Car Falls Into River / ବଞ୍ଚିଗଲେ ଅଂଶୁମାନ, ଚାଲିଗଲେ ଉଦିତ; ସାଙ୍ଗକୁ ଛଡ଼ାଇନେଲା ବିରୂପା
·7 months ago·2 min read

Key Points
ବିରୂପା ନଦୀ ଗର୍ଭକୁ ବୁଧବାର ସନ୍ଧ୍ୟାରେ କାର୍ଟି ଖସି ପଡ଼ିଥିଲା । ବିଳମ୍ବିତ ରାତିରେ କାର୍ଟିକୁ ପାଣିରୁ କଢ଼ା ଯାଇଥିବା ବେଳେ ଗୁରୁବାର ସକାଳେ ମିଳିଛି ଜଣଙ୍କର ମୃତଦେହ ।
କଟକ: ଫାଟି ଯାଉଛି ମାଆର ଛାତି, ବଢ଼ିଲା ପୁଅର ମରଶରୀରକୁ ଦେଖି ମୁଣ୍ଡ ପିଟୁଛି ମାଆ । ବିରୂପା ନଦୀ ବି ନିଜକୁ ଧିକ୍କାର କରୁଛି । ବିରୂପା ନଦୀ ଗର୍ଭକୁ ବୁଧବାର ସନ୍ଧ୍ୟାରେ କାର୍ଟି ଖସି ପଡ଼ିଥିଲା । ବିଳମ୍ବିତ ରାତିରେ କାର୍ଟିକୁ ପାଣିରୁ କଢ଼ା ଯାଇଥିବା ବେଳେ ଗୁରୁବାର ସକାଳେ ମିଳିଛି ଜଣଙ୍କର ମୃତଦେହ ।
ବୁଧବାର ସନ୍ଧ୍ୟାରେ ଜଗତପୁର ପଣ୍ଡାସାହି ନିକଟ ବିରୂପା ନଦୀକୁ ଖସି ପଡ଼ିଥିଲା ଏକ ବ୍ୟାଟେରି ଚାଳିତ କାର୍ । କାର୍ ବିରୂପା ନଦୀକୁ ଖସି ପଡ଼ିବା ପରେ ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଜଣଙ୍କୁ ଉଦ୍ଧାର କରିଥିଲେ । ଡ୍ରାଇଭର୍ ସିଟ୍ରେ ଥିବା ଉଦିତ ସାହୁ କିନ୍ତୁ ବୁଡ଼ି ଯାଇଥିଲେ ।
ଏଥିସହ ପଢ଼ନ୍ତୁ: ବିରୂପା ନଦୀକୁ ଖସି ପଡ଼ିଥିବା କାର୍ ଉଦ୍ଧାର; ମିଳୁନି ନିଖୋଜ ଉଦିତ୍ଙ୍କ ପତ୍ତା
ରାତିର ଘନ ଅନ୍ଧକାରରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ଦୀର୍ଘ ୬ ଘଣ୍ଟାର ରେସ୍କ୍ୟୁ ଅପରେସନ୍ ଚଳାଇଥିଲେ । ବିଳମ୍ବିତ ରାତିରେ ପାଣି ଭିତରୁ କ୍ରେନ୍ ଲଗାଇ କାର୍ଟିକୁ ବାହାରକୁ ଅଣାଯାଇଥିଲା । କାରରୁ ମିଳିଥିଲା ଉଦିତଙ୍କ ମୋବାଇଲ୍ । ହେଲେ ଉଦିତଙ୍କୁ ଠାବ କରାଯାଇ ପାରିନଥିଲା ।
ଗୁରୁବାର ସକାଳୁ ଉଦ୍ଧାରକାରୀ ଦଲ ପୁଣି ଥରେ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ୍ । ଆଉ କାର୍ ବୁଡ଼ିବାର ୧୨ ଘଣ୍ଟା ପରେ ଉଦିତଙ୍କ ମୃତଦେହ ମିଳିଛି । ପ୍ରାୟ ୩୦ ଫୁଟ୍ ଗଭୀରରୁ ଉଦିତଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ବିରୂପା ନଦୀରେ ଭାସୁଥିବା ବୋଇତ (ଡଙ୍ଗା)ର ତଳ ଭାଗରେ ଲାଗି ରହିଥିଲା ଉଦିତଙ୍କ ମରଶରୀର ।
ଏଥିସହ ପଢ଼ନ୍ତୁ: 'ଗୁଳି ମାରିବି... ଖଣ୍ଡ ଖଣ୍ଡ କରି ଟ୍ରେନ୍ ଲାଇନ୍ରେ ଫିଙ୍ଗିଦେବି'; ବିଧାୟକଙ୍କୁ ଦାଦନ ଦଲାଲଙ୍କ ଧମକ
ମୃତ ଉଦିତ ସାହୁ ହେଉଛନ୍ତି ଭୁବନେଶ୍ୱର ଲିଙ୍ଗିପୁରର ବାସିନ୍ଦା । ସେ ସାଙ୍ଗ ଅଂଶୁମାନଙ୍କ ସହ କାର୍ରେ ଯାଉଥିବା ବେଳେ ଗାଡ଼ିଟି ବିରୂପାଦ ନଦୀ ଗର୍ଭକୁ ଜଗତପୁର ପଣ୍ଡାସାହି ନିକଟରେ ଖସି ପଡ଼ିଥିଲେ ।
କାର୍ ବିରୂପା ନଦୀକୁ ଖସିବା ପରେ ସ୍ଥାନୀୟ ଲୋକେ ଅଂଶୁମାନଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ମିଳିନଥିଲା ଉଦିତଙ୍କ ପତ୍ତା । ବୁଧବାର ବିଳମ୍ବିତ ରାତିରେ ସର୍ଚ୍ଚ ଅପରେସନ୍ ବନ୍ଦ ପରେ ଗୁରୁବାର ସକାଳେ ଅଘଟଣର ୧୨ ଘଣ୍ଟା ପରେ ଉଦିତଙ୍କ ମୃତଦେହ ବିରୂପା ନଦୀ ଗର୍ଭରୁ ମିଳିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories