Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି। ଦୁଇଦିନ ଧରି ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ

Odisha

Ratna Bhandar Counting / ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି। ଦୁଇଦିନ ଧରି ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ

Bikash Mohanty
Browse all articles by Bikash Mohanty
·4 hours ago·2 min read
ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି। ଦୁଇଦିନ ଧରି ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ
Ratna Bhandar

Key Points

ଆଜିଠୁ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି
ଆଜି ଓ ଆସନ୍ତାକାଲି ହେବ ଗଣତି ମଣତି 
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା

ପୁରୀ,୧୧/୦୫: ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଗଣତି ମଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଠାକୁରଙ୍କ ନୀତି କାନ୍ତିରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ସେଥିପାଇଁ ଗଣତି ମଣତି କାର୍ଯ୍ୟ ବନ୍ଦ ରଖାଯାଇଥିଲା।

ପୂର୍ବରୁ ୯ ଦିନରେ ପ୍ରାୟ ୫୭ ଘଣ୍ଟା ୮ ମିନିଟର ଗଣତି ହୋଇଥିଲା । ଚନ୍ଦନ ଯାତ୍ରା ନୀତି ଯୋଗୁଁ ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ସ୍ଥଗିତ ରହିଥିଲା । ଭିତର ଭଣ୍ଡାରରେ ପ୍ରାୟ ୧୨୦ରୁ ଅଧିକ ରତ୍ନ ଅଳଙ୍କାରର ଗଣତି ହୋଇଥିଲା । ଅର୍ଥାତ୍ ଭିତର ଭଣ୍ଡାରରେ ମୋଟ ପ୍ରାୟ ୨୦ ପ୍ରତିଶତ ଗଣତି କାର୍ଯ୍ୟ ସରିଛି । ୯ ଦିନର ଗଣତିରୁ ଭିତର ଭଣ୍ଡାରରେ ୪ ଦିନର ଗଣତି ହୋଇଥିଲା ।

ବାହାର ରତ୍ନ ଭଣ୍ଡାର ଗଣତି ଶେଷ ହେବା ପରେ ଏପ୍ରିଲ୍ ୧୩ରୁ ଭିତର ରତ୍ନ ଭଣ୍ଡାର ଖୋଲିଥିଲା । ଭିତର ରତ୍ନ ଭଣ୍ଡାର ଗଣତି ମଣତି ସହ ୧୯୭୮ ମସିହା ତାଲିକା ସହ ମେଳକ କରାଯାଇଛି । ସୁନାକୁ ହଳଦିଆ ମୁଣି ଓ ରୂପାକୁ ଧଳାମୁଣିରେ ରଖାଯାଇ ଷ୍ଟିଲ୍‌ ବାକ୍ସରେ ଭର୍ତ୍ତି କରି ସିନ୍ଦୁକରେ ରଖାଯାଇଛି। ପ୍ରତ୍ୟେକ ବାକ୍ସରେ ପିତ୍ତଳ ଟ୍ୟାଗ୍‌ ଲଗାଯାଇଛି। ଫଳରେ ଭବିଷ୍ୟତରେ ଯେବେ ବି ଗଣତି ହୁଏ ତେବେ ଚିହ୍ନଟ ଓ ମେଳକ ଅତି ସହଜ ହେବ।

ପଢନ୍ତୁ ଏହି ଖବର: ନୂଆ ଶ୍ରମ କୋଡ୍ ଲାଗୁହେଲା, ଏଣିକି ସପ୍ତାହରେ କେବଳ ୪୮ ଘଣ୍ଟା କାମ କରିବେ

ଗତ ୧୮ ତାରିଖରେ ଶେଷ ହୋଇଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ନବମ ଦିନର ରତ୍ନ ଭଣ୍ଡାର ଗଣତି । ଭିତର ଭଣ୍ଡାରରେ ଗଣତିର ଚତୁର୍ଥ ଦିନ ।ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ପୂର୍ବାହ୍ନ ୧୧ ଟା ୧୦ ସୁଦ୍ଧା ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ଟିମ୍ ।ମଧ୍ୟାହ୍ନ ୧୨.୦୧ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାବି ଖୋଲାଯିବା ସହ ଗଣତି ଆରମ୍ଭ ହୋଇ ସନ୍ଧ୍ୟା ୭.୨୫ ରେ ଶେଷ ହୋଇଥିଲା। ୯ ଦିନରେ ମୋଟ ୫୭ ଘଣ୍ଟା ୮ ମିନିଟ୍ ଗଣତି କାର୍ଯ୍ୟ ହୋଇଥିଲା। ଏଥିରେ ପ୍ରାୟ ୧୨୦ ଟି ଅଳଙ୍କାର ଅର୍ଥାତ୍ ୨୦ ପ୍ରତିଶତ ଗଣତି କାର୍ଯ୍ୟ ଶେଷ ହୋଇଛି ।

ମହାପ୍ରଭୁଙ୍କ ରତ୍ନ ଅଳଙ୍କାରରେ ଥିବା ରତ୍ନର ଚିହ୍ନଟ ପାଇଁ ଜେମୋଲୋଜିଷ୍ଟ ବା ରତ୍ନବିଶାରଦ ମାନେ ସହଯୋଗ କରିଥିଲେ। ସେମାନେ ଉନ୍ନତ ମାନର ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରୁଥିଲେ। ଭିତର ରତ୍ନଭଣ୍ଡାରର ତୃତୀୟ ସିନ୍ଦୁକ ଖୋଲାଯାଇଥିଲା। ପ୍ରଥମ ସିନ୍ଦୁକ ସଂପୂର୍ଣ୍ଣ ଗଣତି ଶେଷ ହୋଇ ସିଲ କରାଯାଇଛି। ଦ୍ଵିତୀୟ ଓ ତୃତୀୟ ସିନ୍ଦୁକ ଗଣଯାଇଥିଲା। ଗଣତି ମଣତି ୧୯୭୮ ମସିହା ତାଲିକା ଅନୁଯାୟୀ ଶତ ପ୍ରତିଶତ ସମାନ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ପ୍ରତ୍ୟେକ ଅଳଙ୍କାରରେ ଥିବା କ୍ରମିକ ସଂଖ୍ୟାକୁ ଲକ୍ଷ କରି ଅଳଙ୍କାର ଗୁଡ଼ିକ ଚିହ୍ନଟ କରାଯାଇଥିଲା।ଏହାର ଫଟୋଗ୍ରାଫି,ଭିଡିଓଗ୍ରାଫି,3D ମ୍ୟାପିଙ୍ଗ ଓ E CATALOGUE କରାଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratna Bhandar Counting | Ratna Bhandar Jewel Inventory Begins Inside Jagannath Temple in Puri | Argus News