Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ପୁରିଲା ୧୬ ବର୍ଷ

Odisha

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ପୁରିଲା ୧୬ ବର୍ଷ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ପୁରିଲା ୧୬ ବର୍ଷ

ଅର୍ଗସ ବ୍ୟୁରୋ:  ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୭ତମ ବଳିଦାନ ଦିବସ... ଏଥିପାଇଁ ଚଳଚଞ୍ଚଳ ଜଳେଶପଟ୍ଟା ଓ ଚକାପଦା ଆଶ୍ରମ...1985 ମସିହାରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଙ୍କ ଦ୍ଵାରା ସ୍ଥାପିତ ହେଇଥିଲା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ । ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଠାରେ କନ୍ୟାଶ୍ରମ ପ୍ରତିଷ୍ଠା କରି ଶିକ୍ଷାଦାନ ଭଳି ଦୁଃସାହସ କରିଥିଲେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ।  ପ୍ରତିଷ୍ଠା ଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ତିଥିକୁ ମହାଆଡ଼ମ୍ବରରେ ପାଳନ କରାଯାଇଛି। ଆଜି ସକାଳୁ ଛାତ୍ରୀ ମାନେ ରାହୁଲ ନଦୀ ଠାରୁ ଏକ ବିରାଟ କଳସ ଯାତ୍ରା ବାହାରି ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପ୍ରତି ମୂର୍ତ୍ତି ଠାରେ ପହଞ୍ଚି ଜଳାଭିଶେକ କରିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ହୋମଯଜ୍ଞ। ଏହି ଅବସରରେ ମନ୍ତ୍ରୀ ରବି ନାରାୟଣ ନାୟକ ଓ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇଥିଲେ।

2008 ମସିହା ଅଗଷ୍ଟ 23 ତାରିଖ । ପବିତ୍ର ଜନ୍ମାଷ୍ଟମୀରେ କନ୍ଧମାଳ ତୁମୁଡ଼ିବନ୍ଧ ସ୍ଥିତ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ଥିଲା ଉତ୍ସବ ମୁଖର । ଏହାର ସୁଯୋଗ ନେଇ ଆତତାୟୀ ମାନେ  ଆଶ୍ରମ ଭିତରକୁ ପ୍ରବେଶ କରିଥିଲେ । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ନିଜ ବିଶ୍ରାମ କକ୍ଷକୁ ଯିବା ସମୟରେ ଆତତାୟୀଙ୍କ ଅତର୍କିତ ଗୁଳିମାଡ଼ର ଶିକାର ହୋଇଥିଲେ। ଆଉ ସେଇଠି ହିଁ ଟଳି ପଡ଼ିଥିଲେ ସ୍ବାମୀଜୀ । ସ୍ବାମୀଜୀଙ୍କ ସହ ତାଙ୍କର ୪ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା।ସ୍ବାମୀ ଲକ୍ଷ୍ଣଣାନନ୍ଦ ସରସ୍ବତୀଙ୍କ ହତ୍ୟା ପରବର୍ତ୍ତୀ ସମୟରେ ସାରା ଓଡ଼ିଶାରେ ସୃଷ୍ଟି ହୋଇଥିବା ପରିସ୍ଥିତି ଏବଂ ତା ପରେ ରାଜ୍ୟରେ ବଦଳିଯାଇଥିଲା ରାଜନୈତିକ ଚିତ୍ର। ଭାଙ୍ଗି ଯାଇଥିଲା ବିଜେପି-ବିଜେଡି ମେଣ୍ଟ। କିନ୍ତୁ କମିଶନଙ୍କ ରିପୋର୍ଟ ସାର୍ବଜନୀନ ନ କରିବା ପୂର୍ବ ବିଜେଡି ସରକାରର ଭୂମିକା ଓ ଉଦ୍ଦେଶ୍ୟ ନେଇ ସୃଷ୍ଟି କରିଛି ବଡ଼ ପ୍ରଶ୍ନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
It has been 16 years since the murder of husband Laxmanananda Saraswati | Argus News