Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେବେ ଘୋଷଣା ହେବ ବିଜେଡିର ପ୍ରାର୍ଥୀ ତାଲିକା ଏଯାଏ ଆସୁନି ସ୍ପଷ୍ଟତା 

Manini Pattanayak
Browse all articles by Manini Pattanayak
·2 years ago·2 min read
କେବେ ଘୋଷଣା ହେବ ବିଜେଡିର ପ୍ରାର୍ଥୀ ତାଲିକା ଏଯାଏ ଆସୁନି ସ୍ପଷ୍ଟତା 

ଭୁବନେଶ୍ୱର:  ଘୋଷଣା ବାକିଥିବା ଆସନରେ ପ୍ରାର୍ଥୀ ଚୟନ ନେଇ ବଡ଼ ବିବାଦ । 2 ଦିନ ଭିତରେ ଦ୍ବିତୀୟ ପର୍ଯ୍ୟାୟ ଲିଷ୍ଟ ଆସିବ କହିଛନ୍ତି ବିଜେପି ପ୍ରଭାରୀ । କେବେ ଘୋଷଣା ହେବ ବିଜେଡିର ପ୍ରାର୍ଥୀ ତାଲିକା ଏଯାଏ ଆସୁନି ସ୍ପଷ୍ଟତା । ୩୯ ଆସନର ଅଡୁଆ ଅଙ୍କରେ ଘାଣ୍ଟି ହେଉଛି ବିଜୁ ଜନତା ଦଳ । ଟିକେଟ ଘୋଷଣାରେ ବିଳମ୍ବକୁ ନେଇ ବିଜେଡିରେ ବଢୁଛି କନ୍ଦଳ । 
 ୩୯ ଆସନରେ ପ୍ରାର୍ଥୀ ଙ୍କ ନାଁ ଘୋଷଣା କରିପାରୁନି ବିଜେଡି। କେଉଁଠି ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଅଡୁଆ ତ ଆଉ କେଉଁଠି ଆମଦାନୀ ନେତାଙ୍କ ପାଇଁ ଦଳ ଦୁଇ ଭାଗ । ୩୯ ର ଅଡୁଆ ଅଙ୍କରେ ଘାଣ୍ଟି ହେଉଛି ବିଜେଡି । ଆଶାୟୀ ଓ ଆମଦାନୀ ନେତାଙ୍କୁ ନେଇ ବଦଳୁଥିବା ସମୀକରଣ ବଢାଇଛି ମୁଣ୍ଡ ବିନ୍ଧା।

ଘୋଷଣା ହୋଇନଥିବା ଆସନ ମଧ୍ୟରେ  ରହିଛି ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ପଦ୍ମପୁର, ସୁନ୍ଦରଗଡ଼ର ରଘୁନାଥ ପଲ୍ଲୀ, ସମ୍ବଲପୁରର କୁଚିଣ୍ଡା, ରେଢ଼ାଖୋଲ ଓ ଦେବଗଡ଼, କେନ୍ଦୁଝରର ତେଲକୋଇ, ଆନନ୍ଦପୁର ଓ ଚମ୍ପୁଆ, ମୟୁରଭଞ୍ଜର ସାରସକଣା, ବାଙ୍ଗିରିପୋଷି, କରଞ୍ଜିଆ, ବାଲେଶ୍ଵରର ଭୋଗରାଇ,ରେମୁଣା,ନୀଳଗିରି, ସିମୁଳିଆ । ସେହିପରି ଯାଜପୁରର ବରି, ବଡ଼ଚଣା, କୋରେଇ, ଢେଙ୍କାନାଳର ହିନ୍ଦୋଳ, ଅନୁଗୁଳର  ତାଳଚେର, ଅନୁଗୁଳ, ବଲାଙ୍ଗୀରର କଣ୍ଟାବାଞ୍ଜି, କଳାହାଣ୍ଡିର ନର୍ଲା, କନ୍ଧମାଳର ବାଲିଗୁଡା, କେନ୍ଦ୍ରାପଡ଼ା, ଜଗତସିଂହପୁରର ପାରାଦ୍ବୀପ, ବାଲିକୁଦା-ଏରସମା ପୁରୀର କାକଟପୁର, ନିମାପଡା, ଭୁବନେଶ୍ବର ଲୋକସଭାର ଭୁବନେଶ୍ବର ମଧ୍ୟ, ବେଗୁନିଆ, ଖୋର୍ଦ୍ଧା, ପୁରୀର ଚିଲିକା, କଟକର  ଖଣ୍ଡପଡା, ନବରଙ୍ଗପୁର ଆସନର ଚିତ୍ରକୋଣ୍ଡା, ଆସିକାର ସାନଖେମୁଣ୍ଡି, କୋରାପୁଟର ଜୟପୁର ଓ ଲକ୍ଷ୍ମୀପୁର । ତେବେ ଅଟକି ଥିବା ଏହି ୩୯ ଆସନ ମଧ୍ୟରେ ଝୁଲୁଛି ଦୁଇ ମନ୍ତ୍ରୀଙ୍କ ଭାଗ୍ୟ । କାକଟପୁର ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ କରଞ୍ଜିଆ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଭାଗ୍ୟ ବି ଝୁଲିକି ରହିଛି। ଏପରିକି ପ୍ରଥମ ପର୍ଯ୍ୟାୟରେ ଭୋଟ ପଡିବାକୁ ଥିବା ନର୍ଲ୍ଲା, ଲକ୍ଷ୍ମୀପୁର, ଜୟପୁରରେ ବି ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ସ୍ଥିର କରିପାରିନି ବିଜେଡି ।

ପ୍ରାର୍ଥୀ ଚୟନରେ ବିଳମ୍ବକୁ ନେଇ ଦଳରେ ବଢ଼ିଲାଣି ଅସନ୍ତୋଷ । ମଙ୍ଗଳବାର ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂଙ୍କ ସମର୍ଥକ ବିଦ୍ରୋହ କରିଥିବା ବେଳେ ବୁଧବାର ବେଗୁନିଆର ବର୍ତ୍ତମାନ ବିଧାୟକ ଏବଂ ଆଶାୟୀ ପ୍ରାର୍ଥୀ ଧନ୍ୟବାଦ ଆଳରେ ନବୀନ ନିବାସରେ ପହଁଚି କରିଛନ୍ତି ଟିକେଟ ଲବି । ସେହିପରି ନୀଳଗିରିର ସୁକାନ୍ତ ନାୟକ ବିଜେଡିରେ ମିଶିବା ପରେ ଟିକେଟ ଦ୍ଵନ୍ଦରେ ଥିବା ଆଶାୟୀ ପ୍ରାଥି ସନ୍ତୋଷ ଖଟୁଆ ବି ନବୀନ ନିବାସରେ ପହଁଚିଥିଲେ । ପ୍ରାର୍ଥୀ ବଛା ଟେନସନ ମଧ୍ୟରେ ଜଟଣୀ ପ୍ରାଥି ବିଭୁତି ବଳବନ୍ତ ରାୟଙ୍କୁ ପରିବର୍ତ୍ତନ କରି ଅର୍ଜୁନ ପରିଡାଙ୍କୁ ଟିକେଟ ଦେବାକୁ ଶଙ୍ଖ ଭଵନ ସାମ୍ନାରେ ଦାବି କରିଛନ୍ତି ତାଙ୍କ ସମର୍ଥକ । ଦିନେ ଦୁଇ ଦିନ ମଧ୍ୟରେ ବିଜେପି ତାର ଦ୍ବିତୀୟ ପର୍ଯ୍ୟାୟର ପାର୍ଥି ତାଲିକା ଘୋଷଣା କରିବ ବୋଲି କହିଛନ୍ତି ଦଳର ରାଜ୍ୟ ନିର୍ବାଚନ ପ୍ରଭାରୀ ନରେନ୍ଦ୍ର ସିଂ ତୋମାର। ଏପରି ସ୍ଥଳେ ବିଜେଡି କିନ୍ତୁ ବଡ଼ ଅନିଶ୍ଚିତତା ଭିତରେ ଗତି କରୁଛି । ଆଶାୟୀ ଓ ଆମଦାନୀ ନେତାଙ୍କୁ ମ୍ୟାନେଜ କରି ଟିକେଟ ବଣ୍ଟା ବିଜେଡି ସୁପ୍ରମୋଙ୍କ ମୁଣ୍ଡ ବିନ୍ଧା ବଢ଼ାଇଛି ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
It is not clear when the list of candidates for BJD will be announced | Argus News