Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗାଁର ଗୋଟିଏ ବିଜେପି ପରିବାରର 4 ଜଣଙ୍କୁ ବିଜେଡି କର୍ମୀ ହାଣିଥିବା ଅଭିଯୋଗ

Odisha

ଗାଁର ଗୋଟିଏ ବିଜେପି ପରିବାରର 4 ଜଣଙ୍କୁ ବିଜେଡି କର୍ମୀ ହାଣିଥିବା ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗାଁର ଗୋଟିଏ ବିଜେପି ପରିବାରର 4 ଜଣଙ୍କୁ ବିଜେଡି କର୍ମୀ ହାଣିଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ:  ନୟାଗଡ଼ ଚଣ୍ଡୀବସ୍ତରେ ରାଜନୈତିକ ହିଂସା l ଗାଁର ଗୋଟିଏ ବିଜେପି ପରିବାରର 4 ଜଣଙ୍କୁ ବିଜେଡି କର୍ମୀ ହାଣିଥିବା ଅଭିଯୋଗ । ଧାରୁଆ ଅସ୍ତ୍ରରେ ବିଜେଡି କର୍ମୀ ହାଣିଥିବା ଅଭିଯୋଗ l  ପୂର୍ବ ରାଜନୈତିକ ଶତ୍ରୁତା ଏବଂ ଟଙ୍କା ନେଣଦେଣକୁ ନେଇ ଅନେକ ସମୟରେ ବଚସା ଲାଗି ରହିଥିଲା l ... ଆକ୍ରମଣରେ 4 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି l  ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି । ସେପଟେ ନୟାଗଡ଼ ବିଜେପିରେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କ ଉପରେ ଅରୁଣ ସାହୁ ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି । କ୍ଷମତା ହଟିବା ପରେ ନୟାଗଡ଼ରେ ବିଜେଡି ଅଧିକ ପ୍ରତିକ୍ରିୟାଶୀଳ ହୋଇଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
It is alleged that 4 members of a BJP family in the village were killed by BJd workers | Argus News