Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Jagannath Darshan Closed / ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ବନକଲାଗି ନୀତି,୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ

Bikash Mohanty
Browse all articles by Bikash Mohanty
·1 month ago·2 min read
ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର  ବନକଲାଗି ନୀତି,୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ
Jagannath Temple

Key Points

ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ
ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ
ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ
ପୁରୀ, ୨୦/୦୫: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି।ଶ୍ରୀମୁଖ ସିଂହାର ହେବେ ଚତୁର୍ଦ୍ଧାମୂର୍ତ୍ତି । 4 ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ । ସନ୍ଧ୍ୟା 6 ଟା ରୁ ରାତି 10 ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ବନ୍ଦ୍ ରହିବ ସର୍ବସାଧାରଣ ଦର୍ଶନ। ଆଜି ବୁଧବାର ଜ୍ୟେଷ୍ଠ:କୃଷ୍ଣ ମଳ ଚତୁର୍ଥୀ ତିଥିରେ,ଶ୍ରୀବିଗ୍ରହମାନଙ୍କ,ବନକଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା 6 ଟା ଠାରୁ ରାତ୍ର 10 ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।  ଦ୍ୱିତୀୟ ଭୋଗ ମଣ୍ତପ ପରେ ଦତ୍ତ ମହାପାତ୍ର ସେବାୟତମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଆରମ୍ଭ କରିବେ। ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି।
ଏହା ଏକ ଗୁପ୍ତ ସେବା ହୋଇଥିବାରୁ ପ୍ରାୟ 4 ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ପ୍ରଥା ଓ ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିରରେ ପ୍ରତି ବୁଧବାର କିମ୍ବା ଗୁରୁବାର ବନକ ଲାଗି ନୀତି ପାଳନ ହେବାର ବିଧି ରହିଛି । ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁଯାୟୀ ସନ୍ଧ୍ୟା 6 ଟାରୁ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର ନୀତି ଆରମ୍ଭ କରାଯିବ । ପ୍ରାୟ 4 ଘଣ୍ଟା ଧରି ଏହି ବନକ ଲାଗି ନୀତି କରାଯାଉଥିବା ବେଳେ ମହାପ୍ରଭୁଙ୍କ ଶ୍ରୀମୁଖକୁ ବିଭିନ୍ନ ପ୍ରାକୃତିକ ରଙ୍ଗରେ ସଜ୍ଜିତ କରାଯିବ । ଏଥିପାଇଁ ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ଦତ୍ତ ମହାପାତ୍ର ସେବାୟତମାନେ ଏହି ନୀତି ସମ୍ପନ୍ନ କରିବେ । ବନକ ଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ୱାରା ଶ୍ରୀଜିଉଙ୍କ ମୁଖ ମଣ୍ତଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଇଥାଏ।

ପଢନ୍ତୁ ଏହି ଖବର: ଶ୍ରୀମନ୍ଦିର ଦର୍ଶନ ପାଇଁ ହେବ ସ୍ଲଟ ବୁକିଂ,ଏକା ସମୟରେ ସାଢେ ଚାରି ହଜାରରୁ ପାଞ୍ଚ ହଜାର ଶ୍ରଦ୍ଧାଳୁ ଦର୍ଶନ କରିପାରିବେ

ରତ୍ନ ଭଣ୍ଡାର ଗଣତି ବେଳେ ମେକାପ ସେବକଙ୍କ ମଧ୍ୟରେ ମାରପିଟ୍ ଘଟଣା । ଜଣେ ମେକାପ ସେବକ ନିଲମ୍ବିତ ।ଅନିର୍ଦିଷ୍ଟ କାଳ ପାଇଁ ମେକାପ ସେବକ କିଶନ ମେକାପ ଙ୍କୁ ନିଲମ୍ୱିତ କଲା ଶ୍ରୀମନ୍ଦିର ପ୍ରଶାସନ ।ଅନ୍ୟ କୌଣସି ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ କୌଣସି ସେବା ପୂଜା କରିପାରିବେ ନାହିଁ ମେକାପ ସେବକ କିଶନ ।ଗତକାଲି ଭଣ୍ଡାର ଘରେ ଗଣତି ଚାଲିଥିବା ବେଳେ ବ୍ୟକ୍ତିଗତ କାରଣ କୁ ନେଇ ନିଜ ଦାଦା ଙ୍କୁ ହାତ ଉଠାଇ ଥିଲେ କିଶନ । ତେବେ ଏଥିରେ ଗଣତି କାର୍ଯ୍ୟ ପ୍ରଭାବିତ ହୋଇ ନଥିଲେ ହେଁ ,ଶୃଙ୍ଖଳା ଭଙ୍ଗ ଦୃଷ୍ଟି ରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରତ୍ନ ଭଣ୍ଡାର କମିଟି ସଦସ୍ୟଙ୍କ ଉପସ୍ଥିତିରେ ଘଟିଥିଲା ଘଟଣା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored