Jagannath Darshan Closed / ଆଜି ୬ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ, ଜାଣନ୍ତୁ କଣ ଏହାର କାରଣ?
·1 hour ago·3 min read

Key Points
ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାମନ ଜନ୍ମ ନୀତି
ଆଜି ୬ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
ଅପରାହ୍ନ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ

ପୁରୀ,୨୩/୦୯: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାମନ ଜନ୍ମ ନୀତି । ଶ୍ରୀନଅରରେ ହେବ ସୁନିଆଁ ଉତ୍ସବ ।ଆଜି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ଏହି ନୀତିକୁ ଦୃଷ୍ଟିରେ ରଖି ଅପରାହ୍ନ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଭାଦ୍ରବ ମାସର ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବାତାର ବାମନଙ୍କ ଆବିର୍ଭାବ ଦିବସ। ତେଣୁ ବାମନ ଜନ୍ମ ବା ବାମନ ଦ୍ୱାଦଶୀ’ ଭାବରେ ମଧ୍ୟ ଏହି ଦିନଟି ଆଖ୍ୟାୟିତ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ବାମନ ଶ୍ଵରୁପି ତାଙ୍କୁ ରଥ ଉପରେ ବାମନ ବେଶ ରେ ଦର୍ଶନ କଲେ ପୁନର ଜନ୍ମ ହୁଏ ନାହିଁ ବୋଲି ବିଶ୍ଵାସ ଅଛି। ତେଣୁ ମହାପ୍ରଭୁଙ୍କର ବାମନ ଜନ୍ମ ନୀତି ଶ୍ରୀମନ୍ଦିରରେ ବିଧି ବିଧାନ ସହ ପାଳନ କରାଯାଏ। ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ଵାଦଶୀ ତିଥିର ମଧ୍ୟାହ୍ନ ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ବାମନ ରୁପରେ ଆବିର୍ଭାବ ହେବାର ନୀତି ଅନୁଷ୍ଠିତ ହୋଇଥାଏ।ତାଙ୍କୁ ବାମନ ଭାବରେ ଅବିହିତ କରାଜାଇ ସେହି ତିଥି ରେ ତାଙ୍କ ଜନ୍ମ ନୀତି ପାଳିତ କରାଜାଏ। ଯେଉଁପରି ଭାବରେ ମହାପ୍ରଭୁଙ୍କର ଶ୍ରୀରାମ ଜନ୍ମ ନୀତି ଶ୍ରୀ କୃଷ୍ଣ ଜନ୍ମ ନୀତି ପାଳନ କରାଯାଏ ସେହିପରି ଭାବରେ ମଧ୍ୟ ବାମନ ଦ୍ଵାଦଶୀ ରେ ମହାପ୍ରଭୁଙ୍କର ବାମନ ଜନ୍ମ ନୀତି ପାଳିତ ହୁଏ।
ଏହିଦିନ ସକାଳ ଧୂପ ପୁଜା ସରିବା ପରେ ଠାକୁର ମାନଙ୍କର ମହାସ୍ନାନ ଓ ସର୍ବାଙ୍ଗ ନୀତି ହେବା ପରେ ପୂର୍ବ ଦିନ ଅଧିବାସ ହୋଇଥିବା ଯଜ୍ଞ ପବିତା ଲାଗି ହୋଇଥାଏ। ଶ୍ରୀ ବିଗ୍ରହ ମାନଙ୍କୁ କର୍ପୁର ଲାଗିହୋଇ ବେଶ ବଢିବା ପରେ ମଧ୍ୟାନ ଧୂପ ଉଠିଥାଏ ଏବଂ ଜୟ ବିଜୟ ଦ୍ଵାର ବନ୍ଦ ହୋଇ ଚନ୍ଦନ ଅର୍ଗଳି ଠାରେ ସୁଧସୁଆର ସେବକ ପଞ୍ଚ ମୁରୁଜ ରେ ମଣ୍ଡଳ କରିଥାନ୍ତି। ଏହା ପରେ ତିନି ବାଡ ରେ ଠାକୁର ମାନଙ୍କର ବନ୍ଦାପନା ବରୁଣ ପୂଜା ହୋଇଥାଏ। ଏହାପରେ ମୁଦିରସ୍ତ ଓ ପତିମହାପାତ୍ର ବ୍ରହ୍ମା ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣୀ ଘର ଭୋଗ ସରିବା ପରେ କୃଷ୍ଣ ମହାଜନ ସେବକଙ୍କ ଦ୍ଵାରା ରତ୍ନସିଂହାସନ ବିଜେ ହୋଇଥାନ୍ତି ଏବଂ ସେଠାରେ ଧଣ୍ଡି ମହାପ୍ରସାଦ ଲାଗି ହୋଇଥାଏ। ଜାହା ଗୋଟିଏ ପ୍ରକାରର ସୋତନ୍ତ୍ର ପ୍ରସାଦ ଏହା ପରେଦେଉଳ ବନିଆଁ ଯୋଗାଇଥିବା ସୁବର୍ଣ୍ଣ ବାମନ ମୂର୍ତ୍ତି ସର୍ବତ୍ରଭଦ୍ରମଣ୍ଡଳ ଉପରେ ବିଜେ କରିଥାନ୍ତି ତତ୍ପରେ କୃଷ୍ଣ ଙ୍କୁ ଏହି ଭଦ୍ର ମଣ୍ଡଳରେ ବିଜେ କରାଯାଏ।
ପଢନ୍ତୁ ଏହି ଖବର: ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ ,ପୁରୀ ପୋଲିସର କାର୍ଯ୍ୟାନୁଷ୍ଠାନ, ଜଣେ ଅଟକ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଠାରେ ପଞ୍ଚାମୃତ ରେ ଦିଅଁ ଙ୍କୁ ସ୍ନାନ କରାଇ ଶୀତଳଭୋଗ ହୋଇ ପଞ୍ଚ ଉପଚାରରେ ଗର୍ଭଉଦକ ନୀତି , ଜନ୍ମବିଧିମାନ କରାଯାଇଥାଏ। ଏହାପରେ ପାଳିଆ ମହାସୁଆର କ୍ଷୀର , ଲହୁଣୀ ମଣୋହି କରିବାକୁ ପୂଜାପଣ୍ଡାଙ୍କୁ ଦେଇଥାନ୍ତି। ଏହାପରେ ମୁଦିରସ୍ତ ପ୍ରସାଦ ଲାଗି କରିଥାନ୍ତି। ତତ୍ପରେ ମହାଜନ ସେବକ ଦିଅଁଙ୍କ ହସ୍ତରେ ବିଜେ କରାଇ ଜୟ ବିଜୟ ଦ୍ୱାର ନିକଟକୁ ଯାଇଥାନ୍ତି। ଏଠାରେ ମାର୍କଣ୍ଡେଶ୍ୱର ସାହି ଲୋକ ବାମନ ମୂର୍ତ୍ତି ପଟି ଯୋଗାଇଥାନ୍ତ। ତତ୍ପରେ ଦିଅଁଙ୍କୁ ମାଜଣା ମଣ୍ଡପ ଖଟ ଉପରେ ବିଜେ କରିଥାନ୍ତି। ଏହାପରେ ପତିମହାପାତ୍ର ଭଣ୍ଡାର ଘରୁ ରୂପା ବଟାରେ ଶ୍ରୀ ଦୁର୍ଗାଙ୍କୁ ରତ୍ନସିଂହାସନ ବିଜେ କରିଥାନ୍ତି ସେଠି ପୂଜାପଣ୍ଡା ଆଜ୍ଞା ମାଳ ଦେଲାପରେ ଦେବୀ ଦୁର୍ଗା ମାଜଣା ମଣ୍ଡପ କୁ ବିଜେ କରିଥାନ୍ତି। ଏଠାରେ ପୂଜାପଣ୍ଡା ବସୁଧରା , ଯଜ୍ଞ ପବିତ୍ରା ଲାଗି କରିଥାନ୍ତି। ଏହାପରେ ପାଣି ପଡି ଶୀତଳ ଭୋଗ ପନ୍ତି ବଢ଼ା ହୋଇଥାଏ। ଦୁଧ ମଣୋହି କରି ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ପଂଚଉପଚାରରେ ଭୋଗ କରିଥାନ୍ତଏହାପରେ ପ୍ରସାଦ ଉଲାଗି ହୋଇ କୃଷ୍ଣ(ବାମନ) ଦକ୍ଷିଣୀ ଘରକୁ ଏବଂ ଶ୍ରୀଦୁର୍ଗା ଭଣ୍ଡାର ଘରକୁ ବାହୁଡ଼ି ଥାନ୍ତି।
ସନ୍ଧ୍ୟାଧୁପ ନୀତି ସରିବା ପରେ ଶ୍ରୀ ମନ୍ଦିରରେ ପାରମ୍ପାରିକ ଭାବରେ ଇନ୍ଦ୍ରଧ୍ଵଜ ପୂଜା ଅନୁଷ୍ଠିତ ହୋଇଥାଏ ।ଭଗବାନ ସତ୍ୟ ଯୁଗରେ ମତ୍ସ୍ୟ, କଛ୍ଚପ,ବରାହ,ନୃସିଂହ ଅବତାର ପରେ ୫ମ ଅବତାର ହିସାବରେ ପ୍ରଭୁ ଶ୍ରୀ ବାମନ ଙ୍କ ରୁପରେ ଧରାପୃଷ୍ଟ କୁ ଅବତରଣ ହୋଇ ଜନ୍ମ ଗ୍ରହଣ କରିଥିଲେ। ଯୁଗେ ଯୁଗେ ପ୍ରଭୁ ସତ୍ୟ ଧର୍ମ ନ୍ୟାୟ ର ପ୍ରତିଷ୍ଟା ନିମିତ ଧରାପୃଷ୍ଟ ରେ ଅବତାର ନେଇଛନ୍ତି ଏବଂ ସତ୍ୟ ଯୁଗରେ ରାକ୍ଷାସ ରାଜା ବଳି ଥିଲେ ମହାଦାନୀ ମାତ୍ର ସେହି ଦାନ ଅତ୍ୟାଧିକ ହେବାରୁ ତାଙ୍କର ଦର୍ପ ମଧ୍ୟ ବଢିଜାଇଥିଲା ତେଣୁ ତାଙ୍କର ଦର୍ପ କୁ ଦଳନ କରି ଉଚିତ ଶିକ୍ଷା ଦେବା ନିମିତ ପ୍ରଭୁ ପଞ୍ଚମ ଅବତାର ରୁପରେ ଶ୍ରୀ ବାମନଙ୍କ ରୁପରେ ଜନ୍ମ ଗ୍ରହଣ କରିଥିଲେ ।

Related Topics
Explore more stories