Puri Jagannath Temple / ଶ୍ରୀମନ୍ଦିର ଦର୍ଶନ ପାଇଁ ହେବ ସ୍ଲଟ ବୁକିଂ,ଏକା ସମୟରେ ସାଢେ ଚାରି ହଜାରରୁ ପାଞ୍ଚ ହଜାର ଶ୍ରଦ୍ଧାଳୁ ଦର୍ଶନ କରିପାରିବେ
·5 months ago·2 min read

Key Points
ଶ୍ରୀମନ୍ଦିର ଦର୍ଶନ ପାଇଁ ହେବ ସ୍ଲଟ ବୁକିଂ
ପ୍ରଥମେ ପରୀକ୍ଷାମୂଳକ ଭାବରେ ଏହି ବ୍ୟବସ୍ଥା କରାଯିବ
ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୁୂଚନା

ଭୁବନେଶ୍ବର,୧୫/୦୪: ଶ୍ରୀମନ୍ଦିରରେ ଦର୍ଶନକୁ ସୁଗମ କରିବା ପାଇଁ ବିଭିନ୍ନ ରାସ୍ତା ଆପଣା ଯାଉଛି । ଖୁବଶୀଘ୍ର ସ୍ଲଟ ବୁକିଙ୍ଗ ମାଧ୍ୟମରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଉଭୟ ଲାଇନ ଏବଂ ସ୍ଲଟ ବୁକିଙ୍ଗ ଦର୍ଶନ ଜାରି ରହିବା ପାଇଁ ଆମେ ଯୋଜନା କରୁଛୁ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ସ୍ଲଟ ବୁକିଂ କରି ଶ୍ରଦ୍ଧାଳୁ ମାନେ କିଭଳି ନିର୍ଦ୍ଧିଷ୍ଟ ବୁକିଂ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ତାକୁ ନଜରରେ ରଖି ଏଭଳି ବ୍ୟବସ୍ଥା ନେଇ ଚିନ୍ତା କରାଯାଉଛି । ସ୍ୱତନ୍ତ୍ର ହୋଲଡିଂ ଏରିଆରେ ସ୍ଲଟ ବୁକିଂ ମାଧ୍ୟମରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ପ୍ରଥମେ ପରୀକ୍ଷାମୂଳକ ଭାବରେ ସ୍ଲଟ ବୁକିଂ ଦର୍ଶନ ବ୍ୟବସ୍ଥା କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି । ମ୍ୟାନେଜିଙ୍ଗ କମିଟିରେ ଏନେଇ ଆଲୋଚନା ପରେ ସ୍ଲଟ ବୁକିଙ୍ଗକୁ ନେଇ ନିଷ୍ପତ୍ତି ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ନାଟ ମଣ୍ଡପକୁ ମଧ୍ୟ ଖୁବଶୀଘ୍ର ଏୟାର କଣ୍ଡିସନଙ୍ଗି ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିଭଳି ଧାଡି ଦର୍ଶନକୁ ନେଇ ପ୍ରସ୍ତୁତ ରାମ୍ପକୁ ଖୁବଶୀଘ୍ର ଲାଗୁ କରାଯିବ। ଶ୍ରୀମନ୍ଦିରରେ ଏକ ସମୟରେ ସାଢେ ଚାରି ହଜାରରୁ ପାଞ୍ଚ ହଜାର ଶ୍ରଦ୍ଧାଳୁ ଏକା ସମୟରେ ଦର୍ଶନ କରିପାରିବେ । ସମସ୍ତ ଦିଗକୁ ନଜରରେ ରଖି ଅନେକ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।
ପଢନ୍ତୁ ଏହି ଖବର: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ସଂଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ଦର୍ଶନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେବଳ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିଲେ ସମସ୍ତ ଦର୍ଶନ ବ୍ୟବସ୍ଥା ସଠିକ୍ ହୋଇପାରିବ ବୋଲି ଭକ୍ତ ମାନେ କହିଛନ୍ତି। ଖରାଦିନ ଯୋଗୁଁ ପ୍ରବଳ ଗୁଳୁଗୁଳି, ଗରମ ଅନୁଭୁତ ହେଉଥିବା ବେଳେ ଭକ୍ତଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ନିକଟରେ ସେଡ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଭକ୍ତମାନେ ମତ ଦେଇଛନ୍ତି।
ଏପ୍ରିଲ ମାସରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ତେବେ ଶ୍ରୀମନ୍ଦିର ଚାରିଦ୍ବାରରେ ଥିବା ସେଡ୍ ପର୍ଯ୍ୟାପ୍ତ ହେଉନଥିବାରୁ ଅନେକ ଭକ୍ତ ଖରାରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି । ବିଶେଷ କରି ବରିଷ୍ଠ ନାଗରିକ, ମହିଳା ଏବଂ ଛୋଟ ପିଲାମାନେ ପ୍ରଚଣ୍ଡ ଗରମ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଭକ୍ତ ମଧ୍ୟ ପ୍ରଚଣ୍ଡ ଗରମରେ ଚେତା ଶୂନ୍ୟ ହୋଇପଡ଼ିବା ସହ ଅସୁସ୍ଥ ମଧ୍ୟ ହୋଇପଡୁଛନ୍ତି । ଏଣୁ ଶ୍ରୀମନ୍ଦିର ଚାରି ଦ୍ବାରରେ ପ୍ରଶାସନ ପକ୍ଷରୁ ଅଧିକ ସେଡ୍ ବ୍ୟବସ୍ଥା କରାଯାଇ ଭକ୍ତଙ୍କ ବିଶ୍ରାମ ପାଇଁ ବ୍ୟବସ୍ଥା କରିବାକୁ ସାଧାରଣରେ ମତପ୍ରକାଶ ପାଇଛି ।

Related Topics
Explore more stories