Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ratna Bhandar Reopens / ଆଜି ଠାରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ଗଣତିମଣତି,ଗଣତି ସମୟରେ ବାହାର କାଠରୁ ଶ୍ରଦ୍ଧାଳୁ ଦର୍ଶନ କରିବେ

Bikash Mohanty
Browse all articles by Bikash Mohanty
·3 months ago·2 min read
ଆଜି ଠାରୁ ଆରମ୍ଭ ହେବ  ରତ୍ନ ଭଣ୍ଡାର ଗଣତିମଣତି,ଗଣତି ସମୟରେ ବାହାର କାଠରୁ ଶ୍ରଦ୍ଧାଳୁ ଦର୍ଶନ କରିବେ
Ratna bhandar

Key Points

:ଆଜି ଠାରୁ ପୁଣି ଖୋଲିବ ରତ୍ନ ଭଣ୍ଡାର
ଆଜି ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଗଣତି ଚାଲିବ
ରବିବାର ୧୨ ତାରିଖ ଗଣତି ପ୍ରକ୍ରିୟା ବନ୍ଦ୍ ରହିବ
୧୩ ତାରିଖ‍ ଓ ୧୬ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବ ଗଣତି 
ପୁରୀ,୦୮/୦୪:ଆଜି ଠାରୁ ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନ ଭଣ୍ଡାର। ଆଜି ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଗଣତି ଚାଲିବ। ରବିବାର ୧୨ ତାରିଖ ଗଣତି ପ୍ରକ୍ରିୟା ବନ୍ଦ୍ ରହିବା ପରେ ପୁଣି ୧୩ ତାରିଖ ଏବଂ ୧୬ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି କାର୍ଯ୍ୟ ହେବ । ଆଜି ପୂର୍ବାହ୍ନ ୧୧ ଟା ୩୦ ଠାରୁ ଆରମ୍ଭ ହେବ ଗଣତି କାର୍ଯ୍ୟ।

ଆଜି ଠାରୁ ବାହାର ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବ । ଯାହା ତିନି ଦିନ ଧରି ଚାଲିବ । ପରେ ଆସନ୍ତା ୧୩ ତାରିଖ ଏବଂ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ମଧ୍ୟ ଗଣତିମଣତି ଚାଲିବ। ଏସ୍ଓପି ମୁତାବକ ସୁପର୍ ଭାଇଜିଂ ଓ ହ୍ୟାଣ୍ଡଲିଂ ଟିମ୍ ସହଯୋଗରେ ଗଣତିମଣତି କରାଯିବ। ଟ୍ରେଜେରିରୁ ଚାବି ଅଣାଯାଇ ଜିଲ୍ଲାପାଳଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ ।

ବାହାର ଭଣ୍ଡାରରେ ରହିଛି ପ୍ରାୟ ୮୧୭୫ ଭରିର ୭୯ଟି ସୁନା ଅଳଙ୍କାର ଓ ଦ୍ରବ୍ୟ । ସେହିପରି ଏଠାରେ ପ୍ରାୟ ୪୬୭୧ ଭରିର ରହିଛି ୩୯ ପ୍ରକାରର ରୁପା ଅଳଙ୍କାର ଓ ଦ୍ରବ୍ୟ। ପୂର୍ବାହ୍ଣ ୧୦ଟା ପରେ ପ୍ରଶାସନିକ ନିର୍ଦ୍ଧାରିତ ଟିମ୍ ଶ୍ରୀମନ୍ଦିର ଭିତରକୁ ଯାଇ ଗଣତିମଣତି କାମ କରିବେ। ଗଣତିମଣତି ଯୋଗୁଁ କେବଳ ବାହାର କାଠଠାରୁ ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଦର୍ଶନ ମିଳିବ। ଭିତର କାଠ ଠାରୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁବିଧା ମିଳିବ ନାହିଁ। ଶ୍ରୀମନ୍ଦିର ଦ୍ୱାର ଫିଟା ଶୀଘ୍ର କରାଯାଇ ମହାପ୍ରଭୁଙ୍କ ନୀତିକ୍ରାନ୍ତି ସଅଳ ସାରିବାକୁ ସେବାୟତଙ୍କ ସହ ସମନ୍ୱୟ ରଖି ପ୍ରଶାସନ ଉଦ୍ୟମ କରିବ। ଗଣତିମଣତି ବେଳେ କେବଳ ଅଧିକୃତ ସେବାୟତମାନେ ଜଗମୋହନ ଓ ଗର୍ଭଗୃହକୁ ଯାଇପାରିବେ। ପୂର୍ବ ପ୍ରଶାସନିକ ନିଷ୍ପତ୍ତିରେ ସାମାନ୍ୟ ସୁଧାର କରାଯାଇ ଶନିବାର ଦିନମାନଙ୍କରେ ମଧ୍ୟ ଗଣତିମଣତି ହେବାକୁ ନୂଆ ନିଷ୍ପତ୍ତି ହୋଇଛି। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। 

ଆହୁରି ପଢନ୍ତୁ:ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର, ପୁରୀରେ ହେବ ଅନ୍ତର୍ଜାତୀୟ ବିମାନ ବନ୍ଦର

ତେବେ ବାହାର ରତ୍ନଭଣ୍ଡାରରେ ସୁନା ମଧ୍ୟରେ ୨୨୦୩ ଭରି ୪ ଅଣାର ୧୦ଟି ମଥାର ଅଳଙ୍କାର, ୧୩୦୯ ଭରି ୧ ଅଣାର ୫ଟି କାନର ଅଳଙ୍କାର, ୧୪.୩/୪ ଅଣାର ୩ଟି ନାକ ଅଳଙ୍କାର ରହିଛି।  ୧୮୬୧ ଭରି ସାଢ଼େ ପାଞ୍ଚ ଅଣାର ୩୪ଟି ବେକ ଅଳଙ୍କାର, ୧୧୦୧ ଭରି ୧୨ ଅଣାର ୩ଟି ବାହୁର ଅଳଙ୍କାର, ସାଢ଼େ ୧୦ ଅଣାର ଗୋଟିଏ କଚଟିର ଅଳଙ୍କାର, ୩୯୨ ଭରି ଦେଢ଼ ଅଣାର ୮ଟି ଅଣ୍ଟାର ଅଳଙ୍କାର ରହିଛି ।

ଏଥିସହିତ ୭୫୫ ଭରି ସାଢ଼େ ୯ ଅଣାର ୨ଟି ପାଦ ବା ଗୋଡ଼ର ଅଳଙ୍କାର ରହିଛି । ୫୫୦ ଭରି ୬ ଅଣାର ୧୩ଟି ଅନ୍ୟ ଅଳଙ୍କାର ରହିଛି । ସେହିପରି ୨୩୩୩ ଭରି ୧୪ ଅଣାର ୧୫ଟି ପୂଜା ସାମଗ୍ରୀ ରୂପା ଅଳଙ୍କାର, ୨୦୮୭ ଭରି ୧୪ ଅଣାର ୧୭ ଟି ରୂପାର ବାସନକୁସନ, ୨୪୯ ଭରି ୬ ଅଣାର ୭ଟି ବିଭିନ୍ନ ପ୍ରକାର ରୁପା ସାମଗ୍ରୀ ରହିଛି । ବାହାରଭଣ୍ଡାର ଗଣତି ପ୍ରକ୍ରିୟା ଶେଷ ହୋଇ ମେଳକ ହେବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଭିତର ଭଣ୍ଡାର ଗଣତି ହେବ । ଗତ ମାର୍ଚ୍ଚ ୨୫ ତାରିଖରେ ଚଳନ୍ତି ଭଣ୍ଡାରର ଗଣତି ସରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratna Bhandar Reopens | Ratna Bhandar Reopens at Jagannath Temple, Inventory Begins Today | Argus News