Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

Odisha

୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

Manini Pattanayak
Browse all articles by Manini Pattanayak
·2 years ago
୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

ବ୍ରହ୍ମପୁର:  ଭିଜିଲାନ୍ସ ଜାଲରେ ଜଗନ୍ନାଥପ୍ରସାଦ ଆରଆଇ। ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ଟିମ। ଆରଆଇ ଜଣକ ହେଲେ ପ୍ରମୋଦ କୁମାର ବେହେରା। ସେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ତହଶିଲରେ କାର୍ଯ୍ୟରତ ଥିଲେ। ବିଦ୍ୟାଧର ପ୍ରଧାନ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ଲାଞ୍ଚ କାରବାର କରିବାରେ ଆରଆଇଙ୍କୁ ସହଯୋଗ କରୁଥିଲେ। ଜଣେ ବ୍ୟକ୍ତି ନିଜ ଜେଜେବାପା ଙ୍କ ଜମିକୁ ଡିମାରକେସନ କରିବା ପାଇଁ  ବିଦ୍ୟାଧର ଙ୍କୁ 5000 ଟଙ୍କା ଲାଞ୍ଚ ଦେଇଥିଲେ। ପରେ ବିଦ୍ୟାଧର ସେହି ଟଙ୍କାକୁ ନେଇ ଆରଆଇଙ୍କୁ ଦେଇଥିଲେ।

ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ଆରଆଇଙ୍କ ସହ ବିଦ୍ୟାଧରଙ୍କୁ କାବୁ କରିଥିଲା। ରଙ୍ଗବୋଳା 5000 ଟଙ୍କା କୁ ଜବତ କରିବା ସହ ପ୍ରମୋଦ ଓ ବିଦ୍ୟାଧର ଙ୍କୁ ଅଧିକ ପଚରାଉଚରା କରିବା ପାଇଁ ବ୍ରହ୍ମପୁର କାର୍ଯ୍ୟାଳୟକୁ ନେଇଛି ଭିଜିଲାନ୍ସ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Jagannathprasad RI in Vigilance net. | Argus News