Law Minister / ମହାପ୍ରଭୁଙ୍କ ପାଖକୁ ଫେରିବ ରାଜ୍ୟ ବାହାରେ ଥିବା ସମସ୍ତ ଭୂ-ସମ୍ପତ୍ତି

Key Points
ମହାପ୍ରଭୁଙ୍କ ପାଖକୁ ଫେରିବ ବାହାରେ ଥିବା ସମସ୍ତ ଭୂ-ସମ୍ପତି । ରାଜ୍ୟ ଓ ରାଜ୍ୟ ବାହାରେ ରହିଛି ମହାପ୍ରଭୁଙ୍କ ୫୮ ହଜାର ଏକର ଜମି ।
ମହାପ୍ରଭୁଙ୍କ ପାଖକୁ ଫେରିବ ବାହାରେ ଥିବା ସମସ୍ତ ଭୂ-ସମ୍ପତ୍ତି । ଜମି ଫେରାଇ ଆଣିବାକୁ ତ୍ୱରିତ ଗତିରେ ପ୍ରକ୍ରିୟା ଚାଲିଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟ ଓ ରାଜ୍ୟ ବାହାରେ ଥିବା ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ତାଲିକା ପ୍ରସ୍ତୁତ କରୁଛି ଶ୍ରୀମନ୍ଦିର ପ୍ରଶାସନ ।
ସୂଚନା ଅନୁସାରେ ମହାପ୍ରଭୁଙ୍କର ୫୮ ହଜାର ଏକର ଜମି ରାଜ୍ୟ ଓ ରାଜ୍ୟ ବାହାରେ ରହିଛି । ସେଥିମଧ୍ୟରୁ ୩୬ରୁ ୩୭ ହଜାର ଏକରର କାଗଜ ପତ୍ର ପ୍ରସ୍ତୁତ ହୋଇସାରିଛି । ବାକି ଜମିଗୁଡ଼ିକର କାଗଜ ପତ୍ର ପ୍ରସ୍ତୁତ କରିବାର ପ୍ରକ୍ରିୟା ମଧ୍ୟ ଜାରି ରହିଛି । ମହାପ୍ରଭୁଙ୍କର ଭୂ-ସମ୍ପତ୍ତି ଯେଉଁଠି ଯାହା ରହିଛି ତାହାର ଠିକ ଆକଳନ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ପୁରୀ ସହରଠୁ ନେଇ ରାଜ୍ୟ ଓ ରାଜ୍ୟ ବାହାରେ ଯେଉଁ ସମ୍ପତ୍ତି ମହାପ୍ରଭୁଙ୍କର ରହିଛି ସେ ସମସ୍ତ ସମ୍ପତ୍ତି କେମିତି ପୁଣି ଆଉ ଥରେ ମହାପ୍ରଭୁଙ୍କ କାମରେ ବିନିଯୋଗ ହେବ ସେଥିପାଇଁ ଯାହା ଯାହା ଆବଶ୍ୟକ ତାହା କରାଯାଉଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
📱 Get Argus News App
✨Related Topics
Explore more stories