Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଫୁଲବାଣୀ ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଆତ୍ମହତ୍ୟା

Odisha

ଫୁଲବାଣୀ ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଆତ୍ମହତ୍ୟା

Ritu Das
Browse all articles by Ritu Das
·2 years ago
ଫୁଲବାଣୀ ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଆତ୍ମହତ୍ୟା

ଅର୍ଗସ ବ୍ୟୁରୋ: ବେକରେ ରଶି ଦେଇ ଆତ୍ମହତ୍ୟା କଲେ ଆଇଟିଡିଏ ଜେଇ ଫୁଲଵାଣୀ ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀ ତୁଷାରେନ୍ଦ୍ର ନାୟକ। ଫୁଲବାଣୀ ସ୍ଥିତ ନିଜ ସରକାରୀ ବାସଭବନରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। 

ସକାଳ 9 ଟାରେ ଏଭଳି ଘଟଣା ଘଟିଥିବା ଜଣାପଡିଛି। ଫୁଲବାଣୀର ଆଇଟିଡିଏର କର୍ମଚାରିମାନେ ତାଙ୍କ ବାସଭବନରେ ପହଞ୍ଚି  ଭୁବନେଶ୍ୱରରେ ରହୁଥିବା ପରିବାରଙ୍କୁ ଖବର ଦେଇଛନ୍ତି। ସୂଚନା ପ୍ରକାରେ ଦୀର୍ଘ 20 ଦିନହେବ ଶ୍ରୀ ନାୟକ ଛୁଟିରେ ଥିବା ବେଳେ ଶୁକ୍ରବାର କାର୍ଯ୍ୟରେ ଯୋଗଦେଇ ଥିଲେ । ଟାଉନ୍  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି l

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ITDA Assistant | Argus News