Videos
|
Odisha

ଏବେବି ପଛ ପଟେ ରହି ବିଜେଡିକୁ ପରିଚାଳନା କରୁଛନ୍ତି ଭି. କେ ପାଣ୍ଡିଆନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଏବେବି ପଛ ପଟେ ରହି ବିଜେଡିକୁ ପରିଚାଳନା କରୁଛନ୍ତି ଭି. କେ ପାଣ୍ଡିଆନ

ଅର୍ଗସ ବ୍ୟୁରୋ:  ଅଲିମ୍ପିକ୍ ପଦକ ବିଜେତା ଭାରତୀୟ ହକି ଟିମ୍ ଖେଳାଳିଙ୍କୁ କିଏ କହୁଛି ଜୟ ଜଗନ୍ନାଥ ? ଇଏ ତ ନବୀନଙ୍କ ସ୍ବର ଆଦୌଁ ନୁହେଁ। ତାହାହେଲେ ଖେଳାଳିଙ୍କୁ ଭିଡିଓ କଲରେ କିଏ ଏପଟୁ କହୁଛି ଜୟ ଜଗନ୍ନାଥ ? ଅଭିଯୋଗ ହକି ଖେଳାଳିଙ୍କ ସହ ନବୀନ କଥା ହେଲା ସମୟରେ ସାଙ୍ଗରେ ଥିଲେ ଭି.କେ ପାଣ୍ଡିଆନ୍। ଯିଏ ଖେଳାଳିଙ୍କୁ କହୁଥିଲେ ଜୟ ଜଗନ୍ନାଥ। ପରେ ନବୀନଙ୍କ ଭିଡିଓ ଏଡିଟିଂ କରାଯାଇ ପୋଷ୍ଟ କରାଯାଇଛି। ଓଡ଼ିଶା ରାଜନୀତିର ସେହି ବହୁ ଚର୍ଚ୍ଚିତ ଖଳନାୟକ ଭି.କେ ପାଣ୍ଡିଆନ୍। ଯିଏ  ଓଡ଼ିଶାବାସୀଙ୍କୁ କ୍ଷମାମାଗି ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ।

ଯଦି ଅଭିଯୋଗ ସତ ହୋଇଥାଏ। ଯଦି ଏହି ସ୍ବର ପାଣ୍ଡିଆନଙ୍କର ହୋଇଥାଏ। ତାହାଲେ ଓଡ଼ିଶାବାସୀଙ୍କ ସହ ବଡ଼ ଧୋକା। ଭୈରବ କାର୍ତ୍ତିକେୟନଙ୍କର ରାଜନୀତିରୁ ସନ୍ୟାସ ଘୋଷଣା  କେବଳ ଏକ ନାଟକ ଓ ଛଳନା ଥିଲା। ପାଣ୍ଡିଆନ ନେପଥ୍ୟ ନାୟକ। ସ୍କ୍ରିପ୍ଟ ତାଙ୍କର, ଡିରେକ୍ସନ ତାଙ୍କର । ପୂର୍ବରୁ ହିରୋ ଭୂମିକାରେ ଥିଲେ, ଏବେ ବନିଛନ୍ତି DIRECTOR । ପାଣ୍ଡିଆନ ଏବେ ବି ବିରୋଧୀ ଦଳ ନେତାଙ୍କ ମୁଖ୍ୟ ସହଯୋଗୀ । ସେ ଏବେବି ନବୀନ ପଟ୍ଟନାୟକଙ୍କ ପାଖେପାଖେ ଅଛନ୍ତି। ଏକଥା ବି ବହୁ ବିଜେଡି ନେତା କ୍ୟାମେରା ବାହାରେ କହିଛନ୍ତି ଯେ ବିଜେଡି ବୈଠକରେ ଉପସ୍ଥିତ ରହୁଛନ୍ତି ଭି.କେ ପାଣ୍ଡିଆନ୍ । ଆଉ ବିଜେଡି ବିପର୍ଯ୍ୟୟର କାରଣ ପାଣ୍ଡିଆନ ହୋଇଥିଲେ ବି ନବୀନ ପଟ୍ଟନାୟକ ତାଙ୍କୁ ବାରମ୍ବାର ପ୍ରଶଂସା କରୁଛନ୍ତି ।

ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ ମଧ୍ୟ କହିଥିଲେ ପାଣ୍ଡିଆନ୍ ନବୀନଙ୍କ ସହ ଏବେବି ଅଛନ୍ତି। ଏବେବି ବିଜେଡିରେ ସମସ୍ତ ନିଷ୍ପତ୍ତି ନେଉଛନ୍ତି। ଆଉ ଅପେକ୍ଷା କରିଛନ୍ତି ମୋହନ ସରକାର ଦୁର୍ବଳ ସମୟକୁ। ସେତେବେଳେ ପରଦା ଆଢୁଆଳକୁ ସାମ୍ନାକୁ ଆସିପାରନ୍ତି ଏହି ତାମିଲବାବୁ।ଯାହା ପାଇଁ ନିର୍ବାଚନରେ କ୍ଷମତାଚ୍ୟୁତ ହେଲେ ନବୀନ। ଯିଏ ଓଡ଼ିଆ ଅସ୍ମିତା ପାଇଁ ସବୁଠୁ ବଡ଼ କଳଙ୍କ। ଯିଏ ଓଡ଼ିଶାର ସରକାରୀ ସମ୍ପତ୍ତିକୁ ପୈତୃକ ସମ୍ପତ୍ତି ପରି ବରବାଦ କରିଥିବାର ସାଂଘାତିକ ଆରୋପ। ଯାହାଙ୍କ ନେତୃତ୍ବରେ ୫ଟି ନାଁରେ ଶହଶହ କୋଟି ଟଙ୍କାର ଦୁର୍ନୀତି ନେଇ ଆରୋପ। ଯିଏ ଓଡ଼ିଶାର ଶଶିକଳା ବୋଲି ବିରୋଧୀ କରିଥିଲେ ଅଭିଯୋଗ। ତାଙ୍କ ପ୍ରତି ନବୀନଙ୍କର ଏତେ ମୋହ କାହିଁକି ତାହା ଏବେ ବି ବଡ଼ ପ୍ରଶ୍ନ ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: