ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ କହିଲେ ରତ୍ନ ଭଣ୍ଡାର ଅସଲି ଚାବି ଚୋରି ହୋଇଛି

ଅର୍ଗସ ବ୍ୟୁରୋ: 46ବର୍ଷର ଅପେକ୍ଷା ପରେ ଭିତର ରତ୍ନ ଭଣ୍ଡାର ଖୋଲିଲା । କିନ୍ତୁ ତାଲା ଭଙ୍ଗା ହୋଇ ଖୋଲିଲା ଭିତର ରତ୍ନ ଭଣ୍ଡାର । ଯେଉଁ ଡୁପ୍ଲିକେଟ ଚାବି ନେଇ ଭିତର ରତ୍ନ ଭଣ୍ଡାର ଖୋଲିବାକୁ ଯାଇଥିଲେ କମିଟି ସଦସ୍ୟ, ସେହି ଡୁପ୍ଲିକେଟ ଚାବିରେ ଖୋଲି ନଥିଲା ତାଲା । ଏହି ଡୁପ୍ଲିକେଟ ଚାବି ସତ ଡୁପ୍ଲିକେଟ ଚାବି ନୁହେଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ । ଏହା ତଦନ୍ତ ସାପେକ୍ଷ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ । ଚାବି ହଜିବା, ଡୁପ୍ଲିକେଟ ଚାବି ମିଳିବା ଏବଂ ପୁଣି ଚାବିରେ ତାଲା ନ ଖୋଲିବାର ମିଳିଲା ସତ ପ୍ରମାଣ ।
ଯେତେବେଳେ ପାଖରେ ଡୁପ୍ଲିକେଟ ଚାବି ଥିଲା ସେତେବେଳେ କାହିଁକି ଖୋଲି ନଥିଲା ରତ୍ନ ଭଣ୍ଡାର । କାହିଁକି ଡୁପ୍ଲିକେଟ ଚାବିରେ ରତ୍ନ ଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯାଇନଥିଲା । ତାର ତଦନ୍ତ ଦେବା ଦରକାର । ଡୁପ୍ଲିକେଟ ଚାବିକୁ ନେଇ ବିବାଦ ଭିତରେ ଜଗନ୍ନାଥ ସେନା ରତ୍ନ ଚୋରିର ପ୍ରଶ୍ନ ଉଠାଇଛି । ଏବେ ପ୍ରଶ୍ନ ହେଲା ଚାବି ହଜିବା ନେଇ ପୂର୍ବ କମିଶନଙ୍କ ରିପୋର୍ଟ କୁଆଡେ ଗଲା । ରିପୋର୍ଟ ସାର୍ବଜନିନ କରିବାକୁ କହିଥିଲା ବିଜେପି । ସେପଟେ ଆଇନ ମନ୍ତ୍ରୀଙ୍କ ଉକ୍ତିକୁ ଯଥାର୍ଥ କହି ସ୍ବାଗତ କରିଛନ୍ତି ସେବାୟତ । କିନ୍ତୁ ଅସଲି ଚାବି ଚୋରି ହୋଇଛି । ଏହା ପଛର ମାଷ୍ଟର ମାଇଣ୍ଡକୁ ଧରିବା ଦରକାର ବୋଲି କହିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟ ସରକାର ଭିତର ରତ୍ନ ଭଣ୍ଡାର ଖୋଲିବା ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲେ୍ ତାହା ପାଳନ କରିଛନ୍ତି । ଏବେ ଦେଖିବାର କଥା ଡୁପ୍ଲିକେଟ ଚାବି ଯଦି ସତ ଡୁପ୍ଲିକେଟ ନୁହେଁ ତେବେ ଏହି ଡୁପ୍ଲିକେଟ ଚାବି ଗଲା କୁଆଡେ । ଖୁବ ଶୀଘ୍ର ଏହାର ତଦନ୍ତ ହୋଇ ସତ ସାମନାକୁ ଆସିବା ଦରକାର ବୋଲି ଜଗନ୍ନାଥ ପ୍ରେମୀ ଆଶା ରଖିଛନ୍ତି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: