|
logo
Live

Argus News - ଆସନ୍ତାକାଲିଠାରୁ ୩ ଦିନ ଯାଏ ରାଜ୍ୟରେ ବର୍ଷା

Odisha

ଆସନ୍ତାକାଲିଠାରୁ ୩ ଦିନ ଯାଏ ରାଜ୍ୟରେ ବର୍ଷା

Manini Pattanayak
Browse all articles by Manini Pattanayak
·2 years ago·1 min read
ଆସନ୍ତାକାଲିଠାରୁ ୩ ଦିନ ଯାଏ ରାଜ୍ୟରେ ବର୍ଷା

ଭୁବନେଶ୍ୱର: କାଲିଠୁ ଆରମ୍ଭ ହେବ ବର୍ଷା `। ୧୪ ତାରିଖରୁ ୩ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର  । ଗୁରୁଚାପ ବଳୟ ସକ୍ରିୟ ହେବା ସହିତ ନିମ୍ନ ଚାପରେଖାର ସଂସ୍ପର୍ଶରେ ଆସିବା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ୧୪ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ଵର ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୧୫ ତାରିଖରୁ ବର୍ଷାର ପରିମାଣ ବଢିବା ସହିତ ସାରା ରାଜ୍ୟରେ ବର୍ଷା ହେବ । ସେହିପରି ୧୬ ତାରିଖ ଦିନ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ ।

 ଅନ୍ୟପଟେ ରାଜ୍ୟରେ ଘନ କୁହୁଡି ନେଇ ମଧ୍ୟ ସତର୍କତା ଜାରି କରାଯାଇଛି । ଆଜି ଭଳି ଆସନ୍ତାକାଲି ମଧ୍ୟ କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ ସମେତ ଦକ୍ଷିଣ ଉପକୂଳ ଓଡିଶା ଏବଂ ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିବ । ଏଭଳି ସ୍ଥିତିରେ ଗାଡ଼ି ଚଳାଇବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।  ବର୍ଷାରେ ଭିଜିବ ବସନ୍ତ ପଞ୍ଚମୀ । ୩ ଦିନ ଯାଏ ରାଜ୍ୟରେ ବର୍ଷା ହେବାକୁ ଥିବା ବେଳେ ୧୬ ତାରିଖରୁ ରାତି ତାପମାତ୍ରା ବୃଦ୍ଧି ହେବ  । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆସନ୍ତାକାଲିଠାରୁ ୩ ଦିନ ଯାଏ ରାଜ୍ୟରେ ବର୍ଷା | Argus News