ଅର୍ଗସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇବା ମହାଙ୍ଗା ପଡିଲା, ଦୁଇ ଗିରଫ
·1 year ago

ଅର୍ଗସ ବ୍ୟୁରୋ: ବଡମ୍ବାରେ ଅର୍ଗସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇବା ମହାଙ୍ଗା ପଡିଲା । ବନ୍ଧୁକ ଦେଖାଇ ଅର୍ଥ ଆଦାୟ ମାମଲାରେ ଦୁଇ ଗିରଫ ହୋଇଥିବାବେଳେ ବନ୍ଧୁକ ଜବତ ହୋଇଛି । ଶିକାର ହୋଇଥିବା ବ୍ୟକ୍ତି ଜଣେ ଅର୍ଗସର ଡିଷ୍ଟ୍ରିବୁସନର କର୍ମଚାରୀ ଓ ଆଉ ଜଣେ ସହକାରୀ କର୍ମଚାରୀ ବୋଲି ଜଣାପଡିଛି । ବଡମ୍ବା ଦମକଳ ଅଫିସ ନିକଟରେ ଗତକାଲି ରାତ୍ରିରେ ଜଣେ ଅର୍ଗସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇଥିଲେ । ସଂଗେ ସଂଗେ ପୋଲିସ ସାହାର୍ଯ୍ୟରେ ଦୁଇ ଜଣଙ୍କୁ ରାତ୍ରିରେ ଅଟକ ରଖାଯାଇଥିଲା । ବଡମ୍ବା ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: