Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାଳ ହେଲା ଜଗନ୍ନାଥଙ୍କୁ ଅପମାନ, ଚିତ୍ ପଟାଙ୍ଗ ମାରିଲେ ନବୀନ ଓ ମମତା

Odisha

Temple Politics / କାଳ ହେଲା ଜଗନ୍ନାଥଙ୍କୁ ଅପମାନ, ଚିତ୍ ପଟାଙ୍ଗ ମାରିଲେ ନବୀନ ଓ ମମତା

Bikash Mohanty
Browse all articles by Bikash Mohanty
·2 hours ago·2 min read
କାଳ ହେଲା ଜଗନ୍ନାଥଙ୍କୁ ଅପମାନ, ଚିତ୍ ପଟାଙ୍ଗ ମାରିଲେ ନବୀନ ଓ ମମତା
Jagannath

Key Points

କାଳ ହେଲା ଜଗନ୍ନାଥଙ୍କୁ ଅପମାନ
ଜଗନ୍ନାଥଙ୍କୁ ଅପମାନ କରି  ଚିତ୍ ପଟାଙ୍ଗ ମାରିଲେ ଦୁଇ ମୁଖ୍ୟମନ୍ତ୍ରୀ
ଦୁଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀ


୦୫/୦୫,ଭୁବନେଶ୍ବର: କାଳ ହେଲା ଜଗନ୍ନାଥଙ୍କୁ ଅପମାନ। ଜଗନ୍ନାଥଙ୍କୁ ଅପମାନ କରି  ଚିତ୍ ପଟାଙ୍ଗ ମାରିଲେ ଦୁଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀ। ଜଗନାଥଙ୍କୁ ଅପମାନିତ କରି ଓଡ଼ିଶାରେ ବିଜେଡି ସରକାରର ୨୪ ବର୍ଷର ସରକାରର ପତନ ଘଟିଥିଲା। ଆଉ ପଶ୍ଚିମବଙ୍ଗରେ ଜଗନାଥଙ୍କୁ ଅପମାନିତ କରି ୧୫ ବର୍ଷର ତୃଣମୁଳ କଂଗ୍ରେସ ଶାସନର ପତନ ଘଟିଲା।

ଗତ ନିର୍ବାଚନରେ ଓଡ଼ିଶାରେ ମଧ୍ୟ ଜଗନ୍ନାଥଙ୍କୁ ନେଇ ରାଜନୀତି ଆରମ୍ଭ କରାଯାଇଥିଲା। ସେତେବେଳେ କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ବିଜେଡି ଗାଁ ଗାଁରେ ଗାଡ଼ିରେ ରଖି ବୁଲାଇଲା। ୨୦୨୪ ଜାନୁଆରୀ ୧୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ କଲେ। କିନ୍ତୁ ଓଡ଼ିଶାବାସୀ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ପରାଜୟର ସ୍ବାଦ ଚଖାଇଦେଲେ। କେବଳ ପୁରୀ ନୁହେଁ ରାଜ୍ୟର ୨୧ଟି ଲୋକସଭା ଆସନରେ ବିଜେଡି ମୂଳପୋଛ ହୋଇଗଲା। ରାଜ୍ୟର ଶାସନ ଡୋରି ମଧ୍ୟ ବିଜେଡି ଠାରୁ ବିଜେପି ନିକଟକୁ ଚାଲିଗଲା।

ସଂପ୍ରତି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ସମାନ ଦଶା ଭୋଗିବାକୁ ପଡ଼ିଛି। ଜଗନ୍ନାଥପ୍ରେମୀଙ୍କୁ ବାନ୍ଧି ରଖିବା ପାଇଁ ସେ ଦୀଘାରେ ଏକ ଜଗନ୍ନାଥ ମନ୍ଦିର ୨୦୨୫ ଏପ୍ରିଲ ୩୦(ଅକ୍ଷୟ ତୃତୀୟା)ରେ ଉଦ୍‌ଘାଟନ କରିଥିଲେ। ଜଗନ୍ନାଥପ୍ରେମୀ ବଙ୍ଗୀୟ ଦର୍ଶକଙ୍କୁ ସେଠାରେ ବାନ୍ଧି ରଖିବା ଲାଗି ସେ ଦୀଘାକୁ 'ଜଗନ୍ନାଥ ଧାମ' ବୋଲି ମଧ୍ୟ ଘୋଷଣା କଲେ। ଏହାକୁ ନେଇ ବିବାଦ ହେଲା। ହିନ୍ଦୁ ପଣ୍ଡିତମାନେ ପୁରୀ ଛଡ଼ା ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ ବୋଲି ରୋକଠୋକ୍‌ ମତ ଦେଲେ।
 
ପଢନ୍ତୁ ଏହି ଖବର: ଚଳଚଞ୍ଚଳ ରଥଖଳା, ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ମନ୍ଦିର ରାଜନୀତି କରିବାକୁ ଯାଇ ମମତା ଚଳିତ ନିର୍ବାଚନରେ ଚିତପଟାଙ୍ଗ ମାରିଛନ୍ତି। ୧୫ ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ମମତାଙ୍କ ତୃଣମୂଳ କଂଗ୍ରେସକୁ ଏଥର ପଶ୍ଚିମବଙ୍ଗବାସୀ ଗାଦିଚ୍ୟୁତ କରି ଦେଇଛନ୍ତି। ଏପରିକି ରାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ, ଯେଉଁ ଅଞ୍ଚଳରେ ଦୀଘା ଜଗନ୍ନାଥ ମନ୍ଦିର ରହିଛି ସେଠାରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଏଥର ପରାଜିତ ହୋଇଛନ୍ତି। ବିଜେପିର ଚନ୍ଦ୍ରଶେଖର ମଣ୍ଡଳ ତାଙ୍କୁ ହରାଇଛନ୍ତି।

ମନ୍ଦିରକୁ ନେଇ ରାଜନିତୀ ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ଯେବେ ଜଗନ୍ନାଥ ଧାମ ନେଇ ବିବାଦ ହୋଇଥିଲା ସେବେ ଆମେ କହିଥିଲୁ ମହାପ୍ରଭୁଙ୍କ ଅବମାନନାକୁ ଗ୍ରହଣ କରାଯିବ ନାହିଁ । ଏହା ସତ ବୋଲି ପ୍ରମାଣିତ ହେଲା । ମହାପ୍ରଭୁଙ୍କ ସହ ଯିଏ ଖେଳିବାକୁ ଚେଷ୍ଟା କରିଛି ମହାପ୍ରଭୁ ନିଜେ ତାର ପତ୍ତା ସଫା କରିଛନ୍ତି। ମହିଳା ହୁଅନ୍ତୁ କି ପୁରୁଷ କାହାର ଅହଙ୍କାର ମହାପ୍ରଭୁ ରଖନ୍ତି ନାହିଁ ।" ମହାପ୍ରଭୁ 'ଭାଇ, ଭଉଣୀ'ଙ୍କ ଅହଙ୍କାରକୁ ଭାଙ୍ଗିଲେ କହି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମମତା ବାନାର୍ଜୀ ଓ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Temple Politics | “Jagannath Controversy: Naveen Patnaik & Mamata Banerjee Criticized Over Alleged Insult” | Argus News