Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପରିବେଶ ସୁରକ୍ଷାର ବାର୍ତ୍ତା  ନେଇ ନଭେମ୍ବରରେ ପରଦାକୁ  ଆସିବ 'ଅକ୍ସିଜେନ'

Manini Pattanayak
Browse all articles by Manini Pattanayak
·1 year ago·1 min read
ପରିବେଶ ସୁରକ୍ଷାର ବାର୍ତ୍ତା  ନେଇ ନଭେମ୍ବରରେ ପରଦାକୁ  ଆସିବ 'ଅକ୍ସିଜେନ'

ଭୁବନେଶ୍ୱର: ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ନଭେମ୍ବରରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚିତ୍ର ଅକ୍ସିଜେନ। `ବୃକ୍ଷ ହିଁ ଜୀବନ, ଗଛ ବଞ୍ଚିଲେ ମଣିଷ ସମାଜ ବଞ୍ଚିବ' । ଏହି ନିଆରା ବାର୍ତ୍ତା ସହ ପ୍ରସ୍ତୁତ ହୋଇଛି ଅକ୍ସିଜେନ। ଏଥିରେ ସୁନ୍ଦର ଏକ ପ୍ରେମ କାହାଣୀ ମଧ୍ୟ ଦେଖିବାକୁ ମିଳିବ। ଭୁବନେଶ୍ବରର ଵୁଲନଭାଇ ସେବା ସଦ ରେ ଏହାର ଟ୍ରେଲର, ପୋଷ୍ଟର ଓ ମ୍ୟୁଜିକ ରିଲିଜ ହୋଇଯାଇଛି ।

ଯେଉଁଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସମ୍ବିତ, ତମନ୍ନା ଏବଂ ବବି ମିଶ୍ର ।  କଳାକାର ମାନଙ୍କର ଦମଦାର ଅଭିନୟ ସାଙ୍ଗକୁ, ଫିଲ୍ମର ଗୀତସବୁ ବହୁତ ମଧୁର ଏବଂ ଉଚ୍ଚକୋଟୀର ହୋଇଛି । ସବୁଗୀତ  ଓଡିଆ ଲୋକଙ୍କ ହୃଦୟକୁ ଛୁଇଁବ ବୋଲି ପ୍ରଯୋଜକ ପ୍ରସାଦ ପଣ୍ଡା ଆଶା ରଖିଛନ୍ତି । କାହାଣୀ ଏବଂ ସଂଳାପ  ରଶ୍ମି ରଞ୍ଜନ ପଣ୍ଡା ଲେଖିଥିବା ବେଳେ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି  ଅଭିଜିତ ମଜୁମଦାର । ଫିଲ୍ମ ର ନିର୍ଦ୍ଦେଶନା ଦେଇଛନ୍ତି ପିନୁ ନାୟକ। 
ଅଧିକ ପଢନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
It will hit the screens in November with the message of environmental protection movie 'Oxygen' | Argus News