Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି, ସ୍ଥାନ ପାଇଲେ ୧୦ ସଦସ୍ୟ

santosh Kumar Sahoo
Browse all articles by santosh Kumar Sahoo
·10 months ago·1 min read
ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି, ସ୍ଥାନ ପାଇଲେ ୧୦ ସଦସ୍ୟ

Key Points

ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି। ପରିଚାଳନା କମିଟିରେ ଅଛନ୍ତି 10 ସଦସ୍ୟ। ଆଇନ ବିଭାଗ ପ୍ରକାଶ କଲା ବିଜ୍ଞପ୍ତି।

ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ଏନେଇ ଆଇନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଗଠନ ହୋଇଥିବା ପରିଚାଳନା କମିଟିରେ ୧୦ ଜଣ ସଦସ୍ୟ ଅଛନ୍ତି । ଏହି କମିଟିରେ ମୁକ୍ତିମଣ୍ଡପ ପ୍ରତିନିଧି ଭାବେ ଡକ୍ଟର ସିଦ୍ଧେଶ୍ବର ମହାପାତ୍ର, ସେବକ ପ୍ରତିନିଧି କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୁସୂଦନ ସିଂହାରୀ, ଜଗନ୍ନାଥ ପୂଜାପଣ୍ଡା, ଗଣେଶ ଦାସମହାପାତ୍ର, ରାମନାରାୟଣ ଗୋଚ୍ଛିକାର, ମଠ ପ୍ରତିନିଧି ଭାବେ ରଘୁବୀର ଦାସମହାରାଜ ସ୍ଥାନ ପାଇଛନ୍ତି ।


ସେହିପରି ଏହି ୧୦ ଜଣିଆ ପରିଚାଳନା କମିଟିରେ ପୂର୍ବତନ CAG ଡାକ୍ଟର ଗିରିଶ ଚନ୍ଦ୍ର ମୁର୍ମୁ, ଚାର୍ଟାଡ ଆକାଉଣ୍ଟାଣ୍ଟ ଏ.କେ ସାବତ ଓ ମହେଶ ସାହୁ ରହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି କାହିଁକି ଗଠନ ହେଉନି ସେନେଇ ବେଶ୍ ଚର୍ଚ୍ଚା ହେଉଥିଲା । କିଛି ଦିନ ପୂର୍ବେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବା ନେଇ ସୂଚନା ଦେଇଥିଲେ । ଆଉ ମନ୍ତ୍ରୀଙ୍କ କହିବା ମୁତାବକ, ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇଛି ।

Sponsored
Jagannath Temple Management Committee Formed with 10 Members | Argus News