Illegal Madrasa / ବାଂଲାଦେଶୀଙ୍କ ୧୭ ବେଆଇନ୍ ନିର୍ମାଣ ଭାଙ୍ଗିଲା ପ୍ରଶାସନ; ମୁଖ୍ୟ ଅଭିଯୁକ୍ତ ସିକନ୍ଦର ସହ ୩୦ ଫେରାର୍

Key Points
ଜଗତସିଂହପୁର: ବେଆଇନ୍ ଘରେ ଚାଲିଥିଲା ମଦ୍ରାସା । ବିହାର, ଉତ୍ତରପ୍ରଦେଶରୁ ଆସୁଥିଲେ ପିଲା । ଜଗତସିଂହପୁରରେ ବାଂଲାଦେଶୀ ଚଳାଇଥିଲେ ବଡ଼ ସିଣ୍ଡିକେଟ୍ । ବିଦେଶରୁ ଆସୁଥିଲା ଫଣ୍ଡିଂ । ବେଆଇନ୍ ନିର୍ମାଣ ଭାଙ୍ଗିବା ବେଳେ ମୁଖ୍ୟ କାର୍ପଟଦାର ସିକନ୍ଦର ଆଲାମ ସହ ୩୦ ବାଂଲାଦେଶୀ ଫେରାର୍ ହୋଇ ଯାଇଛନ୍ତି ।
ପୋଲିସ ବିପୁଳ ମାରଣାସ୍ତ୍ର ସହ ବନ୍ଧୁକ ଏବଂ ଏକାଧିକ ଆଧାର କାର୍ଡ ଜବତ କରିଛି । ବେହେରାମପୁର ବସ୍ତିରେ ମାଟିରେ ମିଶିଛି ବାଂଲାଦେଶୀଙ୍କ ମଦ୍ରାସା । ମାଜିଷ୍ଟ୍ରେଟ୍ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଭଙ୍ଗା ଯାଇଛି ୧୦ ବଖରା ଘର । ସେପଟେ ସାତପୁରା ଧନିପୁରରେ ବାଂଲାଦେଶୀଙ୍କ ୭ ବେଆଇନ୍ ନିର୍ମାଣ ଉପରେ ବୁଲଡୋଜର ବୁଲିଛି ।
ଏଥିସହ ପଢ଼ନ୍ତୁ: ମାଟିରେ ମିଶିଲା ବାଂଲାଦେଶୀଙ୍କ ମଦ୍ରାସା
ବେହେରାମପୁର ବସ୍ତିରେ ଭଡ଼ା ଘରେ ରହୁଥିଲେ ୩୦ରୁ ଅଧିକ ସନ୍ଦିଗ୍ଧ ବାଂଲାଦେଶୀ । ଖବର ପାଇ ସୋମବାର ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ବିପୁଳ ପରିମାଣର କଟୁରୀ, ଖଣ୍ଡା, ଭୁଜାଲି, ବନ୍ଧୁକ ମିଳିଛି । ଘଟଣାସ୍ଥଳରୁ ସିସିଟିଭି ହାର୍ଡ ଡିସ୍କ ନେଇ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଅଲ୍ଲୀ ସହ ୩୦ରୁ ଅଧିକ ବାଂଲାଦେଶୀ ଖସି ପଳାଇଛନ୍ତି ।
ସୂଚନା ଅନୁସାରେ, ଜଗତସିଂହପୁରରେ ବାଂଲାଦେଶୀ ସିଣ୍ଡିକେଟ୍ର ମୁଖ୍ୟ ହେଉଛି ସିକନ୍ଦର ଅଲ୍ଲି । ସିକନ୍ଦର ମର୍ଚ୍ଚାଣ୍ଟ ନାଭିରେ କାମ କରୁଥିଲା । ଖବର ଅନୁସାରେ, ୫ଟି ଦେଶରୁ ଅର୍ଥ ରାଶି ଆଣି ଫଣ୍ଡିଂ କରି ମଦ୍ରାସା ଚଲାଉଥିଲା ସିକନ୍ଦର ।
ରବିବାର ରାତିରେ ସିକନ୍ଦର ଆସିଥିଲା, ସୋମବାର ପୋଲିସର ଚଢ଼ାଉ ପୂର୍ବରୁ ଖସି ପଳାଇବାରେ ସକ୍ଷମ ହୋଇଛି । ଅର୍ଗସ୍ ନ୍ୟୁଜ୍ ହାତରେ ଲାଗିଛି ସିଡବ୍ଲୁସି ବିଭାଗକୁ ଲେଖାଯାଇଥିବା ପୋଲିସ ବିଭାଗର ଚିଠି । ବିହାର ଓ ଉତ୍ତରପ୍ରଦେଶରୁ ପିଲାଙ୍କୁ ଆଣି ଧର୍ମୀୟ ଶିକ୍ଷା ଦେଉଥିଲା ସିକନ୍ଦର ।
ଗତ ଅକ୍ଟୋବର ମାସରୁ ପୋଲିସ ସିକନ୍ଦରକୁ ସ୍କାନରରେ ରଖିଥିଲା । ପୋଲିସ ସିକନ୍ଦରର ଏକ କାର ଜବତ କରିବା ସହ ଘଟଣାର ଖୋଳତାଡ଼ ଜାରି ରଖିଥିବା ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ।
ଏଥିସହ ପଢ଼ନ୍ତୁ: ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ T20 ପାଇଁ ଆସିଲା ଟିକେଟ୍ ବିକ୍ରି ତାରିଖ, ଏହି ୨ ଦିନ କାଉଣ୍ଟରରେ ମିଳିବ
ଘଟଣାର ଖୋଳତାଡ଼ ଚାଲିଛି, ଖୁବଶୀଘ୍ର ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା । ଚଢ଼ାଉ ବେଳେ ପୋଲିସ ଦୁଇ ବାଂଲାଦେଶୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କିଛି ଜଣ ସନ୍ଦିଗ୍ଧ ବାଲାଂଦେଶୀଙ୍କୁ ଅଟକ ରଖି ତଥ୍ୟ ସଂଗ୍ରହ କରୁଛି ପୋଲିସ ।
ପୋଲିସ ଚଢ଼ାଉ କରି ସମସ୍ତ ବାଂଲାଦେଶୀଙ୍କ ଆଧାର କାର୍ଡ ଓ କବଲାକୁ ଯାଞ୍ଚ କରୁଛି । ବେଆଇନ୍ ଭାବରେ ଅଧିକାଂଶ ବାଂଲାଦେଶୀ ଘର ନିର୍ମାଣ କରିଥିଲେ । ୧୫ ରୁ ଅଧିକ ଆଧାର କାର୍ଡ ସହ ନକଲ ଘରବାରି ପଟ୍ଟା ପୋଲିସ ଜବତ କରିଛି ।
ତେବେ ଜଗତସିଂହପୁରରେ କେତେ ଦିନ ହେଲା ଏମିତି କାରବାର ଚଳାଇ ଆସୁଥିଲା ସିକନ୍ଦର ? ବିଦେଶର କେଉଁ କେଉଁ ଦେଶରୁ ମଦ୍ରାସା ପରିଚାଳନା ପାଇଁ ଆସୁଥିଲା ଅର୍ଥ ? ବାଂଲାଦେଶୀଙ୍କ ଏ ସିଣ୍ଡିକେଟ୍ ପଛରେ କେବଳ ସିକନ୍ଦର ନା ଆଉ କିଏ ରହିଛି ସୁପର୍ ପାୱାର୍ ?
📱 Get Argus News App
✨Related Topics
Explore more stories