ISKCON Rath Yatra / ଯେତେ ମନା କଲେ ବି ମାନୁନି ଇସ୍କନ; ପୁଣି ଲଂଘିଲା ପରମ୍ପରା
·9 months ago·2 min read

Key Points
ବିଦେଶରେ ପୁଣି ଥରେ ଇସ୍କନ ଅଦିନରେ ରଥଯାତ୍ରା କରିଛି । ମାର୍ଗଶୀର ମାସରେ ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବସାଇ ପୁଣି ପରମ୍ପରା ଲଂଘିଛି ଇସ୍କନ ।
ପୁରୀ: ଚିଠି ଲେଖୁଛନ୍ତି, ସହମତି ଦେଇ ବୈଠକକୁ ଆସୁଛନ୍ତି । ହେଲେ ପରମ୍ପରା ରକ୍ଷା ବେଳକୁ ସବୁ ଭୁଲି ଯାଉଛି ଇସ୍କନ । ବିଦେଶରେ ପୁଣି ଥରେ ଇସ୍କନ ଅଦିନରେ ରଥଯାତ୍ରା କରିଛି । ମାର୍ଗଶୀର ମାସରେ ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବସାଇ ପୁଣି ପରମ୍ପରା ଲଂଘିଛି ଇସ୍କନ ।
ଅଦିନରେ ଇସ୍କନ ପାଳନ କରିଛି ରଥଯାତ୍ରା । ବିଦେଶରେ ଇସ୍କନ ଅଦିନିଆ ରଥଯାତ୍ରା ପାଳନ କରିଥିବା ବେଳେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ତାଇପୋଇ ଠାରେ ଇସ୍କନ ଏହି ଅଦିନିଆ ରଥଯାତ୍ରା ପାଳନ କରି ପୁଣି ଚର୍ଚ୍ଚାକୁ ଆସିଛି ।
ଏଥିସହ ପଢ଼ନ୍ତୁ: ୯ ଦିନରେ ରଥଯାତ୍ରା ସାରିବାକୁ ସହମତ ହୋଇପାରୁନି ଇସ୍କନ, ଆପତ୍ତି ଉଠାଇଲେ ଗଜପତି ମହାରାଜ
ତେବେ ଇସ୍କନର ଏଭଳି ଅଦିନିଆ ରଥଯାତ୍ରା ପାଳନକୁ ନେଇ ଜଗନ୍ନାଥ ପ୍ରେମୀ, ସେବାୟତ ଓ ଗବେଷକ ଉଦବେଗ ପ୍ରକାଶ କରିଛନ୍ତି । ମହାପ୍ରଭୁଙ୍କ ସଂସ୍କୃତି, ପରମ୍ପରାକୁ ଭ୍ରୁକ୍ଷେପ ନକରି ଇସ୍କନ ବାରମ୍ବାର ଏଭଳି ଅଦିନିଆ ରଥଯାତ୍ରା ପାଳନ କରୁଥିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଦିନିଆ ସ୍ନାନଯାତ୍ରା ଏବଂ ରଥଯାତ୍ରା ପାଳନ ନ କରିବାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନ ମୁଖ୍ୟଙ୍କୁ ଚିଠି ଦ୍ଵାରା ଅବଗତ କରାଇଥିଲେ । କିନ୍ତୁ ଇସ୍କନ ନିଜ ଜିଦ୍ରେ ଅଟଳ ରହି ବାରମ୍ବାର ଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଉଲ୍ଲଂଘନ କରୁଛି ।
ବାରମ୍ବାର ଅଦିନିଆ ରଥଯାତ୍ରା ପାଳନ କରୁଥିବାରୁ ରାଜ୍ୟ ସରକାର ଏନେଇ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ । ନିକଟରେ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ଆପତ୍ତି ଉଠାଇବା ସହ ଚିଠି ଲେଖିଥିଲେ ।
ଏଥିସହ ପଢ଼ନ୍ତୁ: ଭୁବନେଶ୍ଵରର ଏହି ୨୧ଟି ରାସ୍ତାରେ ଗାଡ଼ି ପାର୍କିଂ ନିଷେଧ; ରଖିଲେ ଟାଣି ନେବ ପୋଲିସ, ଗଣିବେ ତଣ୍ଡ
ଗଜପତି ଦିବ୍ୟସିଂହ ଦେବ ଲେଖିଥିଲେ, "ହିନ୍ଦୁ ଧର୍ମ ସହ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କର, ହେଲେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀର ନିଷ୍ପତ୍ତି ମାନ ।" ମାୟାପୁର ସ୍ଥିତ ଇସ୍କନ ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ଶ୍ରୀ ଗୋବର୍ଦ୍ଧନ ଦାସାଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଥିଲେ ଗଜପତି ମହାରାଜ ।
ଗଜପତି ମହାରାଜ ଦିବ୍ୟସିଂହ ଦେବ ଲେଖିଥିଲେ, "ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀର ନିଷ୍ପତ୍ତି ଅନୁସାରେ, ବିଭିନ୍ନ ଦେଶରେ ଥିବା ଇସ୍କନ ମନ୍ଦିର ସ୍ନାନ ଯାତ୍ରା ଓ ରଥ ଯାତ୍ରା ନିର୍ଦ୍ଦିଷ୍ଟ ତିଥିରେ ପାଳନ କରିବା କଥା ।"

Related Topics
Explore more stories