Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୦ ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି 

Manini Pattanayak
Browse all articles by Manini Pattanayak
·2 years ago·2 min read
୨୦ ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି 

ଭୁବନେଶ୍ୱର:  ରାଜ୍ୟରେ ବର୍ତ୍ତମାନ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ  ବର୍ଷା ହେଉଥିବା ବେଳେ ଆଗାମୀ  ୫ ଦିନ ଯାଏ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୨୪ ଘଂଟାରେ ବିଜୁଳି  ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବାବେଳେ ବଲାଙ୍ଗିର କଳାହାଣ୍ଡି ନୂଆପଡା ନବରଙ୍ଗପୁର ପାଇଁ ୟେଲୋ ଆଲଟ ଜାରି କରିଛି ପାଣିପାଗ ବିଭାଗ। ଏହାସହ ୧୮ ଏବଂ ୧୯ ତାରିଖରେ ଉଷ୍ମ ଓ ଆଦ୍ର ପରିସ୍ଥିତି ରହିବ। ବିଶେଷକରି ଉପକୂଳ ଓଡ଼ିଶାରେ ଏହି ପାଗ ଲାଗି ରହିବ। ବାୟୁମଣ୍ଡଳରେ ଆଦ୍ରତାର ପରିମାଣ ଅଧିକଥିବାରୁ  ୪୦ ଡିଗ୍ରୀ ତଳେ ତାପମାତ୍ରା ରହିଲେ ବି ଗରମ ସହ ଗୁଳୁଗୁଳି ଅନୁଭୁତୁ ହେବ।

ତେଣୁ କିଛି  ସ୍ଥାନରେ ଉଷ୍ମ ଓ ଆଦ୍ର ପରିସ୍ଥିତି ରହିବ। ଏଥିପାଇଁ ଵାଲେଶ୍ବର ଭଦ୍ରକ  ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,  ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୟେଲୋ ଓ୍ବାର୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ପରେ ୨୦ ଏବଂ ୨୧ ପାଇଁ ଗ୍ରୀଷ୍ମ ପ୍ରବାହ ଜାରି  କରିଥିବା ବେଳେ  ଆଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ ପ୍ରବାହ  ଦେଖିବାକୁ ମିଳିବ। ନୂଆପଡା ବଲାଙ୍ଗିର ସମ୍ବଲପୁର ଅନୁଗୁଳ ବୌଦ୍ଧ ବରଗଡ଼ ଝାରସୁଗୁଡା  ମୟୁରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିବ । ଏହାସହ ଏହି ୨୦ ଏବଂ ୨୧ ତାରିଖରେ ରାଜ୍ୟରେ ବିଜୁଳି ଘଡଘଡି  ସହ ବର୍ଷାର ମଧ୍ୟ  ସମ୍ଭାବନା ରହିଛି ।

ସେହିପରି ୨୧ ତାରିଖ  ପରେ ପୁଣି ରାଜ୍ୟର  କେତେକ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି। ଏହାସହ ରାଜ୍ୟରେ ୨ ରୁ ୪ଡିଗ୍ରୀ ତାପମାତ୍ରା ବୃଦ୍ଧି  ହେବାର ଅଛି ବୋଲି ପୂର୍ବାନୁମାନ କରିଛି। ଅର୍ଥାତ ଆଗକୁ ଧୀରେ  ଧୀରେ ତାତି ବଢିବା ସହ ଗରମ ଅନୁଭୁତୁ ହେବ ଆଉ ପୁଣି ଗ୍ରୀଷ୍ମ  ପ୍ରବାହ ଜାରି ରହିବ ବୋଲି  ପୂର୍ବାନୁମାନ କରିଛି ପାଣିପାଗ  ବିଭାଗ । ସେପଟେ ଗତ ୨୪ ଘଂଟାରେ କାଁ ଭାଁ ସ୍ଥାନରେ ବର୍ଷା ହୋଇଥିବା  ବେଳେ  ମାଲକାନଗିରୀରେ ସର୍ବାଧିକ  ୮.୨ ମିମି ବର୍ଷା ରେକର୍ଡ ହୋଇଛି।ସେହିପରି ଖରା ସହ ଅସହ୍ୟ  ଗୁଳୁଗୁଳି ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ନୂଆପଡାରେ ୪୧.୬ ରେକର୍ଡ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
It has predicted that the temperature will increase by 2 to 4 degrees in the state. | Argus News