Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବାସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ

Ritu Das
Browse all articles by Ritu Das
·1 year ago·2 min read
ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବାସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ

ଅର୍ଗସ ବ୍ୟୁରୋ: ପୁରୀରେ ଉଦଘାଟିତ ହୋଇଛି ସ୍ୱସ୍ତି ପ୍ରିମିୟମ୍ ବିଚ୍ ରିସୋର୍ଟସ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ଏହି ରିସୋର୍ଟର ଉଦଘାଟନ କରିଛନ୍ତି। ପୁରୀ ତଥା ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ସହ ଅନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଅତିଥି ମାନେ କହିଛନ୍ତି। ଏଥିସହ ଏହି ରିସୋର୍ଟସରେ ପୁରୀ ତଥା ଓଡ଼ିଶାର କଳା, ସଂସ୍କୃତି ,ଖାଦ୍ୟକୁ ସ୍ଥାନ ଦେବାକୁ ପ୍ରସ୍ତାବ ଦିଆଯାଇଛି।

ଓଡ଼ିଶାର ପର୍ଯ୍ୟଟନ ତଥା ହୋଟେଲ ଶିଳ୍ପରେ ଯୋଡି ହୋଇଛି ନୂଆ ଅଧ୍ୟାୟ। ପୁରୀ ବେଳାଭୂମି କୂଳରେ ପଞ୍ଚ ତାରକା ବିଶିଷ୍ଟ ସ୍ୱସ୍ତି ପ୍ରିମିୟମ୍ ବିଚ ରିସୋର୍ଟସ ଉଦଘାଟିତ ହୋଇଛି। ଏହି ରିସୋର୍ଟସ ସାଧାରଣ ସଭା, ପ୍ରୋତ୍ସାହନ ସଭା ଓ ପ୍ରଦର୍ଶନୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଯେଉଁଥିରେ ଅତ୍ୟାଧୁନିକ ସମସ୍ତ ସୁବିଧା, ସୁଯୋଗ ସହ ବୃହତ ସ୍ତରର ସମ୍ମିଳନୀ, କର୍ପୋରେଟ କାର୍ଯ୍ୟକ୍ରମ, ୬୦୦୦ ବର୍ଗଫୁଟ ପରିବ୍ୟାପ୍ତ ଏକ ଆଧୁନିକ କନଭେନ୍ସନ ହଲ,୧୨୫ଟି ଆଧୁନିକ ସାଜସଜା ରୁମ ରହିଛି। 

ନୂତନ ଜ୍ଞାନ କୌଶଳ ଓ ବିଳାସପୂର୍ଣ୍ଣ କୋଠରୀରେ ରହି ଅତିଥି ସ୍ବର୍ଣ୍ଣାଭ ବେଳାଭୂମିର ଆନନ୍ଦ ନେଇପାରିବେ। ଏଥିସହ ଏହି ରିସୋର୍ଟସରେ ଅତ୍ୟାଧୁନିକ ଫିଟନେସ ସେଣ୍ଟର, ବିଳାସପୂର୍ଣ୍ଣ ସ୍ପା ରହିଛି। ଅତିରିକ୍ତ ସମୟ ଅତିବାହିତ ପାଇଁ ସୁଇମିଂ ପୁଲ,ଗେମ୍ ରୁମ ଓ ସ୍ୱତନ୍ତ୍ର କିଡ୍ସ ଜୋନ୍ ରହିଛି। ପୂର୍ବରୁ ସ୍ୱସ୍ତି ଗ୍ରୁପ ସହ ୧୫୦୦ ପରିବାର ଯୋଡି ହୋଇଥିବାବେଳେ ସ୍ୱସ୍ତି ପ୍ରିମିୟମ୍ ବିଚ ରିସୋର୍ଟସ ସହ ଆଉ ୩୦୦ କର୍ମଚାରୀ ଯୋଡି ହୋଇଛନ୍ତି।

ସ୍ୱସ୍ତି ପ୍ରିମିୟମ୍ ବିଚ ରିସୋର୍ଟସର ନିର୍ମାଣ ଶୈଳୀ ଓ କଳାକୃତି ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଦ୍ୱାରା ଅନୁପ୍ରେରିତ ହୋଇଛି। ଏହାର ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟରେ ଓଡିଶୀ ଓ ମାହାରୀ ନୃତ୍ୟର ମନୋରମ ଦୃଶ୍ୟ ପ୍ରତିଫଳିତ ହୋଇଛି। ଏପରିକି ସମ୍ବଲପୁରୀ ତଥା ଓଡ଼ିଶାର ପାରମ୍ପରିକ ବୁଣା ସଂସ୍କୃତିକୁ ଆଧାର କରି ଷ୍ଟାଫ ୟୁନିଫର୍ମ ପ୍ରସ୍ତୁତ କରାଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଉଦଘାଟନ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ,ସାଂସଦ ଡଃ ସମ୍ବିତ ପାତ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଏକାମ୍ର ବିଧାୟକ ବାବୁ ସିଂ, ପୁରୀ ବିଧାୟକ ସୁନୀଲ ମହାନ୍ତି, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। 

ପୁରୀର ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମୃଦ୍ଧିକୁ ଉପଭୋଗ କରିବା ସହ ପର୍ଯ୍ୟଟକ ଓ ଅତିଥି ମାନେ ସ୍ୱସ୍ତି ପ୍ରିମିୟମ୍ ବିଚ ରିସୋର୍ଟସରେ ରହି ଏକ ସୌଖିନ ଓ ବିଳାସପୂର୍ଣ୍ଣ ସମୟ ଅତିବାହିତ କରି ଏକ ସୁଖଦ ଅନୁଭୂତି ପାଇପାରିବେ ବୋଲି ଆଶା କରାଯାଉଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
It will lead the | Argus News