Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଇସ୍କନର ଆରଚଣ ଉଲ୍ଲଙ୍ଘନ ବହୁତ ହୋଇଗଲା: ଗଜପତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଇସ୍କନର ଆରଚଣ ଉଲ୍ଲଙ୍ଘନ ବହୁତ ହୋଇଗଲା: ଗଜପତି

ଅର୍ଗସ ବ୍ୟୁରୋ:  ଆମେରିକାର ହ୍ୟୁଷ୍ଟନରେ ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ .. ଶାସ୍ତ୍ରାନୁମୋଦିତ ଶ୍ରୀମନ୍ଦିର ପରମ୍ପରା ସଂସ୍କୃତିରୁ ବିଚ୍ୟୁତ ହେଉଛନ୍ତି ଇସ୍କନ କର୍ତ୍ତୃପକ୍ଷ .. ବାରମ୍ବାର ପ୍ରତିବାଦ ସତ୍ତ୍ବେ ବିଦେଶର ବିଭିନ୍ନ ସ୍ଥାନରେ ଚାଲିଛି ଅଦିନିଆ ରଥଯାତ୍ରା ... ଗଜପତି କହିଲେ, ଇସ୍କନର ଆରଚଣ ଉଲ୍ଲଙ୍ଘନ ବହୁତ ହୋଇଗଲା, ଏବେ ନିଆଯିବ କୋର୍ଟଙ୍କ ଆଶ୍ରୟ ...ବାରମ୍ବାର ଚିଠି ପରେ ବି ଇସ୍କନ ଅଦିନିଆ ରଥଯାତ୍ରା କରୁଛି । ଭାରତ ବାହାରେ ଜାରି ରହିଛି ଅଦିନିଆ ରଥଯାତ୍ରା । ସ୍ନାନଯାତ୍ରା ବାତିଲ କରିଥିଲେ ବି ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି ।ଅଦିନିଆ ରଥଯାତ୍ରାକୁ ସବୁଆଡୁ ବିରୋଧ ହେଉଛି । ରଥଯାତ୍ରା ବନ୍ଦ ନେଇ ଇସ୍କନ ପକ୍ଷରୁ କୌଣସି ସୂଚନା ନାହିଁ । ଅଦିନିଆ ରଥଯାତ୍ରା ଅତ୍ୟନ୍ତ ଦୁଃଖର କଥା ।  ଇସ୍କନ କରୁଥିବା ରଥଯାତ୍ରାକୁ,  ରଥଯାତ୍ରା ନୁହେଁ ସଂକୀର୍ତ୍ତନ ଯାତ୍ରା କୁହନ୍ତୁ।

ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନକୁ ଅଦିନିଆ ରଥଯାତ୍ରାରୁ କ୍ଷ୍ୟାନ୍ତ ରହିବାକୁ ଚିଠି କରିବା ପରେ ମଧ୍ୟ ଇସ୍କନ ନିଜ ନିଷ୍ପତିରୁ ଓହରିନାହିଁ । ଆଷାଢ ଶୁକ୍ଳ ଦ୍ବିତୀୟା ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ, ଇସ୍କନ ବାରମ୍ବାର ଅଦିନରେ ରଥଯାତ୍ରା କରିବା କଥା ଚିନ୍ତା କରୁଛି । ଯାହାକୁ ନେଇ ଓଡିଶା ତଥା ଦେଶ ବାହାରେ ରହୁଥିବା ପ୍ରବାସୀ ଭାରତୀୟ ମାନେ ଏହାକୁ ବିରୋଧ କରୁଥିବା ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ କିଛିଦିନ ତଳେ କ୍ଷୋଭ ପ୍ରକାଶ କରିଥିଲେ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ISKCON ARCHANA BREAKTHROUGH IS GONE: gajapati | Argus News