Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରବଳ ବିରୋଧ ପରେ କ୍ଷମା ମାଗିଲେ ବିଦେଶିନୀ, ବଡ଼ଦାଣ୍ଡରେ ଯାଇ କ୍ଷମା ମାଗିବାକୁ ଜଗନ୍ନାଥପ୍ରେମୀଙ୍କ ଦାବି

Sushanta Sahoo
Browse all articles by Sushanta Sahoo
·1 year ago·1 min read
ପ୍ରବଳ ବିରୋଧ ପରେ କ୍ଷମା ମାଗିଲେ ବିଦେଶିନୀ, ବଡ଼ଦାଣ୍ଡରେ ଯାଇ କ୍ଷମା ମାଗିବାକୁ ଜଗନ୍ନାଥପ୍ରେମୀଙ୍କ ଦାବି

ଭୁବନେଶ୍ଵର: ଜଂଘରେ ଜଗନ୍ନାଥଙ୍କ ଟାଟୁ ଆଙ୍କିଥିବା ବିଦେଶିନୀ ଜଣଙ୍କ କ୍ଷମା ମାଗିଛନ୍ତି । ଏକ ଭିଡିଓ କରି ବିଦେଶିନୀ କହିଛନ୍ତି, ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ମୋର ନାହିଁ । ମୁଁ ଜଗନ୍ନାଥଙ୍କୁ ବହୁତ ଭଲ ପାଏ । ମୁଁ ମନ୍ଦିର ସବୁଦିନ ଯାଏ । ମୁଁ ଭୁଲ୍ କରିଛି, ସେଥିପାଇଁ କ୍ଷମା ମାଗୁଛି । ଗୁପ୍ତ ଜାଗାରେ ଟାଟୁ କରିବା ଲାଗି ମୁଁ କହିଥିଲି । ଜାଣି ନଥିଲି ଏହା ଦ୍ଵାରା ଏଭଳି ସ୍ଥିତି ଉପୁଜିବ । ମୁଁ କରିଥିବା ଭୁଲ୍ ପାଇଁ ମୋତେ କ୍ଷମା କରି ଦିଅନ୍ତୁ ।


ରବିବାର ବିଦେଶିନୀଙ୍କ ଟାଟୁ ଫଟୋ ଭାଇରାଲ୍ ହେବା ପରେ ବିବାଦ ତେଜିଥିଲା । ଜଗନ୍ନାଥପ୍ରେମୀ ଏନେଇ ସହିଦନଗର ଥାନାରେ ବିଦେଶିନୀ ଓ ଟାଟୁ ଆଙ୍କିଥିବା ଷ୍ଟୁଡିଓ ବିରୋଧରେ ଏତଲା ଦେଇଥିଲେ । ଏହା ପରେ ସନ୍ଧ୍ୟାରେ ରକି ଟାଟୁର ମାଲିକ ଭିଡିଓ କରି ସୋସିଆଲ୍ ମିଡିଆରେ କ୍ଷମା ପ୍ରାର୍ଥନା କରିଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଦେଶିନୀ ଜଂଘରେ ଜଗନ୍ନାଥଙ୍କ ଟାଟୁ ଆଙ୍କିବାକୁ ନେଇ ଆଜି ସହିଦନଗର ସ୍ଥିତ ରକି ଟାଟୁ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ଜଗନ୍ନାଥପ୍ରେମୀ । କହିଛନ୍ତି, ବିଦେଶିନୀ ଓ ରକି ଟାଟୁ ଉଭୟ ପୁରୀ ଯାଆନ୍ତୁ, ବଡ଼ଦାଣ୍ଡରେ ସିଂହଦ୍ଵାର ଆଗରେ ଉଭୟ ସମସ୍ତଙ୍କ ଆଗରେ କ୍ଷମା ମାଗିବା ଲାଗି ଜଗନ୍ନାଥପ୍ରେମୀ ଦାବି କରିଛନ୍ତି ।


ତେବେ କେଉଁ ଉଦ୍ଦେଶ୍ୟ ନେଇ ବିଦେଶିନୀ ତାଙ୍କ ଜଂଘରେ ଶ୍ରୀଜଗନ୍ନାଥଙ୍କ ଟାଟୁ କଲେ ? ଟାଟୁ ଚିତ୍ରଣ କରିଥିବା ରକି ଟାଟୁ କଣ ଜାଣି ପାରିଲାନି ଜଗତର ନାଥଙ୍କୁ ଜଂଘରେ ଆଙ୍କିବା କେତେ ଦୂର ଯଥାର୍ଥ ? ନା କେବଳ କେଇ ହଜାର ଟଙ୍କା ପାଇଁ ଟାଟୁ ଆଙ୍କିବା ବେଳେ ରକି ଟାଟୁ ସବୁକିଛି ପାସୋରି ଗଲା ?


Sponsored
Italian Women Who Draw Tattoo Of Lord-Jagannath In Thigh, Seek Appolosied | Argus News