Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବଢୁଛି ବିଜେଡି କଳି, ବିଧାୟକଙ୍କୁ ଖୋଲା ଚ୍ୟାଲେଞ୍ଜ

Odisha

ବଢୁଛି ବିଜେଡି କଳି, ବିଧାୟକଙ୍କୁ ଖୋଲା ଚ୍ୟାଲେଞ୍ଜ

Jitendra Dash
Browse all articles by Jitendra Dash
·2 years ago·2 min read
ବଢୁଛି ବିଜେଡି କଳି, ବିଧାୟକଙ୍କୁ ଖୋଲା ଚ୍ୟାଲେଞ୍ଜ

ଅର୍ଗସ ବ୍ୟୁରୋ : ପାଖଉଛି ନିର୍ବାଚନ, ଅଧୈର୍ଯ୍ୟ ହେଲେଣି ବିଜେଡି ଆଶାୟୀ । । ଏବେଠୁ ସରଗରମ ନିର୍ବାଚନ ମଣ୍ଡଳୀ । ନିଜନିଜ ପତିଆରା ଜାହିର କରିବା ପାଇଁ ଆରମ୍ଭ ହୋଇଯାଇଛି ଶକ୍ତି ପ୍ରଦର୍ଶନ । ନିର୍ବାଚନ ଯେତିକି ପାଖଉଛି ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଗୋଷ୍ଠୀ କନ୍ଦଳ ସେତେ ଉଗ୍ର ହେବାରେ ଲାଗିଛି । ଦଳୀୟ ଟିକେଟ ପାଇଁ ଆରମ୍ଭ ହୋଇଯାଇଛି ଲଢେଇ । 

ଏପଟେ ଦମ ଦେଖାଇଛନ୍ତି ଜଗତସିଂହପୁର ବିଜେଡି ନେତା ଅମରେନ୍ଦ୍ର ଦାସ । ଖାଲି ଦମ ଦେଖାଇନାହାନ୍ତି ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡି ଏକ ପ୍ରମୁଖ ଦାବିଦାର ବୋଲି କହିଛନ୍ତି । ହଜାର ହଜାର ଯୁବକ, ମହିଳା ମାନଙ୍କୁ ନେଇ ବିରାଟ ଶୋଭାଯାତ୍ରା କରିଥିଲେ । ଆଉ କଥା ବାଣରେ ଘାଇଲା କରିଥିଲେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ । ବିଜେଡ଼ି ନେତାଙ୍କ ପ୍ରଚାର ପ୍ରସାର ପାଇଁ ଏବେ ଅର୍ପଣ ରଥ ସାଜିଛି ସାହାରା । ଆଉ କିଏ ନୂଆବର୍ଷ ବନ୍ଧୁମିଳନ ବାହାନାରେ ଶକ୍ତି ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନାଁ ନ ନେଇ ପାଞ୍ଚ ବର୍ଷ ଭିତରେ ଜଗତସିଂହପୁରର କୌଣସି ଉନ୍ନତି କରାଯାଇନାହିଁ ବୋଲି କହିଛନ୍ତି  ଅମରେନ୍ଦ୍ର । ବନ୍ୟା ସମୟରେ ଲୋକେ ପାଣି ଘେରରେ ଥିବାବେଳେ ବିଜେଡ଼ି ବିଧାୟକ ପଇସା ଆଦାୟ କରିବାରେ ବ୍ୟବସ୍ଥ ରହିଲେ । ସାଧାରଣ ଲୋକଙ୍କ ପାଖକୁ ଗଲେ ନାହିଁ । ଏପରି ଅନେକ କଥା କହିଛନ୍ତି ।

ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ବିଧାୟକ ବିରୋଧୀ ମେଳି । ଜଗତସିଂହପୁରରେ ଟିକେଟ୍ କଳି ଏବେ ଉଗ୍ର ରୂପ ନେଇଛି । ବିଧାୟକ ପ୍ରଶାନ୍ତ ମୁଦୁଲି ଓ ପୂର୍ବତନ ବିଜେଡି ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ ମୁହାଁମୁହିଁ । ୨୦୧୯ରେ ଅମରେନ୍ଦ୍ରଙ୍କ ଟିକେଟ୍ କଟିଥିଲା । ଏଥର କିନ୍ତୁ ସେ ନଛୋଡବନ୍ଧା । ରକ୍ତମୁଖା ଅମରେନ୍ଦ୍ର ସିଧାସଳଖ ବିଜେଡ଼ି ବିଧାୟକଙ୍କ କାର୍ଯ୍ୟଧାରାକୁ ବିରୋଧ କରିଛନ୍ତି । ଆଉ କହୁକହୁ ଖୋଲିଦେଲେ ବିଜେଡ଼ିର ଗୁମର । ଅମରେନ୍ଦ୍ର ଆଜି ବିରାଟ ରାଲିକରି ଜଗତସିଂହପୁର ପାଣିପାଗକୁ ସରଗରମ କରିଦେଇଛନ୍ତି । ଏବେ ଦେଖିବାକୁ ବାକି ରହିଲା ଜଗତସିଂହପୁର ରାଜନୀତି କୁଆଡକୁ ଗତିକରୁଛି ।       
 

Argus Whatsapp Channel Mobile Top
Sponsored
jagatsinghpur BJD Fight | Argus News