Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଡିଓଙ୍କ ଆତ୍ମହତ୍ୟାକୁ ବିତିଲାଣି ୩ ଦିନ, ହେଲେ ବଢିବାରେ ଲାଗିଛି ସସପେନ୍ସ

Odisha

ବିଡିଓଙ୍କ ଆତ୍ମହତ୍ୟାକୁ ବିତିଲାଣି ୩ ଦିନ, ହେଲେ ବଢିବାରେ ଲାଗିଛି ସସପେନ୍ସ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ବିଡିଓଙ୍କ ଆତ୍ମହତ୍ୟାକୁ ବିତିଲାଣି ୩ ଦିନ, ହେଲେ ବଢିବାରେ ଲାଗିଛି ସସପେନ୍ସ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ବିଡ଼ିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ୩ଦିନ ବିତିଯାଇଥିଲେ ମଧ୍ୟ ଏଯାଏ  ସସ୍ପେନ୍ସ ଭିତରେ ରହିଛି ଆତ୍ମହତ୍ୟା ଘଟଣା। ବିଡ଼ିଓଙ୍କ ପରିବାର ଉଚ୍ଚସ୍ତରୀୟ ତଦନ୍ତ ଦାବିକରିଥିବା ବେଳେ ଶାସକ ଦଳର ସ୍ଥାନୀୟ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ବ୍ଲକ ଜିପିଓ ମୃତ୍ୟୁଞ୍ଜୟ ନାୟକଙ୍କ ରାଜନୌତିକ ଚାପ ଯୋଗୁଁ ବିଡ଼ିଓ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣି କ୍ରାଇମବ୍ରାଞ୍ଚ,ଭିଜିଲାନ୍ସ ଏବଂ ସିବିଆଇ ତଦନ୍ତ ଦାବି କରିଛି ବିଜେପି ଅନ୍ୟପଟେ ବିଜେପି ସଂସ୍ଥା ରାଜନୀତି କରିଛି ବୋଲି ପାଲଟା ଅଭିଯୋଗ ଆଣିଛି ବିଜେଡି। 

ଗତ ଗୁରୁବାର ଦିନ ସନ୍ଧ୍ୟାରେ ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ସିମୁଳିଆ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ବିଡ଼ିଓଙ୍କ ଝୁଲନ୍ତା ଶବ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରିଥିଲେ ସ୍ଥାନୀୟ ପୋଲିସ ଏବଂ ତହସିଲଦାର। ହେଲେ ଘଟଣାକୁ ୩ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଘଟଣାରୁ ସସ୍ପେନ୍ସ ହଟିନାହିଁ ଯାହାକି ସିମୁଳିଆରେ ଶାସକ ବିଜେଡି ଏବଂ ବିଜେପି ମଧ୍ୟରେ ରାଜନୈତିକ କାଦୁଅ ଫିଙ୍ଗାପିଙ୍ଗି ଚାଲିଛି।

ଏ ଘଟଣାକୁ ନେଇ  ସିମୁଳିଆ ବିଜେପି ନେତା ପଦ୍ମଲୋଚନ ପଣ୍ଡା ଏବଂ ବ୍ଲକ ଅଧ୍ଯକ୍ଷ ବାବାଜୀ ଚରଣ ମଲ୍ଲିକ ଏକ ପ୍ରେସମିଟ କରି ଘଟଣାର କ୍ରାଇମବ୍ରାଞ୍ଚ,ଭିଜିଲାନ୍ସ ଏବଂ  ସିବିଆଇ ତଦନ୍ତ କରିବାକୁ ଦାବି କରିବା ସହିତ ଶାସକ ଦଳର ସ୍ଥାନୀୟ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଡ଼ିଓଙ୍କୁ ରାଜନୈତିକ ଚାପ ପକାଇବା ସହିତ ସିମୁଳିଆ ବ୍ଲକରେ ଦୀର୍ଘ ୭ବର୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟରତ ଥିବା ଜି.ପି.ଓ ମୃତ୍ୟୁଞ୍ଜୟ ନାୟକ  ବିଧାୟକଙ୍କ ଅତି ଖାସ ହୋଇଥିବାରୁ ବିଧାୟକଙ୍କ ଇଙ୍ଗିତରେ ବିଡ଼ିଓଙ୍କୁ ଚାପ ପକାଉଥିବା ଅଭିଯୋଗ କଟିଛନ୍ତି।ଅନ୍ୟପଟେ ସିମୁଳିଆ ପୋଲିସ ଗତକାଲି ବିଡ଼ିଓଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଫାଇଲ,କାଗଜପତ୍ର ଏବଂ ସିସିଟିଭି ଯାଞ୍ଚ କରିବା ସହିତ ଉକ୍ତ ଜିପିଓଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରି ଛାଡିଦେଇଥିବା ସୂଚନା ମିଳିଛି।ଅନ୍ୟପଟେ ଜିପିଓ ଶ୍ରୀ ନାୟକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଅଭିଯୋଗ ବିଷୟରେ କିଛି କହିବାକୁ ମନା କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ : ସରକାରୀ କ୍ବାର୍ଟର୍ସରୁ ବିଡିଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନ୍ୟପଟେ ଜଣେ ଉପରିସ୍ତ ଅଧିକାରୀ ଏଭଳି ଆତ୍ମହତ୍ୟା କରିନଥିବା କହିବା ସହିତ ଉପରିସ୍ତ ତଦନ୍ତ କରି ଘଟଣାର ଖୋଲାସା କରିବାକୁ ସିମୁଳିଆ ଅଞ୍ଚଳର ବୁଦ୍ଧିଯିବି ଦାବି କରିଛନ୍ତି।ସେହିଭଳି ବିଜେପିର ସାମ୍ବାଦିକ ସମ୍ମିଳନୀକୁ ଟାର୍ଗେଟ କରି ବିଜେଡି ତାର ରାଜନୈତିକ ବୟାନବାଜି କରିଛି।ବିଜେପିର ତଦନ୍ତ ଦାବିକୁ ସମର୍ଥନ କରିବା ସହିତ ବ୍ଲକ ଅଧ୍ଯକ୍ଷ ବାବାଜୀ ଚରଣ ମଲ୍ଲିକ ବିଡ଼ିଓଙ୍କୁ ବିଭିନ୍ନ ସମୟରେ ଗାଳିଗୋଲଜ କରି ଚାପ ପକାଉଥିବା ଅଭିଯୋଗ କରିବା ସହିତ ବ୍ଲକ ଅଧ୍ୟକ୍ଷଙ୍କୁ ତଦନ୍ତ ପରିସରକୁ ନେବାକୁ ଦାବି କରିଛି।ସିମୁଳିଆ ବିଡ଼ିଓଙ୍କ ଆତ୍ମହତ୍ୟା ଘଟଣାକୁ ୩ଦିନ ବିତିଯାଇଥିଲେ ମଧ୍ୟ ଏବେବି ଘଟଣାର ସସ୍ପେନ୍ସ ହଟିନାହିଁ ଯାହାକୁ ନେଇ ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି ଚାଲୁଥିବା ବେଳେ କେବେ ଉପରିସ୍ତ ତଦନ୍ତ ହୋଇ ଘଟଣା ସାମ୍ନାକୁ ଆସିବ ଦେଖିବାକୁ ବାକି ରହିଲା।

Sponsored
It has been 3 days since BDO's suicide, but the suspense is growing | Argus News