Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ନେତାଙ୍କର ତୁଟୁନି ଖଣ୍ଡି ଓଡ଼ିଆ ପ୍ରିତି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବିଜେଡି ନେତାଙ୍କର ତୁଟୁନି ଖଣ୍ଡି ଓଡ଼ିଆ ପ୍ରିତି

ଅର୍ଗସ ବ୍ୟୁରୋ:  ନବୀନ ନିବାସରେ ଓଡ଼ିଶାବାସୀଙ୍କ ସହ ଆଉ ଏକ ଷଡ଼ଯନ୍ତ୍ର ଚରିବାକୁ ଚାଲିଛି କି ଯୋଜନା ? ଏଠାରେ ବିଜେଡି ନେତାଙ୍କର ଏହି ଭିଡ଼ ତାର ପ୍ରମାଣ। ନବୀନଙ୍କ ଭାଇ ପ୍ରେମ୍ ପଟ୍ଟନାୟକ ଓ ପୁତୁରା ଅରୁଣ ପଟ୍ଟନାୟକ ଓଡ଼ିଶା ଆସିଥିବା ଖବର ପ୍ରଚାରିତ ହେବା ପରେ ନବୀନ ନିବାସରେ ପହଞ୍ଚିଥିଲେ ଜଣକ ପରେ ଜଣେ ନେତା। ଚର୍ଚ୍ଚା ହେଉଛି ପୁତୁରା ଅରୁଣ ପଟ୍ଟନାୟକଙ୍କୁ ବିଜେଡିର ନେତୃତ୍ବ ଦେବାକୁ ଚାଲିଛି ମସୁଧା। ଅର୍ଥାତ ଏବେ ଆଉ ଜଣେ ଖଣ୍ଡି ଓଡ଼ିଆଙ୍କ ହାତରେ ବିଜେଡିକୁ ସମର୍ପି ଦେବାକୁ ହେଉଛି କି ଚକ୍ରାନ୍ତ।

ଜଣେ ଖଣ୍ଡି ଓଡ଼ିଆଙ୍କୁ ଦଳର ଅଘୋଷିତ ସର୍ବେସର୍ବା ବନାଇବା ଯୋଗୁଁ ତଳିତଳାନ୍ତ ହେଲା ବିଜେଡି। ଓଡ଼ିଶାବାସୀ 25 ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳକୁ ଗାଦିରୁ ଫୋପାଡ଼ି ଦେଲେ। ଏହି ଖଣ୍ଡି ଓଡ଼ିଆ ପ୍ରୀତି ଯୋଗୁଁ କଣ୍ଟାବାଞ୍ଜିରେ ଲଜ୍ଜାଜନକ ପରାଜୟ ଭୋଗିଲେ ନବୀନ ଏବଂ ହିଞ୍ଜିଳିରେ ହାରୁ ହାରୁ ବର୍ତ୍ତିଗଲେ। ଖାଲିସେତିକି ନୁହେଁ ଏହି ଗୁଣ ପାଇଁ ରାଜ୍ୟବାସୀ ଲୋକସଭାରେ ବିଜେଡିକୁ ପ୍ରଥମ ଥର ପାଇଁ ଶୂନ କରିଦେଲେ। ତଥାପି ବୁଦ୍ଧି ଶିଖିଲେନି ନବୀନ। ପୁଣି ଓଡ଼ିଆଙ୍କ ସହ କରୁଛନ୍ତି ଛଳନା ଆଉ କହୁଛନ୍ତି ସାଢେ 4 କୋଟି ଓଡ଼ିଆ ବାଛିବେ ମୋର ଉତ୍ତରାଧିକାରୀ।

ପାଣ୍ଡିଆନଙ୍କ ନାଁ କାର୍ତ୍ତିକେୟନରୁ କାର୍ତ୍ତିକ କରି ଯେପରି ଓଡ଼ିଶାବାସୀଙ୍କୁ ବୋକା ବନାଇବାକୁ ଉଦ୍ୟମ କରୁଥିଲେ ସେହିପରି ନିଜ ଖଣ୍ଡି ଓଡ଼ିଆ ପୁତୁରାଙ୍କୁ ସାଢେ 4 କୋଟି ଓଡ଼ିଆ ବାଛିଲେ ବୋଲି ଦର୍ଶାଇ ଯଦି ବିଜେଡି ନେତୃତ୍ବ ଦିଅନ୍ତି ଓଡ଼ିଶାବାସୀଙ୍କ ଦ୍ବାରା ହେବେ କି ଗ୍ରହଣୀୟ ?ଓଡ଼ିଆ ନେତାଙ୍କ ଭିତରୁ କାହାକୁ ବିଜେଡି ନେତୃତ୍ବ ଦେଲେ ଅନ୍ୟ ଓଡ଼ିଆ ନେତା ମାନେ ଏହାକୁ ଗ୍ରହଣ କରିନପାରନ୍ତି। ସେଥିପାଇଁ ନିଜ ପରିବାରରୁ କାହାକୁ ବିଜେଡି ନେତୃତ୍ବ ଦେବାକୁ ନବନ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଖଣ୍ଡି ଓଡ଼ିଶାଙ୍କୁ ନେତା ମାନିବା ହୁଏତ ବିଜେଡି ନେତାଙ୍କ ବାଧ୍ୟବାଧକତା କିନ୍ତୁ ଓଡ଼ିଶାବାସୀ ତାକୁ ମାନିବାକୁ ବାଧ୍ୟ କି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Is there a plan to hatch another conspiracy with the people of Odisha in Naveen's residence? | Argus News