Chairs Hurled / ଯାତ୍ରା ମଞ୍ଚରେ ଜୋରଦାର ହଙ୍ଗାମା! ଉଡ଼ିଲା ଚେୟାର
·17 mins ago·1 min read

Key Points
ଯାଜ୍ଞସେନୀ ଯାତ୍ରା ମଞ୍ଚରେ ଜୋରଦାର ହଙ୍ଗାମା!
ଉଡ଼ିଲା ଚେୟାର, ଅଧଘଣ୍ଟା ବନ୍ଦ ରହିଲା ନାଟକ
ବାଲେଶ୍ୱରର ନୀଳଗିରିରେ ଘଟିଲା ଘଟଣା
ଉଡ଼ିଲା ଚେୟାର, ଅଧଘଣ୍ଟା ବନ୍ଦ ରହିଲା ନାଟକ
ବାଲେଶ୍ୱରର ନୀଳଗିରିରେ ଘଟିଲା ଘଟଣା
ନୀଳଗିରି: ଯାତ୍ରା ମଞ୍ଚରେ ନାଟକ ଦେଖୁଥିଲେ ଦର୍ଶକ। ହଠାତ୍ ଉତ୍ତେଜନା, ଆରମ୍ଭ ହୋଇଗଲା ହୋହଲ୍ଲା। ମଞ୍ଚ ଉପରକୁ ଉଡ଼ିଲା ଚେୟାର। ପରିସ୍ଥିତି ଏପରି ହେଲା ଯେ ଅଧଘଣ୍ଟା ପାଇଁ ବନ୍ଦ କରିବାକୁ ପଡ଼ିଲା ଯାତ୍ରା ପରିବେଷଣ। ଏଭଳି ଅପ୍ରୀତିକର ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ମଛୁଆ ଅଞ୍ଚଳରେ। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
ସୂଚନା ଅନୁସାରେ, ଅପେରା ଯାଜ୍ଞସେନୀ ପକ୍ଷରୁ 'ସନାତନୀ' ନାଟକ ପରିବେଷଣ କରାଯାଉଥିଲା। ଗତକାଲି ନାଟକର ଶେଷ ରାତି ଥିବାରୁ ବହୁ ସଂଖ୍ୟାରେ ଦର୍ଶକ ଯାତ୍ରା ଦେଖିବାକୁ ଆସିଥିଲେ। ତେବେ ନାଟକର କିଛି ଦୃଶ୍ୟକୁ ନେଇ ଦର୍ଶକଙ୍କ ଏକ ଗୋଷ୍ଠୀ ଉତ୍କ୍ଷିପ୍ତ ହୋଇପଡ଼ିଥିଲେ। ଧୀରେ ଧୀରେ ଉତ୍ତେଜନା ବଢ଼ିବା ସହ ଆରମ୍ଭ ହୋଇଥିଲା ହଙ୍ଗାମା।
ପଢନ୍ତୁ ଏହି ଖବର: ‘ରାମାୟଣ’ର ବଜେଟ୍କୁ ନେଇ ବଡ଼ ଖୁଲାସା, ରାମ ଗୋପାଳ କହିଲେ କେତେ ଖର୍ଚ୍ଚ ହୋଇଛି ଫିଲ୍ମରେ
ମଞ୍ଚ ଉପରକୁ ଫିଙ୍ଗିଲେ ଚେୟାର
ଉତ୍ତେଜିତ ଦର୍ଶକମାନେ ପ୍ୟାଣ୍ଡେଲ ଓ ମଞ୍ଚ ଆଡ଼କୁ ଚେୟାର ଫିଙ୍ଗିବା ଆରମ୍ଭ କରିଥିଲେ। ଏହି ଗଣ୍ଡଗୋଳରେ କିଛି କଳାକାର ଆହତ ହୋଇଥିବା ଜଣାପଡ଼ିଛି। ହଠାତ୍ ଏଭଳି ପରିସ୍ଥିତି ଉପୁଜିବାରୁ ନାଟକ ପରିବେଷଣକୁ ବନ୍ଦ ରଖିବାକୁ ପଡ଼ିଥିଲା। ଫଳରେ ଯାତ୍ରା ଦେଖିବାକୁ ଆସିଥିବା ଦର୍ଶକଙ୍କ ମଧ୍ୟରେ ମଧ୍ୟ ଆତଙ୍କ ଖେଳିଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧଘଣ୍ଟା ପରେ ଆରମ୍ଭ ହେଲା ନାଟକ
ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଯାତ୍ରାର ହିରୋ, ଅନ୍ୟ କଳାକାର ଏବଂ ଯାତ୍ରା କମିଟିର ସଦସ୍ୟମାନେ ହସ୍ତକ୍ଷେପ କରିଥିଲେ। ଦର୍ଶକଙ୍କୁ ବୁଝାସୁଝା କରିବା ପରେ ପ୍ରାୟ ଅଧଘଣ୍ଟା ପରେ ପୁଣି ଆରମ୍ଭ ହୋଇଥିଲା ନାଟକ ପରିବେଷଣ।

Related Topics
Explore more stories