Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Puri Travel Advisory / ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା, ଭକ୍ତଙ୍କ ପାଇଁ ଗାଇଡଲାଇନ ଜାରି କଲା ପୁରୀ ପୋଲିସ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା, ଭକ୍ତଙ୍କ ପାଇଁ ଗାଇଡଲାଇନ ଜାରି କଲା ପୁରୀ ପୋଲିସ
Snana Purnima

Key Points

ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା
ଭକ୍ତଙ୍କ ପାଇଁ ଗାଇଡଲାଇନ ଜାରି କଲା ପୁରୀ ପୋଲିସ
ପୋଲିସ, ଲାଇଫଗାର୍ଡ ଓ ସ୍ୱେଚ୍ଛାସେବୀମାନଙ୍କ ନିର୍ଦ୍ଦେଶ ମାନନ୍ତୁ
ଆସନ୍ତାକାଲି ମହାପ୍ରଭୁଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀଜୀଉମାନେ ସ୍ନାନବେଦୀରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ । ଏଥିପାଇଁ ଗୋପାଳତୀର୍ଥ ଓ ରାଘବ ଦାସ ମଠରେ ହାତୀବେଶ ପ୍ରସ୍ତୁତି ଚାଲିଥିବା ବେଳେ ଏହି ବେଶ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ସେପଟେ ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଗମନ ହେବାକୁ ଥିବାରୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସମସ୍ତ ଭକ୍ତ ଓ ପର୍ଯ୍ୟଟକମାନେ ପୋଲିସ, ଲାଇଫଗାର୍ଡ ଓ ସ୍ୱେଚ୍ଛାସେବୀମାନଙ୍କ ନିର୍ଦ୍ଦେଶକୁ ପାଳନ କରବାକୁ ଅପିଲ କରିଛି ପୁରୀ ପୋଲିସ । କେବଳ ନିର୍ଦ୍ଧାରିତ ସୁରକ୍ଷିତ ଅଞ୍ଚଳରେ ସମୁଦ୍ର ସ୍ନାନ କରିବାକୁ ପରାମର୍ଶ ଦିଆଯାଇଛି । ଛୋଟ ଶିଶୁମାନଙ୍କୁ ନିଜ ନଜରରେ ରଖନ୍ତୁ । ନିଜ ସାମଗ୍ରୀ ପ୍ରତି ସଚେତନ ରୁହନ୍ତୁ । ହାଲୁକା ପୋଷାକ ପିନ୍ଧନ୍ତୁ ଏବଂ ପର୍ଯ୍ୟାପ୍ତ ପାଣି ପିଇ ଶରୀରକୁ ହାଇଡ୍ରେଟେଡ୍ ରଖନ୍ତୁ । ଜରୁରୀ ସହାୟତା ପାଇଁ 112 କିମ୍ବା ଟୁରିଷ୍ଟ ହେଲ୍ପଲାଇନ 6370967100 ସହ ଯୋଗାଯୋଗ କରନ୍ତୁ ।

ସେହିପରି ଗଭୀର ସମୁଦ୍ର କିମ୍ବା ନିଷିଦ୍ଧ ଅଞ୍ଚଳକୁ ପ୍ରବେଶ କରନ୍ତୁ ନାହିଁ । ବେଳାଭୂମିରେ ମଦ୍ୟପାନ କରନ୍ତୁ ନାହିଁ । ସୁରକ୍ଷା ସମ୍ବନ୍ଧୀୟ ଘୋଷଣାକୁ ଅଣଦେଖା କରନ୍ତୁ ନାହିଁ । ଭକ୍ତମାନଙ୍କ ସାମଗ୍ରୀର ସୁରକ୍ଷିତ ସଂରକ୍ଷଣ ପାଇଁ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସରକାରୀ ଲକର ବା ଡିପୋଜିଟ୍ କାଉଣ୍ଟର ବ୍ୟବସ୍ଥା କରାଯାଇଛି । ମନ୍ଦିର ଅଫିସ ପଛପଟ, ଉତ୍ତର ଦ୍ୱାର, ପଶ୍ଚିମ ଦ୍ୱାର, ଦକ୍ଷିଣ ଦ୍ୱାର, ସୂର୍ଯ୍ୟ କମ୍ପ୍ଲେକ୍ସ, ମରିଚିକୋଟ ଛକ, ଟାଉନ ଥାନା, ମାର୍କେଟ ଛକରେ ଲକର ବ୍ୟବସ୍ଥା ହୋଇଛି । ପୁରୀ ପୋଲିସର WhatsApp Chatbot ନମ୍ବର 8763199400 ରେ ମଧ୍ୟ ସହାୟତା ମିଳିପାରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Snana Purnima 2026: Puri Police Issues Guidelines for Devotees | Argus News