଡି ନିଜ ଲୋକଙ୍କୁ ଘରେ ନରଖି ପାରିବା ତାଙ୍କର ଅପାରଗତା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମମତାଙ୍କ ଇସ୍ତଫାକୁ ନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ । କହିଛନ୍ତି ମମତା ଓ ତାଙ୍କ କୁଡୁମି ସଂପ୍ରଦାୟଙ୍କୁ ବି ଅବହେଳା କରିଛି ବିଜେଡି ।  ବିଜେଡିରେ ଅନ୍ତଃକନ୍ଦଳ ଚରମ ସୀମାରେ ପହଞ୍ଚିଲାଣି ,ଆଗକୁ ବଡ ବିସ୍ଫୋରଣ ହେବ ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ । ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି ମମତା ଗଲେ ବି ଭାଙ୍ଗିବନି ନେତାଙ୍କ ମନୋବଳ। ପ୍ରଶ୍ନ କାହିଁକି ବିଜେଡି ନେତାଙ୍କ ମନୋବଳ କଥା କହୁଛନ୍ତି  ସୁଲତା। ଗୋଟିଏ ପଟେ ନବୀନଙ୍କ ପାଣ୍ଡିଆନ ପ୍ରତି ଅହେତୁକ ଦୁର୍ବଳତା,ଅନ୍ୟପଟେ ଦଳ ନେତାଙ୍କ କ୍ଷୋଭ- ପ୍ରଶ୍ନ ଖାଲି ମମତା ନା ମମତାଙ୍କ ପରେ ଅନେକ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Is Mamata's resignation an early sign of the fall of BJd? | Argus News