Khasapada niti / ଖସାପଡା ନୀତି ପାଇଁ ଆଜି ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

Key Points
ସଂଧ୍ୟା ୬ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ
ଖସାପଡ଼ା ନିତୀ ଯୋଗୁଁ ବନ୍ଦ ରହିବ ଜଗା ଦର୍ଶନ
ଶ୍ରୀମନ୍ଦିରର ବିଭିନ୍ନ ପରମ୍ପରା ମଧ୍ୟରୁ ମହାପ୍ରଭୁଙ୍କ ଖସାପଡା ନୀତି ଅନ୍ୟତମ । ଏହା ଏକ ଗୁପ୍ତ ନୀତି ହେବାରୁ ଏହି ସମୟରେ ଶ୍ରଦ୍ଧାଳୁମାନେ ଦର୍ଶନରୁ ବଞ୍ଚିତ ରହନ୍ତି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଓ ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି ପାଳନ କରାଯାଏ । 'ଖସାପଡ଼ା' ହେଉଛି ଶ୍ରୀଅଙ୍ଗରେ ଥିବା ପ୍ରଲେପ ବା ବସ୍ତ୍ରର ଏକ ବିଶେଷ ସ୍ତର, ଯାହା ପ୍ରତିମାଙ୍କୁ ବାହ୍ୟ ପରିବେଶ ଏବଂ କ୍ଷୟରୁ ରକ୍ଷା କରିଥାଏ। ଯେତେବେଳେ ଏହି ପ୍ରଲେପ ପୁରାତନ ହୋଇଯାଏ ବା କୌଣସି କାରଣରୁ ବାହାରିଯାଏ, ସେତେବେଳେ ତାହାକୁ ନୂତନ ଭାବେ ଲଗାଯିବାର ପରମ୍ପରାକୁ ଖସାପଡ଼ା ନୀତି କୁହାଯାଏ।
ପରମ୍ପରା ଅନୁସାରେ, ଦଇତାପତି ସେବାୟତମାନେ ପ୍ରଥମେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦେଇଥାନ୍ତି । ଏହି ନୀତି ପାଇଁ ପୂର୍ବଦିନରୁ ଦେଉଳକରଣ ଧଳା କନା ଧୋଇ ଶୁଖାଇ ଗାରଦରେ ଜମା କରନ୍ତି । ସେହିପରି ଶୁଦ୍ଧସୁଆର ଖଳି ଓ କଇଁଥ ଅଠା ଯୋଗାଇଥାନ୍ତି । ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଭିତରୁ ଜୟ-ବିଜୟ ଦ୍ୱାର ବନ୍ଦ କରାଯାଏ । ପରେ ବେହେରଣ ଦ୍ୱାର ଦେଇ ଦଇତାପତି ସେବାୟତମାନେ ଗର୍ଭଗୃହକୁ ପ୍ରବେଶ କରି ରତ୍ନସିଂହାସନ ଉପରେ ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଖସାପଡା ଲାଗି କରି ଏହି ଗୁପ୍ତ ନୀତି ସମ୍ପନ୍ନ କରିଥାନ୍ତି ।
ଏଠାରେ ସୂଚନାଯୋଗ୍ୟ; ବର୍ଷକୁ ୨-୩ଥର ଏହି ଗୁପ୍ତ ସେବା ଅନୁଷ୍ଠିତ ହୋଇଥାଏ । ବିଶେଷକରି ଗୁଣ୍ଡିଚା ଯାତ୍ରା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗ ଓ ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି କରାଯାଏ । ସେହିପରି ଦୋଳ ପୂର୍ଣ୍ଣିମାରେ ହୋଲି ଖେଳିବା ସମୟରେ ଶ୍ରୀଅଙ୍ଗର କେତେକ ଅଂଶ କ୍ଷତବିକ୍ଷତ ହୋଇଯାଇଥାଏ, ତେଣୁ ହୋଲି ପରେ ମଧ୍ୟ ଏହି ଖସପଡା ନୀତି ପାଳନ କରାଯାଏ । ଦଇତାପତି ସେବକମାନେ ଧଳା କନା, ଖଳି ଓ କଇଁଥ ଅଠା ବ୍ୟବହାର କରି ଏହି ସେବା ସମ୍ପାଦନ କରନ୍ତି। ଏହି ରୀତିନୀତି ଦର୍ଶାଏ ଯେ ଶ୍ରୀଜଗନ୍ନାଥ କେବଳ ଏକ ପଥର ବା କାଠର ମୂର୍ତ୍ତି ନୁହନ୍ତି, ବରଂ ଜଣେ ଜୀବନ୍ତ ମାନବୀୟ ଲୀଳା କରୁଥିବା ଦେବତା। ମାନବ ଶରୀର ଭଳି ତାଙ୍କ ଶରୀରର ମଧ୍ୟ ଯତ୍ନ ନିଆଯାଏ, ଯାହା ଓଡ଼ିଶାର ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ବୈଶିଷ୍ଟ୍ୟ।
ପଢନ୍ତୁ ଏହି ଖବର: ଜଗା ଦର୍ଶନ ପାଇଁ ଆସି ମାଡ଼ ଖାଇଲେ ମା’–ପୁଅ, ଥାନାରେ ମାମଲା
📱 Get Argus News App
✨Related Topics
Explore more stories