Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉମାଙ୍କ କଥାରେ ବସଉଠ ହେଉଛି ବ୍ରହ୍ମଗିରି ପୋଲିସ

Manini Pattanayak
Browse all articles by Manini Pattanayak
·2 years ago·2 min read
ଉମାଙ୍କ କଥାରେ ବସଉଠ ହେଉଛି ବ୍ରହ୍ମଗିରି ପୋଲିସ

ପୁରୀ:  କଥାରେ ଅଛି ରାଣୀ ଘୋଡାର ସିଂହ ନାହିଁ, ସିଂହ ଥିଲେ କିଛି ରଖନ୍ତା ନାହିଁ । ଠିକ୍‌ ସେମିତି ବ୍ରହ୍ମଗିରିରୁ ସାମ୍ନାକୁ ଆସିଛି ଏମିତି ଚିତ୍ର । କାରଣ ବର୍ତ୍ତମାନ ସମୟରେ ବ୍ରହ୍ମଗିରିରୁ ନିର୍ବାଚନ ଲଢିନାହାନ୍ତି ବିଜେଡି ପ୍ରାର୍ଥୀ ଉମା ସାମନ୍ତରାୟ । ହେଲେ ଏବେଠୁ ତାଙ୍କର ଯେମିତି ଦବଦବା ଦେଖାଗଲାଣି ତାହାକୁ ନେଇ ଉଠିଲାଣି ପ୍ରଶ୍ନ । ମୋ ଝିଅକୁ  ୭ ଦିନ ମଧ୍ୟରେ ଖୋଜି ଦେବାକୁ କହି  ଦେଢ ବର୍ଷ ହୋଇଗଲା.. କିନ୍ତୁ ଖୋଜି ପାରିଲାନି  ବ୍ରହ୍ମଗିରି ପୋଲିସ୍ ।  ଥାନାକୁ ଫୋନ କଲେ ପୋଲିସ୍‌ କହୁଛି ବାରମ୍ବାର କଣ ପାଇଁ ଫୋନ କରୁଛ.. ତୁମ କେସ୍‌ ଟା ନବା ଆମର ବୋଧହୁଏ ଭୁଲ ହେଲା । କିଛି ଏମିତି ସଙ୍ଗୀନ ଓ ସାଙ୍ଘାତିକ ଅଭିଯୋଗ ଆସିଛି ବ୍ରହ୍ମଗିରିରୁ ।  ଅଭିଯୋଗ ଅନୁସାରେ, ବ୍ରହ୍ମଗିରି ଅଂଚଳର ଜଣେ ନାବାଳିକା ଝିଅ ଅପହରଣ ହୋଇଥିଲା । ଏ ମାମଲା ଯାଇ ପହଞ୍ଚିଥିଲା ଥାନାରେ ।  

ହେଲେ ପୋଲିସ ଯେମିତି ଭୂଆଁ ବୁଲାଇଲା ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ଏ ମାମଲାରେ କୁଆଡ଼େ ବିଜେଡି ନେତାଙ୍କ ସଂପୃକ୍ତି ରହିଛି । ସେଇଥି ଲାଗି ତ ପୋଲିସ ଦେଉନି ଧରାଛୁଆଁ । ଏକଥା ଆମେ ନୁହେଁ ବରଂ କହିଛନ୍ତି ଅବିଯୋଗକାରୀ । ନାବାଳିକାକୁ ଅପହରଣ କରିଛନ୍ତି ଉମାକାନ୍ତ ସାମନ୍ତରାୟଙ୍କ ଲୋକ।  ତେଣୁ ବିଜେଡି ବିଧାୟକ ପ୍ରାର୍ଥିୀ ଉମାକାନ୍ତ  କହୁଛନ୍ତି  କେସ୍‌  ନକରି  ଅପହରଣ କରିଥିବା  ଯୁବକଙ୍କ ସହ ତୁମର ଝିଅର  ବାହାଘର କରାଇଦିଅ...ଥରେ ଚିନ୍ତାକରନ୍ତୁ ତ ? ଯେଉଁ ବାପା-ମାଆଙ୍କର ଝିଅ ହଜିଥିବ ସେମାନଙ୍କୁ ଏମିତି କହିଲେ ତାଙ୍କୁ କେତେ କଷ୍ଟ ଲାଗୁଥିବ ।  ମୋଟ୍‌ ଉପରେ ବିଜେଡିନେତାଙ୍କ ଓଧୌତ୍ୟ କେତେ ଚରମସୀମାରେ ପହଞ୍ଚିଲାଣି ସେ କଥା ସମସ୍ତେ ଜାଣିଛନ୍ତି । ହେଲେ ବ୍ରହ୍ମଗିରିରୁ ଯେମିତି ସମ୍ବେଦନଶୀଳ ମାମଲା ଆସିଛି ତାହା ପୁଣି ଥରେ ନବୀନ ବାବୁଙ୍କ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
It's been one and a half years since I asked to find my daughter within 7 days.. But Brahmagiri police could not find me. | Argus News