Videos
|
Odisha

ନୂତନ ଜାତୀୟ ଶିକ୍ଷାନୀତିକୁ ପୁରିଲା ୪ ବର୍ଷ

Manini Pattanayak
Browse all articles by Manini Pattanayak
·2 years ago
ନୂତନ ଜାତୀୟ ଶିକ୍ଷାନୀତିକୁ ପୁରିଲା ୪ ବର୍ଷ

ଭୁବନେଶ୍ୱର:  ନୂତନ ଜାତୀୟ ଶିକ୍ଷାନୀତିକୁ ପୁରିଲା ୪ ବର୍ଷ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରସ୍ତୁତି। ରାଜ୍ୟର ସମସ୍ତ ସ୍କୁଲରେ ପାଳନ ହେବ ଶିକ୍ଷା ସପ୍ତାହ। ୨୨ରୁ ୨୮ ତାରିଖ ଯାଏ ଚାଲିବ ଏହି କାର୍ଯ୍ୟକ୍ରମ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଚିଠି ଜାରି କରିଛି ଓସେପା। ୨୨ ତାରିଖରେ ଶିକ୍ଷକ ଶିକ୍ଷା ସାମଗ୍ରୀ ଦିବସ ପାଳନ କରାଯିବ।

୨୩ରେ ଏଫଏଲଏନ୍, ୨୪ରେ କ୍ରୀଡା ଦିବସ ଏବଂ ୨୫ ତାରିଖରେ ସାଂସ୍କୃତିକ ଦିବସ ମଧ୍ୟ ପାଳନ କରାଯିବ। ଏହିଭଳି ୨୮ ତାରିଖ ଯାଏ ସ୍କୁଲଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ରଖାଯାଇଛି। ଏହା ସହ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ପ୍ରୟାସ କରାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
It has been 4 years since the new National Education Policy | Argus News