ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟର ମୂଳ ଖୋଜିବାରେ ଲାଗି ପଡିଛନ୍ତି ଆଇଟି ଅଧିକାରୀ
·2 years ago·1 min read

ଅର୍ଗସ ବ୍ୟୁରୋ: କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟର ମୂଳ ଖୋଜିବାରେ ଲାଗି ପଡିଛନ୍ତି ଆଇଟି ଅଧିକାରୀ। ମାଟି ଉପରୁ କୋଟି କୋଟି ହାର୍ଡ୍ କ୍ୟାସ ସହ ସୁନା ଅଳଙ୍କାର ଜବତ ପରେ ମାଟି ତଳେ ମଧ୍ୟ ଅମାପ ସମ୍ପତ୍ତି ଲୁଚି ରହିଥିବାର ଅନୁମାନ କରୁଛି ଆଇଟି। ଧୀରଜଙ୍କ ଝାଡ଼ଖଣ୍ଡ ସ୍ଥିତ ବାସଭବନରୁ ଆଜି ଏହାର ଖୋଳତାଡ଼ ଆରମ୍ଭ ହୋଇପାରେ। ଜିଓ ସର୍ଭିଲାନ୍ସ ମାଧ୍ୟମରେ ମାଟିତଳେ ଧୀରଜ ସାହୁ ଲୁଚାଇଥିବା କଳା ଧନ କାଢିବାକୁ ତତ୍ପର ହୋଇଛି ଆଇଟି ବିଭାଗ।
ସେପଟେ ମାମଲାରେ ବଡ଼ ଧରଣର କେଳେଙ୍କାରୀ ସନ୍ଦେହ ରହିଥିବାରୁ ଅଧିକ ତଦନ୍ତ ପାଇଁ ଇଡି ଏହି ମାମଲାର ତଦନ୍ତ ଭାର ନିଜ ହାତକୁ ନେଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ସେପଟେ ଓଡ଼ିଶାର ଷଡ଼ଯନ୍ତ୍ର ପୂର୍ଣ୍ଣ ମଦନୀତି ଲାଭ ଖୋର ମଦ ବ୍ୟବସାୟୀଙ୍କୁ ସୁହାଉଛି। ଯାହାର ଫାଇଦା ଦଳୀୟ ପାଣ୍ଠି ଆକାରରେ ବିଜେଡି ପାଉଥିବାର ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେପଟେ ଏ ନେଇ ପ୍ରତିକ୍ରିୟା ରଖିଛି ବିଜେଡି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: