Videos
|
Odisha

Online Betting Addiction / ଆଇଟି ଇଞ୍ଜିନିୟରରୁ ଲୁଟେରା! ୩୦ ଲକ୍ଷର ଜୁଆ ନିଶା ଆଣିଲା ବର୍ବାଦୀ

Bikash Mohanty
Browse all articles by Bikash Mohanty
·18 mins ago·2 min read
ଆଇଟି ଇଞ୍ଜିନିୟରରୁ ଲୁଟେରା! ୩୦ ଲକ୍ଷର ଜୁଆ ନିଶା ଆଣିଲା ବର୍ବାଦୀ
IT Engineer

Key Points

ଆଇଟି ଇଞ୍ଜିନିୟରରୁ ସିଧା ଲୁଟେରା!
ଲକ୍ଷପତି ହେବା ନିଶା ଆଣିଦେଲା ବର୍ବାଦୀ
ସୁନା ଦୋକାନରୁ  କଲେ ଲୁଟ୍
ଲୁଟ ଗଟଣାରେ ଦୁଇ ଇଞ୍ଜିନିୟରଙ୍କୁ ବାନ୍ଧିଲା ପୋଲିସ୍

ଭୂବନେଶ୍ବର: କମ୍ପାନୀରେ ବଡ଼ ଚାକିରି, ହାତରେ ମୋଟା ଅଙ୍କର ଦରମା। କିନ୍ତୁ ଅନଲାଇନ୍ ବେଟିଂର ନିଶା ଜଣେ ମେଧାବୀ ଇଞ୍ଜିନିୟରଙ୍କୁ ସିଧା ଟାଣିନେଲା ଅପରାଧ ଦୁନିଆକୁ । ବେଟିଂ ଆପ୍‌ରେ ୩୦ ଲକ୍ଷ ଟଙ୍କା ହାରିବା ପରେ ସେମାନେ ରଚିଥିଲେ ଏହି ଡକାୟତି ପ୍ଲାନ୍! ଆଶ୍ଚର୍ଯ୍ୟର କଥା, ଏହାର ମାଷ୍ଟରମାଇଣ୍ଡ ଥିଲେ ଜଣେ ଆଇଟି ଇଞ୍ଜିନିୟର। ବଡ଼ ବଡ଼ ଆଇଟି କମ୍ପାନୀରେ କାମ କରୁଥିବା ଏହି ଯୁବକ ଅନଲାଇନ୍ ବେଟିଂ ନିଶାରେ ପଡ଼ି ଅପରାଧ ଦୁନିଆକୁ ଟାଣିହୋଇଗଲେ। ମାତ୍ର ୬ ମାସ ଭିତରେ ୩୦ ଲକ୍ଷ ଟଙ୍କା ହାରିବା ପରେ ନକଲି ବନ୍ଧୁକ ଧରି ଜୁଏଲେରୀ ଲୁଟ୍ କରିବାକୁ ବାହାରିଥିଲେ, ଶେଷରେ ପୁଲିସ ହାତରେ ବନ୍ଧା ହୋଇ ସର୍ବସ୍ୱ ହରାଇଲେ।

ଗେମିଂ ଆପ୍ ପାଇଁ କାହାର ଜୀବନ ଯାଉଛି, ତ ପୁଣି କିଏ ବନୁଛି କ୍ରିମିନାଲ୍। ମୃତ୍ୟୁର ଫାସ ସାଜିଛି ଏହି ଅନଲାଇନ୍ ଗେମ୍। ବିଭିନ୍ନ ଗେମ୍ ଖେଳିବା ପାଇଁ ଆକର୍ଷଣୀୟ ଅଫର୍ ଦେଖାଇ ଲୋକଙ୍କୁ ଆକୃଷ୍ଟ କରାଯାଉଛି। ଦୁଇଦିନ ତଳେ ରାଜଧାନୀରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା। ଫିଲ୍ମ ଷ୍ଟାଇଲ୍‌ରେ ସୁନା ଦୋକାନରେ ପଶି ଦୁର୍ବୃତ୍ତ ଲୁଟ୍ କରିଥିଲେ। ବିଗତ ଦିନମାନଙ୍କରେ ଅନଲାଇନ୍ ଗେମିଂ ଆପ୍ ଜରିଆରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ବହୁ ଫେକ୍ ଆପ୍ ଓ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିସାରିଛି।

ପଢନ୍ତୁ ଏହି ଖବର: ଯାତ୍ରା ମଞ୍ଚରେ ଜୋରଦାର ହଙ୍ଗାମା! ଉଡ଼ିଲା ଚେୟାର

ବେଧଡ଼କ ସାଜିଛି ଅନଲାଇନ୍ ଆପ୍! ଗେମ୍ ଖେଳି ଯୁବପିଢ଼ି ଆଜି ସର୍ବସ୍ୱାନ୍ତ। ଟଙ୍କା ନ ସୁଝି କେଉଁଠି ଜୀବନ ହାରୁଛନ୍ତି, ତ ପୁଣି କେଉଁଠି ଅପରାଧର ରା୍ସ୍ତା ଆପଣାଉଛନ୍ତି। ଗତବର୍ଷ ଭାରତରେ ୪୫ କୋଟି ଲୋକ ହରାଇଛନ୍ତି ପ୍ରାୟ ୨୦ ହଜାର କୋଟି ଟଙ୍କା! ସରକାରଙ୍କ କଡ଼ା ଆଇନକୁ ଜୁଆଡ଼ିଙ୍କ ଫୁକ୍। ସେପଟେ ଦୁଇଦିନ ତଳେ ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଥିବା ସୁନା ଦୋକାନ ଲୁଟ୍ ଘଟଣା ସମସ୍ତଙ୍କୁ ଚକିତ କରିଛି, ଯେଉଁଠାରେ ଜଣେ ସଫ୍ଟୱେର ଇଞ୍ଜିନିୟର ଋଣ ସଝିବାକୁ ଯାଇ ପାଲଟିଗଲେ ଲୁଟେରା
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: