Rath Yatra / ଚଳଚଞ୍ଚଳ ରଥଖଳା, ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
·4 months ago·2 min read

Key Points
ପନ୍ଦର ଦିନରେ ଚଳଚଞ୍ଚଳ ରଥଖଳା
ସମାନ୍ତରାଳ ଗତିରେ ନିର୍ମାଣ କାର୍ଯ୍ୟ ଜାରି ରହିଛି
ତିନି ରଥର ତିନୋଟି ଲେଖାଏଁ ନାହାକା ଚକ ନିର୍ମାଣ ଶେଷ

୦୫/୦୫,ପୁରୀ : ପନ୍ଦର ଦିନରେ ଚଳଚଞ୍ଚଳ ରଥଖଳା। ସମାନ୍ତରାଳ ଗତିରେ ନିର୍ମାଣ କାର୍ଯ୍ୟ ଜାରି ରହିଛି ତିନି ରଥର ତିନୋଟି ଲେଖାଏଁ ନାହାକା ଚକ ନିର୍ମାଣ ଶେଷ ହୋଇଛି । ଗତକାଲି ଅପରାହ୍ନରେ ତିନି ରଥର ନହାକା ଅଖ ନିର୍ମାଣ ଅନୁକୂଳ ପୂଜା ତିନିରଥର ବିଶ୍ୱକର୍ମା ସେବକଙ୍କ ଦ୍ୱାରା ସମ୍ପନ୍ନ ହୋଇଛି।
ତିନି ନାହାକା ଅଖର ଉଭୟ ମୁଖର ବୋଳା କାର୍ଯ୍ୟ ଜାରି ରହିଛି।ସେପଟେ ତିନିରଥର ରୂପକାର ସେବକ ମାନେ ତିନି ରଥର କୋଣ ଗୁଜ ବା ସାଲ ଗୁଜରେ ସିଂହ ବିରଳ ରୂପ ଖୋଦେଇ ଜାରି ରଖିଛନ୍ତି।ଓଝା ମହାରଣା ସେବକ ମାନେ ଆବଶ୍ୟକ ଅର କଣ୍ଟା ସହ ପନ୍ଦାରି ଏବଂ ତୁମ୍ବର ବାହ୍ୟ ବଳା, ରଥ ଖଳାକୁ ଯୋଗାଇ ବାକି ଚକ ଗୁଡ଼ିକ ପାଇଁ ପନ୍ଦାରି ଏବଂ ତୁମ୍ବ ବଳା ସହ ଅର କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ରଥ ନିର୍ମାଣରେ ସପ୍ତରଥୀଙ୍କର ଭୂମିକା ରହିଥାଏ। ମହାରଣା କୁଳର ସେବକମାନେ ରଥ ନିର୍ମାଣରେ ପ୍ରଥମରୁ ଶେଷ ଯାଏ ସମ୍ପୃକ୍ତ ରୁହନ୍ତି। ଅକ୍ଷୟ ତୃତୀୟାରେ ରଥ ଅନୁକୂଳ କରିଥାନ୍ତି ମହାରଣା ସେବକ। ଅକ୍ଷୟ ତୃତୀୟା ପରଦିନଠୁ କାମ ଆରମ୍ଭ ହୁଏ। ତୁମ୍ବ କାମ ପାଇଁ ମହାରଣା ସେବକମାନେ କାଠ ବାଛି କରତି ମହାରଣାଙ୍କୁ ସାଇଜ କରିବାକୁ ଯୋଗାଇ ଦିଅନ୍ତି। ପ୍ରଥମେ ବଡ଼ବାଡ଼ ତଥା ଶ୍ରୀବଳଭଦ୍ରଙ୍କର ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି। ପରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ରଥ କାମ କ୍ରମାନୁଯାୟୀ ଆରମ୍ଭ ହୁଏ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୨୭ ଜଣ ମହାରଣା ସେବକ, ଶ୍ରୀବଳଭଦ୍ରଙ୍କ ରଥରେ ୨୬ ଜଣ ଓ ଦେବୀ ସୁଭଦ୍ରାଙ୍କ ରଥରେ ୨୫ ଜଣ ମହାରଣା ସେବକ ନିୟୋଜିତ ହୋଇଛନ୍ତି। ଏହିଭଳି ତିନି ରଥରେ ମୋଟ ୭୮ ଜଣ ମହାରଣା ସେବକ ନିୟୋଜିତ ରହିଛନ୍ତି।
ପଢନ୍ତୁ ଏହି ଖବର: ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ଼ ବିଭ୍ରାଟ, ସେବାୟତ ବିବାଦ ଯୋଗୁଁ ହୋଇପାରିଲାନି ଚାପ ଖେଳ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନନ୍ଦିଘୋଷ ରଥରେ ବିଜୟ କୁମାର ମହାପାତ୍ର ମୁଖ୍ୟ ମହାରଣା ଦାୟିତ୍ବ ତୁଲାଇ ଆସୁଛନ୍ତି। ତାଳଧ୍ବଜ ରଥରେ ନରସିଂହ ମହାରଣା ମୁଖ୍ୟ ମହାରଣା ଦାୟିତ୍ବ ସମ୍ପାଦନ କରୁଛନ୍ତି। ଦେବଦଳନ ରଥରେ ନାରାୟଣ ମହାରଣା ମୁଖ୍ୟ ମହାରଣା ଦାୟିତ୍ବ ବହନ କରିଛନ୍ତି। ମହାରଣା ସେବକଙ୍କ ପ୍ରଥମ କାମ ତୁମ୍ବ। କରତି ମହାରଣା ତୁମ୍ବ ପାଇଁ ନିର୍ଦ୍ଦିଷ୍ଟ ଆକୃତିର କାଠ ଖଣ୍ଡ ଯୋଗାଇ ଦେବା ପରେ ଏହାକୁ ବାରିସିରେ ହାଣି ସାଇଜ୍ କରନ୍ତି ମହାରଣା ସେବକ। ତୁମ୍ବ ହଣା ସରିଲେ ସୂତା ବାଡ଼ିଆ, ବିନ୍ଧ କାର୍ଯ୍ୟ, ଅର ସଂଯୋଗ, ପଇ ବିନ୍ଧ ହୋଇ ଚକରେ ସେଟ୍ ହୁଏ। ଚକ କାର୍ଯ୍ୟ ସମ୍ପନ୍ନ ହେବା ପରେ ଗୁଜ, ଜଳଯନ୍ତ୍ର, କୁଡ଼ୁକା ପ୍ରସ୍ତୁତ କରାଯାଏ। ଚକ ସରିବା ପରେ ଦଣ୍ଡା ଲାଗେ। ପରେ ଦଣ୍ଡା ଗୋଲେଇ, ଗରଗରା, ଚାରିନାହାକା, ଗୟଳ ମୋଡ଼ା, ପାର୍ଶ୍ବ ଗୟଳ , ନିରାଡ଼ି, ଛନ୍ଦା ଗୟଳ, ପ୍ରଥମରୁ ତୃତୀୟ ଭୂଇଁ, ପୋଟଳ, ପରାଭାଡ଼ି, କଇଁଚି ଫାଳି, ଦୁଆର, ପ୍ରଭା, କନକମୁଣ୍ଡି, ବାଡ଼, ବେଦି, ସିଂହାସନ, ହଂସପଟା, କନ୍ୟାପଟା ଆଦି ସଂଯୋଗ ମହାରଣା ସେବକମାନଙ୍କ ଦ୍ବାରା ସମ୍ପନ୍ନ ହୋଇଥାଏ।
Related Topics
Explore more stories